Odisha news

ସ୍ୱାମୀର ଛୁରାମାଡରେ ସ୍ତ୍ରୀର ମୃତ୍ୟୁ , ସ୍ୱାମୀ ଗିରଫ

0

ଫୁଲବାଣୀ(Samtosh Mishra)  ସ୍ତ୍ରୀ ଗାଧୋଇବା ପାଇଁ ଯାଇଥିବା ସମୟରେ ସ୍ୱାମୀ ସ୍ତ୍ରୀକୁ ଛୁରାମାରିବା ସହ ମୁହଁରେ ପଥରେ ଛେଚି ଜଘନ୍ୟ ହତ୍ୟା କରିଛି । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ଥାନା ଅନ୍ତର୍ଗତ ଗଟାଙ୍ଗି ଅଂଚଳରେ । ଘଟଣାରୁ ପ୍ରକାଶ ଯେ ବାରଖମା ଗ୍ରାମର ରତିକାନ୍ତ ଦିଗାଳ ନାମକ ଜଣେ ଯୁବକ ଗଟାଙ୍ଗି ଅଂଚଳରେ ରହୁଥିବା ଜାଜ୍ଞସେନୀ ଦିଗାଳଙ୍କୁ ଗତ ୨୦୦୭ ମସିହାରେ ବିବାହ କରିଥିଲେ ଓ ବର୍ତମାନ ସେମାନଙ୍କର ତିନୋଟି ସନ୍ତାନ ଅଛନ୍ତି ।

ଗତ କିଛି ବର୍ଷ ଧରି ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା । କିଛି ଦିନ ଧରି ସ୍ତ୍ରୀ ଜାଜ୍ଞସେନୀ ନିଜ ବାପା ଘର ଗଟାଙ୍ଗିରେ ରହିଆସୁଥିଲେ । ଗତ ଦୁଇ ଦିନ ତଳେ ରତିକାନ୍ତ କ୍ରୋଧ ପରାୟଣହୋଇ ଗଟାଙ୍ଗି ଗ୍ରାମରେ ପହଁଚିଥିଲେ । ସେହି ସମୟରେ ଜାଜ୍ଞସେନୀ ଗଟାଙ୍ଗିର ଦଣମୁଣ୍ଡା ନାଳକୁ ଗାଧୋଇ ଯାଇଥିଲେ । ସେହି ସ୍ଥାନକୁ ରତିକାନ୍ତ ଯାଇ ଜାଜ୍ଞସେନୀକୁ ଡାକି ଆଣି ପ୍ରଥମେ ଛୁରା ଭୁଷିବା ସହିତ ତାଙ୍କ ମୁଣ୍ଡରେ ପଥରରେ ଛେଚି ହତ୍ୟା କରିବାକୁ ଚେଷ୍ଟା କରିଥିଲା ।

ଜାଜ୍ଞସେନୀକୁ ଗୁରୁତର ଅବସ୍ଥାରେ ସେହି ନାଳ ନିକଟରୁ ଅଂଚଳର ଲୋକମାନେ ପ୍ରଥମେ ବାରଖମା ଗୋଷ୍ଠିସ୍ୱ୍ୟାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଅବସ୍ଥା ଗୁରୁତର ଥିବାରୁ ବାରଖମାରୁ ବାଲିଗୁଡା ଉପଖଣ୍ଡଚିକିସôାଳୟକୁ ଆଣିବା ସମୟରେ ଅଧା ବାଟରେ ତାଙ୍କର ମୃତୁ୍ୟ ହୋଇଥିବା ନେଇ ପୋଲିସ ପକ୍ଷରୁ ସୁଚନା ମିଳିଛି ।

ଏହି ଘଟଣାକୁ ନେଇ ମୃତକର ମା ଥାନାରେ ଲିଖିତ ଏତଲା ଦେଇଛନ୍ତି । ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀ ଓ ପଥରକୁ ପୋଲିସ ଜବତ କରିବା ସହ ହତ୍ୟାକାରୀ ରତିକାନ୍ତ ଦିଗାଳକୁ ଗିରଫ କରି ଏ ସଂକ୍ରାନ୍ତରେ ଏକ ମାମଲା ୧୮୨/୨୦୨୦ ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ କୋର୍ଟ ଚାଲାଣ କରାଯିବା ଏବଂ ଉକ୍ତ ହତ୍ୟା ଘଟଣାର ତଦନ୍ତ ଅଧିକାରୀ ଭାବେ ଏସଆଇ ଦୀପକ କୁମାର ରାଉତ ଦାୟୀତ୍ୱ ନେଇଛନ୍ତି ବୋଲି ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୁଚନା ଦେଇଛନ୍ତି ।

Leave A Reply