Odisha news

କୋଭିଡ ରୋଗୀଙ୍କ ଘ୍ରାଣ ଶକ୍ତି ଉପରେ ଗବେଷଣା

0

ଏକ ନୂଆ ରିପୋର୍ଟ ଅନୁଯାୟୀ ଜାଣିପାରିବେ କେଉଁ କେଉଁ ଜିନିଷର ଗନ୍ଧ ନ ଆସିଲେ କରୋନା ସଂକ୍ରମିତ ହୋଇଥିବା ଅନୁମାନ କରାଯାଇପାରିବ । ପ୍ରଥମେ ପ୍ରବଳ ଥଣ୍ଡା, ଶୁଖିଲା କାଶ, ଜ୍ୱର ଓ ବିନା କାରଣରେ ହାଲିଆ ଲାଗିବା କରୋନାର ଲକ୍ଷଣ ବୋଲି କୁହାଯାଉଥିଲା । ସ୍ୱାଦ ଓ ଗନ୍ଧ ବାରି ନ ପାରିବା ବି କରୋନା ଲକ୍ଷଣ । କିନ୍ତୁ ସାମାନ୍ୟ ଥଣ୍ଡା ହେଲେ ଗନ୍ଧ ବାରି ହୁଏନାହିଁ । ଗୁରୁତ୍ୱପୂର୍ଣ୍ଣ ହେଉଛି କରୋନା ସଂକ୍ରମଣ ଯୋଗୁ ଘ୍ରାଣ ଶକ୍ତି ଲୋପ ପାଇଲେ କେମିତି ଅନୁଭବ ହେବ ? ଅନେକ ବୈଜ୍ଞାନିକଙ୍କ ମତରେ ଏନୋସ୍ମିୟା (ଗନ୍ଧ ବାରି ନ ହେବା) ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ । ନାଶନାଲ ଏଗ୍ରି-ଫୁଡ୍‌ ବାୟୋଟେକ୍ନୋଲଜି (ମୋହାଲି) ଓ ପୋଷ୍ଟଗ୍ରାଜୁଏଟ୍‌ ଇନଷ୍ଟିଚୁ୍ୟଟ୍‌ ଅଫ୍‌ ମେଡିକାଲ ଏଜୁକେଶନ୍‌ ଆଣ୍ଡ ରିସର୍ଚ୍ଚ (ଚଣ୍ଡିଗଡ଼)ର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାପଡ଼ିଛି କରୋନା ସଂକ୍ରମିତ କେବଳ ୫ଟି ବସ୍ତୁର ଗନ୍ଧ ବାରିବାରେ ସକ୍ଷମ ନୁହନ୍ତି । ୧୦୦ ଜଣଙ୍କୁ ନେଇ ଟେଷ୍ଟ କରାଗଲା । ଏଥିରେ ରସୁଣ, ପୁଦିନା, ଅଳେଇଚ, ନଡ଼ିଆ ତେଲ ଓ ପାନମଧୁରୀକୁ ପରୀକ୍ଷଣରେ ନିଆଯାଇଥିଲା । ୪.୧% ଲୋକ କୌଣସି ବସ୍ତୁର ଗନ୍ଧ ଆଦୌ ବାରିପାରି ନ ଥିଲେ । ୩୮.୮% ଲୋକ ଅତିକମ୍‌ରେ ଗୋଟିକର ବାସ୍ନା ଜାଣିପାରିଲେ ନାହିଁ । ୧୬% ଲୋକ ଶୁଙ୍ଘି ଶୁଙ୍ଘି କହିପାରିଲେ ନାହିଁ ତାହା କାହାର ବାସ୍ନା ।

Leave A Reply