ରାୟଗଡା (Rabindra Patkhandal) : ଜଙ୍ଗଲ ଭିତରେ ହେଉଛି ଗଞ୍ଜେଇ ଚାଷ । ପୋଲିସ ବିଭାଗର ବାଜୁଛି ଛାଟ । ତଥାପି ଗଞ୍ଜେଇ କାରବାର ଏହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ଜଙ୍ଗଲ ଭିତରେ ପ୍ୟାକେଟ ପ୍ରସ୍ତୁତ କରୁଛନ୍ତି ଆଉ ବିଭିନ୍ନ ଗଳାବାଟ ମାଧ୍ୟମରେ ଜିଲ୍ଲା ବାହାର ରାଜ୍ୟକୁ ଯୋଗାଇ ଚାଲିଛନ୍ତିି ଗଞ୍ଜେଇ । କହିବାକୁ ଗଲେ ଲକ ଡ଼ାଉନ, ସଟଡ଼ାଉନ ପିରଡ଼ରେ ଏହି ଗଞ୍ଜେଇକାରବାର ଅସାଧୁ ବ୍ୟବସାୟୀଙ୍କ ଏକ କୁଟିର ଶିଲ୍ପ ପାଲଟି ଯାଇଛି । ଆଜି ମୁନିଗୁଡ଼ା ପୋଲିସ ୪୯୮ କିଲୋ ଗଞ୍ଜେଇ ସହ ୫ ଜଣଙ୍କୁ ଗିରଫ କରାଯାଇଛି ।
ତେବେ ରାୟଗଡ଼ା ଜିଲ୍ଲାରୁ ଅନ୍ୟ ଜିଲ୍ଲା ତଥା ରାଜ୍ୟକୁ ବ୍ୟାପକ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି । ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ନୂଆ ନୂଆ ପନ୍ଥା ଅବଲମ୍ବନ କରୁଥିବା ଦେଖାଦେଇଛି । ଗଞ୍ଜେଇ ଚାଲାଣ ଅନ୍ୟ ରାଜ୍ୟକୁ କାର,ବୋଲେର ଏବ ତେଲ ଟ୍ୟାଙ୍କର ମାଧ୍ୟମରେ ହେଉଥିବା ବେଳେ ଏବଂ ଗଞ୍ଜେଇ ମାଫିଆ ମାନେ ନୂଆ ତରିକାରେ ଗଞ୍ଜେଇ ଚାଲାଣ କରୁଥିବା ଖବର ଆସିଛି । ଗତ କିଛି ଦିନ ତଳେ ଏକ ପଣସ ବୋଝେଇ ମିନି ଟ୍ରକରୁ ଗଞ୍ଜେଇ ଜବତ ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏକ କୁଣ୍ଡ ବୋଝେଇ ଟ୍ରକରୁ ପାଖାପାଖି ୪୯୮ କେ.ଜି ଗଞ୍ଜେଇ ଜବତ ହୋଇଛି ।
ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି । ସୂତନା ମୁତାବକ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଡାଙ୍ଗସୋରଡାରୁ ରାୟପୁର ଅଭିମୁଖେ ଯାଉଥିବା ଏକ ଟ୍ରକରେ ଗଞ୍ଜେଇ ଥିବା ନେଇ ମୁନିଗୁଡା ପୋଲିସକୁ ସୂଚନା ମିଳିଥିଲା । ସୂଚନାକୁ ଭିତି କରି ମୁୁନିଗୁଡା ଏସପିଡିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇ କୁଟ୍ରାଗଡ ନିକଟସ୍ଥ ଧୋବାଗୁଡା ଠାରେ ଟ୍ରକର ଅପେକ୍ଷାରେ ରହିଥିଲେ । ପୂର୍ବରୁ ମୁନିଗୁଡା ପୋଲିସକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଟ୍ରକର ନଂ ସିଜି୦୪ଏମଡି ୯୦୩୬ ମିଳିଯାଇଥିଲା ।
ଟ୍ରକଟ ଧୋବାଗୁଡା ନିକଟରେ ପହଞ୍ଚିବା ପରେ ପୋଲିସ ଟ୍ରକକୁ ଅଟକାଇ ଯଞ୍ଚ କରିବା ବେଳେ କୁଣ୍ଡା ବସ୍ତା ଭିତରୁ ଗଞ୍ଜେଇ ପ୍ୟାକେଟ ବାହାରିଥିଲା । ଏହି ଗଞ୍ଜେଇ ଡାଙ୍ଗସୋରଡା ଅଞ୍ଚଳର ଏକ ପେସାଦାର ଗଞ୍ଜେଇ ମାଫିଆର ବୋଲି ଜଣାପଡିଛି । ଏ ନେଇ ମୁନିଗୁଡା ପୋଲିସ ତରଫରୁ ଅଧିକ ତଦନ୍ତ ଜାରୀ ରହିଛି । ଘଟଣାରେ ସଂପୃକ୍ତ ଥିବା ଡ୍ରାଇଭର ସମେତ ୫ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ଏବଂ ତଦନ୍ତ ଚାଲିଥିବା ନେଇ ମୁନିଗୁଡା ଉପଖଣ୍ଡ ଥାନା ଅଧିକାରୀ ଶ୍ରୀସାହୁ ସୂଚନା ଦେଇଛନ୍ତି । ଏ ନେଇ ମୁନିଗୁଡା ଥାନାରେ କେଶ ନଂ ୧୩୧ ତା ୦୩.୧୦.୨୦୨୦ ପ୍ରକାରେ ଧାରା ୨୦(ବି) (ସି) ୨୫/୨୭ (ଏ) ୨୯ ଏନଡିପିଏସ ଧାରା ଅନୁଯାୟୀ ଅଭିଯୁକ୍ତଙ୍କ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ନିକଟରୁ ଏକ ଗଞ୍ଜେଇ ଚୋରା ଚାଲାଣ ପାଇଁ ବ୍ୟବହୃତ ହେଇଥିବା ଏକ ଟାଟା ଟ୍ରକ, ଏକ ମାରୁତି ଅଲଟ କାରା, ହିରୋହଣ୍ଡା ମଟର ସାଇକେଲ ଏବଂ ୪ଟି ମୋବାଇଲ ଜବତ ହୋଇଥିବା ଏସ୍ପି ଡ଼ଃ ଶ୍ରର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି ।