କୋଣାର୍କ : ୨୪ ଘଣ୍ଟା ସୌରଶକ୍ତି ବିନିଯୋଗ କରାଯାଇ କୋଣାର୍କକୁ ଦିଆଯିବ ନୂଆ ରୂପ ।ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୨୫ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବେ ।ଏହି କାର୍ଯ୍ୟ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶସଂସ୍ଥା (ଓରେଡ଼ା) ଦ୍ବାରା କରାଯିବ ।ଏହି ପ୍ରକଳ୍ପଟି ୧୦ ମେଗାୱାଟ ସଂଯୁକ୍ତ ପ୍ରକଳ୍ପ ହେବ । କୋଣାର୍କର ନୂତନ ନାମ ହେବ ସୂର୍ଯ୍ୟନଗରୀ ।
ଏଥି ପାଇଁ ଆବଶ୍ୟକତା ରହିଥିବା ଜମି ରାଜସ୍ବ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି ।କୋଣାର୍କ- କାକଟପୁର ରାସ୍ତାର ରାଉଳଛକ ନିକଟରେ ଏହି ପ୍ରକଳ୍ପ ପାଇଁ ତିନି ଏକର ଜମି ଚିହ୍ନଟ କରାଯାଇଛି ।କୋୗଣାର୍କ ମୌଜାର ଖାତା ନମ୍ବର ୨୯୮ ପ୍ଳଟ ନମ୍ବର ୧୧୧୦ବାଲିଚର ଜମିର ଏ୨.୧୫ ଓ ପ୍ଳଟନମ୍ବର ୧୫୯୨ର ପତିତ ଅନାବାଦୀ ଜମିରୁ ଏ୦.୮୫ ଏହି ପ୍ରକଳ୍ପ ପାଇଁ ଚିହ୍ନଟ କରାଯାଇଛି ।ଖୁବଶିଘ୍ର ଏହି ସୋଲାର ପାର୍କ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି । ଏହି ପ୍ରକଳ୍ପ ଦ୍ବାରା ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ସହିତ ସମଗ୍ର କୋଣାର୍କ ସହରକୁ ସୌର ଚାଳିତ କରାଯିବ । ଏହି ପ୍ରକଳ୍ପରେ ୧୦ ମେଗାୱାଟର ସୌର ଗ୍ରୀଡ଼ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଥିବାର ଜଣାପଡ଼ିଛି ।
ସିଧାସଳଖ ଭାବେ ସୂର୍ଯ୍ୟକିରଣ ଉପଲବ୍ଧ ହୋଇ ପାରୁଥିବା ଓ ଲୁଣି ହାୱାରୁ ସୁରକ୍ଷିତ ରହିପାରୁଥିବା ଭଳି ସ୍ଥାନରେ ଏହି ପ୍ରକଳ୍ପ ନିର୍ମାଣ ହେବ ।ସୂଚନାଯୋଗ୍ୟକି ଏନେଇ ଗତ ମେ ମାସରେ ଓରେଡ଼ା ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି କୋଣାର୍କ ଆସି ବିଭିନ୍ନ ଜାଗା ପରିଦର୍ଶନ କରିଥିଲେ। ଗୁରୁବାର ଦିନ କୋଣାର୍କ ରେ ଯୋଗଦେଇଥିବା ନୂତନ ତହସିଲଦାର ପ୍ରେମାଂଶୁ ଚାନ୍ଦ ଉକ୍ତ ସ୍ଥାନ ପରିଦର୍ଶନ କରିଛନ୍ତି ।ଆଗକୁ କୋଣାର୍କରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟପାଇଁ ଆବଶ୍ୟକ ଜମି ଜବରଦଖଲ ହଟା ଯାଇ ପ୍ରଶାସନକୁ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।ପୁରୀ ଜିଲ୍ଲପାଳ ଙ୍କ ନିର୍ଦ୍ଦେଶ ରେ ସମସ୍ତ କାର୍ଯ୍ୟ ଆଇନିଗତ ଭାବେ କରାଯିବ । ତହସିଲଦାର ଙ୍କ ସହ କୋଣାର୍କ ଏନ୍ ଏ ସି ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ, ରାଜସ୍ବ ନୀରିକ୍ଷକ ସତ୍ୟବାଦୀ ଚିନ୍ନରା ଓ ଏନ୍ ଏ ସିର କନିଷ୍ଟ ଯନ୍ତ୍ରୀ ଜଗଦୀଶ ନାୟକ ପ୍ରମୁଖ ଜମି ଅନୁଧ୍ୟାନ ରେ ସାମିଲି ଥିଲେ।