Odisha news

ଗାନ୍ଧୀ ଜୟନ୍ତୀ ଅବସରରେ ନର୍ଲାବ୍ଲକର ଜନସାଧାରଣଙ୍କୁ ବିଧାୟକଙ୍କ “କରୋନା ଜନ ସଚେତନତା ପଦଯାତ୍ରା”

0

ନର୍ଲା (Deepak Thakur) : ଆଜି ନର୍ଲାବ୍ଲକ ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ “କରୋନା ଜନ ସଚେତନତା ପଦଯାତ୍ରା”ଆରମ୍ଭ ହୋଇଛି l ନର୍ଲାବ୍ଲକ ସଭାପତି ଶ୍ରୀ ପରେଶ ପ୍ରଧାନ ,ପୂର୍ବତନ ବ୍ଲକ ସଭାପତି ମନମୋହନ ନାୟକ ,ପୂର୍ବତନ ବ୍ଲକ ସମ୍ପାଦକ ଭୋପାଳ ନାଗ ,ପଞ୍ଚାୟତ ସଭାପତି ଦୟାନିଧି ନାୟକ ,ବରିଷ୍ଠ କର୍ମୀ କୃପାସିନ୍ଧୁ ସେଠି ,ମଦନ ନାୟକ ପ୍ରମୁଖ ଉପସ୍ଥିତ ଥାଇ ଆଲୋଚନା କରିଥିଲେ l

ସମ୍ପାଦକ ଭୋପାଳ ନାଗ ଆଜିର ଏହି ପଦଯାତ୍ରାର ଉଦେଶ୍ୟ ଉପରେ ପୁଙ୍ଖlନୁପୁଙ୍ଖ ଭାବରେ କହିଥିଲେ ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କରୋନା ସଚେତନ ବାର୍ତା ,ପ୍ଲାଜ୍ମା ଦାନ କରିବା ପାଇଁ କୋଭିଡି-୧୯ ରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କୁ ଅନୁରୋଧ କରିବା ବିଜୁ ଜନତା ଦଳର ସମସ୍ତ ସଦସ୍ୟଙ୍କ କର୍ତ୍ତବ୍ୟ ବୋଲି କହିଥିଲେ l ଆଜିର ଏହି ସଭାରୁ ନର୍ଲାବ୍ଲକ ସଭାପତି ,ସମ୍ପାଦକ ,ବରିଷ୍ଠ କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଇନ୍ଦିରା ବତୀ ଠାରୁ କଳାହାଣ୍ଡିକୁ ବିଦ୍ୟୁତ ଯୋଗାଇବା ପାଇଁ ବାନେର ,ଲଡୁ ଗାଓଁ ,ବଡ କୁଟରୁ ଠାରେ ହେଉଥିବା ତିନୋଟି ବୃହତ୍ତ ଶକ୍ତି ପ୍ରକଳ୍ପର ଲୋକାର୍ପଣ କରିଥିବାରୁ କୋଟିକୋଟି ଧନ୍ୟବାଦ ଜଣାଇଛନ୍ତି l

ଆଜିର ଏହି ସଭାରେ ନର୍ଲାବ୍ଲକର ଜନ ସାଧାରଣଙ୍କୁ ବିଧାୟକଙ୍କ ଦ୍ୱାରା କରୋନା ସଚେତନତା ବାର୍ତାରେ ମାସ୍କ ପିନ୍ଧିବାକୁ ଭ୍ୟାକସିନ ,ସାମାଜିକ ଦୂରତା ରକ୍ଷା କରିବାକୁ ତାକତ ଓ ନିୟମିତ ହାତ ଧୋଇବାକୁ ଔଷଧ ବୋଲି କହିଥିଲେ l ବିଜୁ ଜନତା ଦଳର ସମସ୍ତ ସଦସ୍ୟ ଅକ୍ଟୋବର ୨ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପ୍ରତେକ ୱାଡ଼ ,ଗାଁ ଓ ଗ୍ରାମ ପଞ୍ଚାୟତକୁ ଯାଇ କରୋନା ସଚେତନତା କରାଇବା ପାଇଁ ଅନୁରୋଧ କରିଥିଲେ l ପ୍ଲାଜ୍ମା ଦାନ କରିବା ପାଇଁ କୋଭିଡି-୧୯ ରେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ପାଖକୁ ଯାଇ ସରକାରଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିବା ପାଇଁ କହିଥିଲେ l

Leave A Reply