Odisha news

ହଳଦୀରେ ତ୍ୱଚାପାଇଁ ରହିଛି ଅନେକ ଔଷଧୀୟ ଗୁଣ

0

ଚେହେରା ଓ ତ୍ୱଚାର ଚମକ ପାଇଁ ବିବାହ ସମୟରେ ବର ଓ କନ୍ୟାଙ୍କୁ ହଳଦୀର ଲେପ ଲଗାଯାଇଥାଏ l ହଳଦୀର ଚର୍ମ ପାଇଁ ବିଶେଷ ଲାଭ ମଧ୍ୟ ରହିଛି l ହଳଦୀର ମୂଲ୍ୟ ତାର ପ୍ରକୃତିକ ଗୁଣ ପାଇଁ ବଢ଼ିଯାଇଥାଏ l ହଳଦୀରେ ମିଳୁଥିବା କରକ୍ୟୁମିଂ ନାମକ ତତ୍ୱ ମିଳିଥାଏ l ଏହା ଇମ୍ୟୁନ ସିଷ୍ଟମ୍ ରେ ଉଠୁଥିବା ଉତେଜନାକୁ ଦବାଇ ଦେଇଥାଏ

ଏଥିରେ ଚର୍ମର ସ୍ଥିତି ଯେପରି ବ୍ରଣ ,କାଛୁ ,କୁଣ୍ଡିଆ ଓ ଷୋରିଆସିସକୁ ଫାଇଦା ମିଳିଥାଏ l ମାନସିକ ଦୁଶ୍ଚିନ୍ତା ସମୟରେ ମଣିଷ ମନର ପରିସ୍ଥିତିକୁ କମ କରିବାକୁ ହଳଦୀର ଯୋଗଦାନ ରହିଛି l ହଳଦୀରୁ ପବିତ୍ର ପ୍ରତିକ୍ରିୟା ଆସିଥାଏ l ବିଶେଷଜ୍ଞ ମାନଙ୍କ ମତରେ ଯଦି ଆମର ମାନସିକ ପରିସ୍ଥିତି ଉପରେ ରୋକ ଲଗାଯାଇ ପାରିଲା ତେବେ ଆମ ଶରୀରରେ ହୋଇଥିବା କ୍ଷତର  ପ୍ରତିକାର ଭଲରେ ହୋଇ ପାରିବ l

ସେଥିପାଇଁ କ୍ଷତ ହୋଇଥିବା ସ୍ଥାନରେ ହଳଦୀ ଲଗାଯିବl ଆବଶ୍ୟକ l ଗୋଟିଏ ଗବେଷଣାରୁ ଜଣାପଡିଛି ଯେ ହଳଦୀରେ ପାରାବାଇଗଣୀ କିରଣରେ ହେଉଥିବା କ୍ଷତିକୁ ଅଟକାଇବାର କ୍ଷମତା ରହିଛି l ଏଥିରେ ଆଣ୍ଟିଆକ୍ସିଡେଣ୍ଟ ଗୁଣ ମିଳିଥାଏ l ସେଥିପାଇଁ ଗରମରେ ବାହାରିଥିବା ଘିମିରି ପାଇଁ ହଳଦୀର ବ୍ୟବହାର କରାଯାଏ l ମୁହଁରେ ଯଦି ବ୍ରଣ ଉଠିଛି ତେବେ ସେଠାରେ ହଳଦୀ ଲଗାଇବା ହିତକର l ଏହାର ଲାଭ ସେହି ଲୋକମଙ୍କୁ ଅଧିକ ମିଳିଥାଏ ଯେଉଁ ମାନଙ୍କ ତ୍ୱଚା ଅଧିକ ସମ୍ବେଦନ ସିଳ ହୋଇଥାଏ l କୁହାଯାଏ ଯେ ମୁହଁରେ ହେଉଥିବା କଳାଦାଗ ପାଇଁ ହଳଦୀ ହିତକର

Leave A Reply