Odisha news

ବିନା ବର୍ଷାରେ ବନ୍ୟା : 25000 ଲୋକ କ୍ଷତିଗ୍ରସ୍ତ , ଶୂନ୍ୟ କାଳରେ ପ୍ରସଙ୍ଗ ଉଠିଲା,ଡିଶାକୁ ନ ଜଣାଇ ପାଣି ଚାଡ଼ିଲା, ବିପଦରେ 19 ମୌଜା

0

ଭୁବନେଶ୍ୱର :ବିନା ବର୍ଷାରେ ବନ୍ୟା I  ଛତିଶଗଡର ଦୌରାତ୍ମ୍ୟ ଯୋଗୁଁ ତାହା ହୋଇଛି   I ଓଡିଶାକୁ ନ ଜଣାଇ ମନଇଛା ପାଣି ଚାଡ଼ିଦେଉଛି I ଫଳରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ 19 ମୌଜାର ପ୍ରାୟ 25, 000 ଲୋକ ବିପଦରେ ଅଛନ୍ତି I ଏବେବେ ଅଧିକାଂଶ ଗାଁରୁ ପାଣି ଛାଡି ନାହିଁ I ବାରମ୍ବାର ଜଣାଇଲେ ବି କୌଣସି ପଦକ୍ଷେପ ନିଆଯାଉ ନାହିଁ I ଏହି ସମ୍ବେଦନଶିଳ ପ୍ରସଙ୍ଗକୁ ନେଇ ବିଧାନସଭା ସରଗରମ ହୋଇଛି I

ଗୁରୁବାର ଶୂନ୍ୟ କାଳରେ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗରର ବିଧାୟକ କିଶୋର ମହାନ୍ତି ଏହି ପ୍ରସଙ୍ଗ ଉଠାଇଥିଲେ I ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରି ଶ୍ରୀ ମହାନ୍ତି କହିଥିଲେ, ମହାନଦୀ ବନ୍ୟା ଜଳ ପରିଚାଳନା ଓ ସମନ୍ୱୟ ରକ୍ଷା ପାଇଁ ବହୁ ପୂର୍ବରୁ ନୀତି ନିର୍ଧାରଣ ହୋଇଛି I ଏହାକୁ ଉଭୟ ଓଡିଶା ଓ ଛତିଶଗଡ ମାନିବାକୁ ବାଧ୍ୟ I

ହେଲେ ତାହା ନ ମାନି ଛତିଶଗଡର ଦୌରାତ୍ମ୍ୟ ଜାରି ରହିଛି I ଓଡିଶାକୁ ନ ଜଣାଇ ମନଇଛା ପାଣି ଚାଡ଼ିଦେଉଛି I 5 ଦିନ  ତଳେ ପାଣି ଛାଡି ଦେଇଥିଲା I ଫଳରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ କନକତୁରା ଓ ଗଣ୍ଡ ଘୋରା ଅଞ୍ଚଳର 19 ମୌଜାର ପ୍ରାୟ 25, 000 ଲୋକ ପାଣି ଘେରରେ ଅଛନ୍ତି I କିଛି ଗାଁକୁ ଛାଡି ଦେଲେ ଏବେବି  ଅଧିକାଂଶ ଗାଁରୁ ପାଣି ଛାଡି ନାହିଁ I ବାରମ୍ବାର ଜଣାଇଲେ ବି କୌଣସି ପଦକ୍ଷେପ ନିଆଯାଉ ନାହିଁ I କେବଳ ନିଜ ଭିଟାମାଟି ନୁହେଁ, ଚାଷ ଜମିରେ ମଧ୍ୟ ବାଲିଚର ହୋଇଯାଇଛି I

ଶ୍ରୀ ମହାନ୍ତି କହିଥିଲେ, ଛତିଶଗଡ ପାଣି ଛାଡ଼ିବା ଯୋଗୁଁ ମହାନଦୀ ଓ ତାର ଶାଖା ନଦୀରେ ବନ୍ୟା ଆସିଥିଲା I ଇବ ନଦୀର ଜଳ ପତ୍ତନ ବି ଅଚାନକ ବଢ଼ି ଯାଇଥିଲା I ବିନା ବର୍ଷା ଓ ବିନା ପୂର୍ବ ସୂଚନାରେ ମନୁଷ୍ୟକୃତ ବନ୍ୟା ଆସିଥିଲା I ଏହା ସତ୍ୱେ ବି କୃଷି ଅଧିକାରୀ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇ ନାହାନ୍ତି I ତେଣୁ ଜଳ ସମ୍ପଦ ବିଭାଗ ତୁରନ୍ତ ସାର୍ଵଜମିନ ତଦନ୍ତ କରି ଲୋକଙ୍କୁ କ୍ଷତିପୂରଣ ଦେବା ସହ ଛତିଶଗଡ ସରକାରଙ୍କୁ ଜଣାନ୍ତୁ ବୋଲି ସେ ଦାବି କରିଥିଲେ I ଶ୍ରୀ ମହାନ୍ତିଙ୍କ ଏହି ପ୍ରସଙ୍ଗକୁ ବିରୋଧୀ ସଦସ୍ୟ ମାନେ ସମର୍ଥନ କରିଥିଲେ I

Leave A Reply