ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ମୁରେନାରେ ଗର୍ଭରେ ବଢୁଥିବା ଶିଶୁଙ୍କର ଲିଙ୍ଗ ନିରୂପଣ ଅଲ୍ଟ୍ରାସାଉଣ୍ଡ ମାଧ୍ୟମରେ କରାଇ ୭ ହଜାର ଟଙ୍କା ନେଇ ଗର୍ଭପାତ କରୁଥିବା ମାମଲା ସାମ୍ନାକୁ ଆସିଛି l ଏହି ଧନ୍ଦାରେ ଲିପ୍ତ ଥିବା ଜଣେ ନର୍ସ ସହରର ଏକ ପ୍ରାଇଭେଟ ନର୍ସିଂହୋମରେ ଗର୍ଭପାତ କରାଇବା ଶିଖି ଓ ଗୋଟିଏ ରାକେଟ ସହିତ ଯୋଡି ହୋଇ ଏହି କାମ ଆରମ୍ଭ କରିଥିଲା l ଏହି ରକେଟର ମୁଖ୍ୟ ଥିଲେ ଜଣେ ଡାକ୍ତର ,ପୋଲିସ ଗିରଫ କରିବା ପୂର୍ବରୁ ସେ ଛାତରୁ ଡେଇଁ ପଡି ଫେରାର ହୋଇଯାଇଛନ୍ତି l ଯେଉଁ ଘରୁ ଏହି ଗର୍ଭପାତର ଦୋକାନ ସଞ୍ଚାଳିତ ହେଉଥିଲା ସେହି ଘରର ଉପର ମହଲlରେ ଡାକ୍ତର ଜଣଙ୍କ ଗୋଟିଏ ଛୋଟ କ୍ଲିନିକ କରିଥିଲେ l ଯେଉଁଥିରେ ଅଲ୍ଟ୍ରାସାଉଣ୍ଡ ମେସିନ ବ୍ୟତୀତ ସକସନ ମେସିନ ,ଗର୍ଭପାତରେ ବ୍ୟବହାର ହେଉଥିବା ଔଷଧ ,ଇଞ୍ଜେକ୍ସନ ଇତ୍ୟାଦି ରଖା ଯାଇଥିଲା l
ଏହି ରାକେଟରେ ଧାରା ପଡିଥିବା ବ୍ୟକ୍ତି ମାନଙ୍କୁ ପୋଲିସ ଗିରଫ କରିଛି l ଏହି ଘଟଣାର ପର୍ଦାଫାଶ କରିବା ପାଇଁ ପୋଲିସ ପକ୍ଷରୁ ଗୋଟିଏ କମିଟି ତିଆରି କରାଯାଇଥିଲା l ଦୀର୍ଘ ୬ ମାସ ହେଲାଣି ଏହି କାର୍ଯ୍ୟକୁ ଏହି କମିଟି ଅନୁଧ୍ୟାନ କରୁଥିଲା l ତେଣୁ କରି ଗୋଟିଏ ୬ ମାସର ଗର୍ଭବତୀ ସ୍ତ୍ରୀ ଲୋକକୁ ଗ୍ରାହକ ଭାବରେ ଦୁଇଜଣ ପୋଲିସ କର୍ମୀଙ୍କ ସହିତ ନର୍ସଙ୍କ ପାଖକୁ ପଠାଯାଇଥିଲା l ସଉଦା ୭ ହଜାର ଟଙ୍କାରେ ଧାର୍ଯ୍ୟ ହୋଇଥିଲl lନର୍ସଙ୍କ ନାମ ରେଖା ସାରଙ୍ଗ l ନର୍ସ ଜଣଙ୍କ ସମସ୍ତ ଚେକପ ମହିଳାଙ୍କର କରିଥିଲେ l
ଏହା ପରେ ଏହି ରାକେଟର ମୁଖ୍ୟ ଡାକ୍ତର ନିଜର ଅଲ୍ଟ୍ରାସାଉଣ୍ଡ ମେସିନ ନେଇ ଆସିଥିଲେ l ଯାଞ୍ଚ ପରେ କହିଥିଲେ ଯେ ଗର୍ଭରେ ଗୋଟିଏ ଶିଶୁ କନ୍ୟା ରହିଛି l ତୁରନ୍ତ ଛଦ୍ମ ବେଶରେ ଥିବା ପୋଲିସ ଟିମ ନର୍ସ ଓ ଅନ୍ୟଜଣେ କମ୍ପାଉଣ୍ଡରଙ୍କୁ ଗିରଫ କରିଥିଲେ l କିନ୍ତୁ ଡାକ୍ତର ଜଣଙ୍କ ଖସି ପଳାଇବାରେ ସକ୍ଷମ ହେଲେ l ଯେଉଁ ମହିଳା ଜଣଙ୍କ ଗ୍ରାହକ ସାଜି ସେଠାକୁ ଯାଇଥିଲେ ସେ ସୁସ୍ଥ ଅଛନ୍ତି l ଏବଂ ପୋଲିସ ତାଙ୍କର ଏହି ବିଶେଷ ସାହସ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛି l