Odisha news

ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ପୁରୀ ରୁ ଟ୍ରେନ ଚଳା ଚଳ ଆରମ୍ଭ ହେଲା : ଆସନ୍ତୁ ଜାଣିବା କେଉଁ ସବୁ ଟ୍ରେନ ଯାଉଛି

0

କରୋନା ମହାପାରୀ ର ପ୍ରଭାଵକୁ  ଦୃଷ୍ଟିରେ ରଖି ଦୀର୍ଘ 7 ମାସ ଧରି ଦେଶ ଏବଂ ରାଜ୍ୟରେ  ଅଧିକାଂଶ ଯାତ୍ରୀ ବାହି ଟ୍ରେନ ଚଳା ଚଳ ବନ୍ଦ ରହିଥିଲା । ତେବେ  ଗତକାଲି କେନ୍ଦ୍ର ସରକାର ଙ୍କ ଅନଲକ 5 ଗାଇଡ଼ ଲାଇନ ଆସିବା ପରେ ଆଜି ଠାରୁ ପୁରୀ ରୁ ଟ୍ରେନ ଚଳା ଚଳ ଆରମ୍ଭ ହୋଇଛି l  ଆଜି ପ୍ରଥମ ଦିନରେ  ପୁରୀ 3ଟି ଟ୍ରେନ  ଦେଶର ବିଭିନ୍ନ ସ୍ଥାନକୁ ଗଡ଼ିଛି ।  ଆଜି ପୁରୀରୁ ଗଡ଼ିବାକୁ ଥିବା ଟ୍ରେନ ଗୁଡିକ ହେଉଛି ପୁରୀ  ଅହମଦା ବାଦ  ଅପରାହ୍ନ 5.30 ପୁରୀ ଦୁର୍ଗ  ସନ୍ଦ୍ୟା 6.30ଏବଂ ପୁରୁଷତ୍ତମ ଏକ୍ସପ୍ରେସ ରାତ୍ର 9.45 ରେ ପୁରୀ ରୁ ଛାଡିଚି ।

3ଟି ଟ୍ରେନ ସହ ଏକ ପେସାଲ  ଟ୍ରେନ ମଧ୍ୟ ପୁରୀ ରୁ ଗଡିଛି । ଟ୍ରେନ ଚଳାଚଳକୁ ଆଖି ଆଗରେ ରଖି  ରେଳ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନେ ଷ୍ଟେସନରେ ପ୍ରବେଶ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ଥର୍ମାଲ ସ୍କାନିକ ଜରାଯିବା ସହ ହ୍ୟାଣ୍ଡ ସାନିଟାଇଜର  କରାଯାଇ ଷ୍ଟେସନ ମଧ୍ୟକୁ ଛଡା ଯାଉଛି । ଯାତ୍ରୀ  ମାନଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା ନିମନ୍ତେ  ଷ୍ଟେସନ ପରିସରରେ ଓ ବାହାରେ ଗୋଳେଇ କରାଯାଇ ଚିହ୍ନ ଦିଆଯାଇଛି । ସେଇ ଗୋଲେଇ ମଧ୍ୟ ଦେଇ  ଯାତ୍ରୀ ମାନେ ଟ୍ରେନ ମଧ୍ୟକୁ ପ୍ରବେଷ କରିବେ । ସେହିପରି ଟ୍ରେନ , ଯାତ୍ରୀ ବସିବା ସ୍ଥାନ  ,  ଟିକେଟ କାଉଣ୍ଟର , ବ୍ୟାରିକେଡ ଆଦିକୁ ବିଶୋଧନ କରାଯାଇଛି । ବିଶୋଧନ କରିବା ନିମନ୍ତେ ପ୍ରାୟ 30 ଜଣ କର୍ମାଚାରୀଙ୍କୁ ନିୟୋଜିତ କରାଯାଇଛି ।

Leave A Reply