ବାରଙ୍ଗ,୪/୧୦ : ଦୀର୍ଘ ୭ମାସର ବ୍ୟବଧାନ ପରେ କୋଭିଡ ସମୟରେ ପ୍ରାଣୀଉଦ୍ୟାନ ନନ୍ଦନାକନନ ଓ ବଟାନିକାର୍ଲଗାର୍ଡେନ ରବିବାରଦିନ ଖୋଲିଛି ।କରୋନା ସଂକ୍ରାମଣ ବଢୁଥିବାବେଲେ ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତୁପକ୍ଷ ପର୍ଯ୍ୟଟକମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇଛନ୍ତି ।ଏହାସହ ପ୍ରତ୍ୟେହ ୧୫୦୦ ରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଭିତରକୁ ପଶିବାରେ କଟକଣା ମଧ୍ୟ ଲଗାଯାଇଛି ।
ତେବେ ପ୍ରଥମଦିନରେ ନନ୍ଦନକାନନକୁ ଅନଲାଇନରେ ଟିକେଟ କରି ୩୧ଜଣ ପର୍ଯ୍ୟଟକ ଆସିଥିବା ବେଳେ ଅଫଲାଇନରେ ୨୭୫ଜଣ ଟିକେଟ କାଟିଥିଲେ ।ସମୁଦାୟ୩୦୬ଜଣ ନନ୍ଦନକାନନକୁ ଆସିଥିବାବେଳେ ବଟାନିକାର୍ଲଗାର୍ଡେନକୁ ୩୯ଜଣ ଜଣପର୍ଯ୍ୟଟକ ଆସିଥିଲେ ।
ତେବେ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ଲାଇନ ଓ ଅଫ୍ଲାଇନ ଟିକେଟର ବ୍ୟବସ୍ଥା ହୋଇଛି ।ଟିକେଟ କାଉଂଟର ପାଖରେ ସାନିଟାଇଜର ସହ ଶରୀର ଉତଉପମାପିବାର ବ୍ୟବସ୍ଥା ହୋଇଥିବାବେଳେ ଟିକେଟଯାଂଚ ଫାଟକ ପାଖରେ ପୁର୍ଣଶରୀରକୁ ସାନିଟାଇଜର ବ୍ୟବସ୍ଥା କରାଯାଇଛି । ଟିକେଟ ଯାଂଚ ମେସିନ ପାଖକୁ ଯିବାପୁର୍ବରୁ ହାତକୁ ବିଶୋଧନ କରିବାର ବ୍ୟବସ୍ଥା କରାଯାଇଛି ।ମାସ୍କ ପିନ୍ଧିବା ସହ ସାମାଜିକ ଦୁରତାକୁ ଅବଲମ୍ବନ କରିବା କ୍ଷେତ୍ରରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ନନ୍ଦନକାନନ ସହକାରୀ ନିଦେ୍ର୍ଦଶକ ଅମୁଲ୍ୟକୁମାରପରିଡା ।