ନୂଆଦିଲ୍ଲୀ :କରୋନା ଭାଇରସ ଭାରତ ସମେତ ସାରା ବିଶ୍ୱକୁ ନିଜ କବଳରେ କବଳିତ କରିଛି l ବର୍ତ୍ତମାନ ସୁଦ୍ଧା ଭାରତରେ କରୋନାରେ ଆକ୍ରାନ୍ତ ହୋଇ ୧ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇ ସାରିଛି l କରୋନାର ଟୀକା ବାହାର କରିବା ପାଇଁ ସବୁ ଦେଶ ଚେଷ୍ଟା ଚଳାଇଛନ୍ତି l ICMR ହାଇଦ୍ରାବାଦର ଗୋଟିଏ କମ୍ପାନୀ ସହିତ କଥାବାର୍ତା ଆରମ୍ଭ କରି ବାହାର କରିଛି କରୋନା ଚିକିତ୍ସାର ପାଇଁ ଗୋଟିଏ ନୂଆ ପଦ୍ଧତି ବାହାର କରିଛି l
ହାଇଦ୍ରାବାଦର ଫାର୍ମା କମ୍ପାନୀ ଵୟୋଲଜିକାଲ ଇ ଲିମିଟେଡ଼ ସହିତ ମିଶି ICMR କରୋନାର ଚିକିତ୍ସା ପାଇଁ ପିଉରୀଫଏଡ ଆଣ୍ଟିସେରା ବିକଶିତ କରିଛି l ଏଥିରେ ପଶୁ ମାନଙ୍କ ପାଖରୁ ନିୟ ଯାଇଥିବା ରକ୍ତକୁ ବ୍ୟବହାର କରି ଗୋଟିଏ ସିରମ ପ୍ରସ୍ତୁତ କରି କରୋନା ଭାଇରସର ଚିକିତ୍ସା ହୋଇପାରିବ l ଚିକିତ୍ସାର ଏହି ପଦ୍ଧତିରେ କୌଣସି ନିର୍ଦ୍ଧିଷ୍ଟ ଆଣ୍ଟିଯେନର ମୁକାବିଲା କରିବl ପାଇଁ ଶରୀରରେ ପୂର୍ବରୁ ଆଣ୍ଟିବଡ଼ି ରହିଥାଏ l ଏହି ପଦ୍ଧତିର ବ୍ୟବହାର କୌଣସି ନିର୍ଦ୍ଧିଷ୍ଟ ରୋଗର ଚିକିତ୍ସା ପରେ ତାହାକୁ ବଞ୍ଚାଇବା ପାଇଁ ଇଞ୍ଜେକ୍ସନ ଜରିଆରେ କରାଯାଇଥାଏ l ଏହି ପଦ୍ଧତି ମାଧ୍ୟମରେ ବର୍ତ୍ତମାନ କରୋନା ସଂକ୍ରମିତ ରୋଗୀଙ୍କର ଚିକିତ୍ସା କରାଯିବ l
ICMR ଏକ ଟ୍ୱିଟର ଜରିଆରେ କହିଛି ଯେ କୋଭିଡି-୧୯ ରେ ଆକ୍ରାନ୍ତ ହୋଇଥିବା ରୋଗୀ ମାନଙ୍କର ପ୍ଲାଜ୍ମା ନିଆଯାଇ ପାରିବ କିନ୍ତୁ ଆଣ୍ଟିବଡି ,ତାଙ୍କର ପ୍ରଭାବ କାରିତା ଓ ଏକାଗ୍ରତାକୁ ଗୋଟିଏ ରୋଗୀଠାରୁ ଆଉ ଗୋଟିଏ ରୋଗୀକୁ ଡେଇଁ ଥାନ୍ତି ଓ ସେଥିପାଇଁ ରୋଗୀ ମାନଙ୍କର ଚିକିତ୍ସା କରିବା ପାଇଁ ଗୋଟିଏ ଅଦ୍ଭୁତ ରାସ୍ତା ବାହାରି ଆସିଥାଏ l ICMR ପକ୍ଷରୁ କୁହାଯାଇଛି ଯେ ଆଣ୍ଟିସେରl ଆଧାରିତ ଉପଚାର ପଦ୍ଧତି ମାଧ୍ୟମରେ କୋଭିଡି-୧୯ ସମୟରେ ଏହି ସଂକ୍ରମଣ ସହିତ ଲଢେଇ କରୁଥିବା ଲୋକ ମାନଙ୍କୁ ଚିକିତ୍ସାରେ ଗୋଟିଏ ବଡ ସାହାଯ୍ୟ ମିଳିବ l