କିଛି ବର୍ଷରେ ଲୋକଙ୍କ ଜୀବନଶୈଳୀରେ ବିଶେଷ ପରିବର୍ତ୍ତନ ଦେଖାଦେଇଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍)ର ନାଶନାଲ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ନୁ୍ୟଟ୍ରିଶନ୍ (ଏନ୍ଆଇଏନ୍) ଦେଶର ଖାଦ୍ୟପେୟ ଅଭ୍ୟାସ ଉପରେ ଏକ ରିପୋର୍ଟ ଜାରି କରିଛି । ଏଥିସହ ଭାରତୀୟ ପୁରୁଷ ଓ ମହିଳାଙ୍କ ଆଦର୍ଶ ଓଜନ ଏବଂ ଉଚ୍ଚତାରେ ପରିବର୍ତ୍ତନ କରିଛି ଅର୍ଥାତ ଲୋକଙ୍କ ବଡି ମାସ୍ ଇଣ୍ଡେକ୍ସ (ବିଏମ୍ଆଇ) ବଦଳିଯାଇଛି । ୨୦୧୦ରେ ପୁରୁଷଙ୍କ ପାଇଁ ଓଜନର ମାନକ ୬୦ ଓ ମହିଳାଙ୍କ ପାଇଁ ୫୦ କିଲୋ ଥିଲା । ଏବେ ତାହା ବୃଦ୍ଧି ପାଇ ଯଥାକ୍ରମେ ୬୫ ଓ ୫୫ ହୋଇଯାଇଛି । ଏକ ଦଶକ ପୂର୍ବରୁ ପୁରୁଷଙ୍କ ଉଚ୍ଚତା ୫ ଫୁଟ ୬ ଇଞ୍ଚ ଓ ମହିଳାଙ୍କ ଉଚ୍ଚତା ୫ ଫୁଟ ଥିଲା । ୨୦୨୦ରେ ଏହା ବୃଦ୍ଧିପାଇ ଯଥାକ୍ରମେ ୫ ଫୁଟ ୮ ଇଞ୍ଚ ଓ ୫ ଫୁଟ ୩ ଇଞ୍ଚ ହୋଇଛି । ଲୋକଙ୍କ ପୋଷକ ଖାଦ୍ୟଗ୍ରହଣ ବୃଦ୍ଧି ପାଇଥିବାରୁ ବିଏମ୍ଆଇରେ ପରିବର୍ତ୍ତନ କରାଯାଇଛି । ଚଳିତ ବର୍ଷ ଡାଟାରେ ଗ୍ରାମାଞ୍ଚଳ ଲୋକଙ୍କୁ ବି ସାମିଲ କରାଯାଇଛି । ମହିଳା ଓ ପୁରୁଷଙ୍କ ରେଫରେନ୍ସ ଏଜ୍ ବଦଳି ୨୦-୩୯ ପରିବର୍ତ୍ତେ ୧୯-୩୯ ହୋଇଛି । ରିପୋର୍ଟରେ ମାଇଁ ପ୍ଲେଟ୍ର ସୁପାରିସ କରାଯାଇଛି । ଜଣକ ଖାଦ୍ୟ ଥାଳିରେ ୪୫% କ୍ୟାଲୋରି/ ଶକ୍ତିର ଉତ୍ସ ଥିବା ଉଚିତ । ୧୭% କ୍ୟାଲୋରି ଡାଲି ଓ ୧୦% କ୍ଷୀର ଓ କ୍ଷୀରଜାତୀୟ ଉକ୍ସଊାଦରୁ ମିଳିବା ଉଚିତ । ଫ୍ୟାଟ୍ ଇନ୍ଟେକ୍ ୩୦% ବା ତାଠୁ କମ୍ ହେବା ଉଚିତ । ଏହି ଅନୁସାରେ ପ୍ରତିଦିନ ୪୦ ଗ୍ରାମ୍ ଫାଇବରଯୁକ୍ତ ଭୋଜନ ସୁରକ୍ଷିତ । ୫ ଗ୍ରାମ୍ ଆୟୋଡିନ୍ ବା ଲୁଣ ଓ ୨ ଗ୍ରାମ୍ ସୋଡିୟମ୍ ଇନ୍ଟେକ୍ ଲିମିଟ୍ ସ୍ଥିର କରାଯାଇଛି । ୩୫୧୦ ମିଲିଗ୍ରାମ୍ ପୋଟାଶିୟମ୍ ଶରୀରରେ ନୁ୍ୟଟ୍ରିଶନଲ୍ ଭାଲୁ୍ୟ ଯୋଡ଼ିବ ।