ଫୁଲବାଣୀ (ସନ୍ତୋଷ ମିଶ୍ର ) : , କନ୍ଧମାଲ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ରତଙ୍ଗ ପଂଚାୟତର ଲଦାପଦର ପଂଚାୟତରେ ବ୍ଲକ ତରଫରୁ ଗ୍ରାମର ଲୋକଙ୍କ ପାଇଁ ଗତ ପ୍ରାୟ ୪ ବର୍ଷର୍ ହେଲା ଏକ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯାଇଛି । ସେଠାରେ ଥିବା ଲୋକଙ୍କୁ ଗାଡି ଅପେକ୍ଷା କରିବା ବେଳେ ବିଭିନ୍ନ ବର୍ଷ ଖରାଭଳି ରୃତୁରେ ସୁବିଧା ଦେବାପାଇଁ ଏକ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ କରାଯାଇଛି ।
ବିଶ୍ରାମଗାର ଭିତରକୁ ଗାଈଗୋରୁ ନ ପଶିବାପାଇଁ ସେଥିରେ ଲୁହାର କବାଟ ମଧ୍ୟ ଲଗା ଯାଇଥିଲା । ତେବେ ବର୍ତମାନ ସେହି କବାଟକୁ କେହି ତାଡି ନେଇ ଯାଇଥିବା ଦେଖିବାକୁ ମିଳିଛି । ତେବେ ସଠୋରେ ଲାଗିଥିବା ସେହି କବାଟ ଗୁଡିକ ଲାଗିବାପରେ ତାର କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିଲା । ସେଗୁଡିକ କିଏ ଏବଂ କାହିଁକି ସେଠାରୁ ତାଡି ନେଲା ତାହା ଜଣାପଡିନାହିଁ ।
ନିକଟରେ ଥିବା ଗ୍ରାମର ଲୋକଙ୍କୁ ପଚାରିବାରେ ଏହି ପଂଚାୟତ ଦାୟୀତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସେଠାରୁ ନେଇଥିବା କହିଛନ୍ତି । ଲୋକେ କବାଟ କାହିଁକି ନିଆଯାଉଛି ବୋଲି ପଚାରିବାରୁ ସେଠାରେ ଆଉ ଅନ୍ୟ ପ୍ରକାରର କବାଟ ଲାଗିବ ବୋଲି ଦାୟୀତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ କହିଛନ୍ତି । ତେବେ ଏଠାରେ ଲୋକେ କହିଛନ୍ତି ସେହି କବାଟ ଲାଗିବାପରେ ସେହି କାମ ସମ୍ପୁର୍ଣ୍ଣ ହୋଇଥିଲା ଏବଂ କାମର ବିଲ ମଧ୍ୟ ହୋଇଥିବା ଜଣାପଡିଛି । ତେବେ ସେହି କାମ ସରିବାପରେ କେଉଁ ଉଦେଶ୍ୟରେ ସେହି କବାଟ ସବୁକୁ ତାଡି ବାହାର କରାଯାଇ ସେଠାରୁ ନିଆଗଲା ତାହା ଲୋକେ ବୁଝିପାରୁନାହାନ୍ତି ବୋଲି କହିଛନ୍ତି ଅଂଚଳର ଲୋକେ ।
ଏହି ବାବଦାରେ ରତଙ୍ଗ ପଂଚାୟତର ଦାୟୀତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସ୍ମିତାରାଣୀ ସ୍ୱାଇଁଙ୍କୁ ପଚାରିବାରେ ସେ ଏହି ବାବଦରେ କିଛି କହିବାକୁ ମନା କରିଦେଇଛନ୍ତି । ବର୍ତମାନ ସେହି ଯାତ୍ରୀ ବିଶ୍ରାମଗାରଟି ସେମିତି ଖୋଲା ପଡିଛି । ଏହି ବିଷୟରେ ସୁଚନା ନେବାପାଇଁ ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତଙ୍କୁ ଯୋଗାଯୋଗ କରିବାରୁ ତାହା ସମ୍ଭବ ହୋଇପାରିନଥିଲା ।