Odisha news

ଦୁଃଖଦ ମୃତ୍ୟୁ, ରକ୍ତ ହୀନତା ଯୋଗୁଁ ଝିଅର ମୃତ୍ୟୁ, ଚିକିତ୍ସା ଅପେକ୍ଷାରେ ପୁଅ : ଆଶଙ୍କାରେ ମୃତକ ପରିବାର

0
ବୁଗୁଡ଼ା :-୦୧/୧୦ ଗରିବ ବୋଲି ପାଇପାରିଲାନି ଉପଯୁକ୍ତ ଚିକିତ୍ସା, ରକ୍ତ ହୀନତା କାରଣରୁ ଚାଲିଗଲା ୧୩ ବର୍ଷର ଝିଅ ଯମୁନାର ଜୀବନ। ରୋଗରେ ପଡିରହି ଉପଯୁକ୍ତ ଚିକିତ୍ସାର ରାହା ଖୋଜୁଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବୁଗୁଡ଼ା ବ୍ଲକ୍ ମାଣିକ ପୁର ଗ୍ରାମର ଦିନ ମଜୁରିଆ ନାରାୟଣ ନାୟକଙ୍କ ପରିବାରରେ।
ପିଲା ଦିନରୁ ରକ୍ତ କଣିକା ରୋଗରେ ପୀଡିତ ଥିବା ନାରାୟଣଙ୍କ କନ୍ୟା ଯମୁନା ଗତ ୨୦ ତାରିଖ ଦିନ ହଠାତ୍ ଉଦବେଗ ଜନକ ସ୍ଥିତିରେ ପହଞ୍ଚିବାରୁ ଅର୍ଥାଭାବରୁ ନାରାୟଣ ତାକୁ ବ୍ରହ୍ମପୁର ନେଇନପାରି ବୁଗୁଡ଼ା ମେଡିକାଲ କୁ ୧୦୮ ଯୋଗେ ଆଣିଥିଲେ ହେଁ ଚିକିତ୍ସାବସ୍ଥାରେ ଯମୁନା ପ୍ରାଣ ହରାଇଥିଲେ।
ତେଣେ ଏକ ମାତ୍ର ପୁତ୍ର ଶୁଭମ୍ ମଧ୍ଯ ଏହି ଅର୍ଥାଭାବ ଜନିତ ଉପଯୁକ୍ତ ଚିକିତ୍ସା ଅଭାବରୁ ଅଗତ୍ୟା ଘରେ ପଡିରହିଛି। ଦିନ ମଜୁରିଆ ନାରାୟଣଙ୍କ ୫ ପ୍ରାଣୀ କୁଟୁମ୍ବ କୋଭିଡ଼ ସମୟରେ ଅର୍ଥ ସଙ୍କଟ ଓ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ଏବଂ କେବଳ ରାସନ କାର୍ଡରୁ ପ୍ରାପ୍ତ ସମାଗ୍ରୀ ଉପରେ ନିର୍ଭର କରୁଥିବା ତଥା କାମଧନ୍ଦା ଅଭାବରୁ ମଜୁରୀ ମଧ୍ଯ ମିଳୁନଥିବା ବେଳେ ଏତାଦୃଶ ଝିଅର ମରଣ ଓ ପୁଅର ରୁଗ୍ଣା ବସ୍ଥା ନେଇ ସେ ଭାଙ୍ଗିପଡ଼ିଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ସାହାର୍ଯ୍ୟ ଯୋଗାଇଦେଲେ ପୁଅର ସ୍ଥିତି ତଥା ପରିବାରର ସ୍ଥିତି ସୁଧୁରି ଯାଆନ୍ତା ବୋଲି ମତପ୍ରକାଶ ପାଇଛି।
Nalco
Leave A Reply