Odisha news

ଜଣାନ୍ତୁ କେଉଁ ଦେବତାଙ୍କୁ ପ୍ରସନ କରିବା ପାଇଁ କେଉଁ ଦୀପ ଜଳାଇବେ

0

ଦୀପ ଶୁଭ କର୍ମର ପ୍ରତୀକ ଅଟେ l ଏହାକୁ ସକାରତ୍ମକ ଜୀବନର ପ୍ରତୀକ ଭାବରେ ଗ୍ରହଣ କରାଯାଇଛି l ହିନ୍ଦୁ ଧର୍ମରେ ଦୀପକୁ ଅନେକ ମହତ୍ୱ ଦିଆଯାଇଛି l ପ୍ରତେକ ହିନ୍ଦୁ ଘରେ ପ୍ରତେକ ଦିନ ପୂଜା ଘର ମାନଙ୍କରେ ଦୀପ ଜଳାଇବାର ପ୍ରଥା ରହିଛି l କିନ୍ତୁ କଣ ଆପଣ ଜାଣିଛନ୍ତି ଦୀପକୁ ଅଟେ ପ୍ରାଧାନ୍ୟ କଣ ପାଇଁ ଦିଆଯାଏ l ପ୍ରାଚୀନ କାଳରୁ ରହି ଆସିଛି ଦୀପ ଜଳାଇବା ଦ୍ୱାରା ଘରର ସମସ୍ତ କ୍ଳେଶ ଦୂର ହୋଇଥାଏ l

* ଅଟାର .ଦୀପ ଯେକୌଣସି ପ୍ରକାରର ସାଧନାର ସିଦ୍ଧି ପାଇଁ ପ୍ରୟୋଗ କରାଯାଇଥାଏ l ପୂଜା ପାଇଁ ଏହାକୁ ଶ୍ରେଷ୍ଠ ବୋଲି ଗଣାଯାଏ l

*ଶନି ଦେବଙ୍କୁ ପ୍ରସନ କରିବା ପାଇଁ ସୋରିଷ ତେଲର ଦୀପ ଦିଆଯାଏ l

* ରହୁ ଓ କେତୁ ଗ୍ରହଙ୍କୁ ଶାନ୍ତ କରିବା ପାଇଁ ଅଳସି ତେଲର ଦୀପ ଜଳାଯାଏ l

* ହନୁମାନଙ୍କୁ ପ୍ରସନ କରିବା ପାଇଁ ତିନି ମୁଖଥିବା ଦୀପର ବ୍ୟବହାର କରାଯାଏ l

*ପ୍ରତେକ ଦିନ ତିନଟି ସଳିତା ଦୀପ ଲଗାଇ ଗଣେଶଙ୍କୁ ପୂଜା କଲେ ବିଶେଷ କୃପା ମିଳିଥାଏ l

* ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ତାଙ୍କ ସମୁଖରେ ସାତଟି ମୁହଁ ଥିବା ଦୀପ ଜଳାଇବା ଆବଶ୍ୟକ l ଦୀପାବଳୀ ଦିନ ଲକ୍ଷ୍ମୀଙ୍କ ଆଗରେ ଏହି ସାତମୁଖ ଥିବା ଦୀପ ଜଳାଇବା ଆବଶ୍ୟକ l

* ଭଗବାନ ବିଷ୍ଣୁଙ୍କୁ ପ୍ରସନ କରିବା ପାଇଁ ତାଙ୍କ ଆଗରେ ପ୍ରତେକ ଦିନ ୧୬ ଟି ସଳିତା ବିଶିଷ୍ଟ ଦୀପ ଲଗାନ୍ତୁ l

Leave A Reply