Odisha news

କନ୍ଧମାଳ ଜିଲ୍ଲାରେ ୬୨ ନୁଆ କରୋନା ସଂକ୍ରମିତ , ଜିଲ୍ଲାରେ ମୋଟ ୪୩୦୫ କରୋନା : ଜିଲ୍ଲାରେ ଦୁଇ ପୋଲିସ କର୍ମଚାରୀଙ୍କ ସମେତ ୩ ଜଣ କରୋନା ଯୋଦ୍ଧା ସଂକ୍ରମିତ

0

ଫୁଲବାଣୀ(Santosh Mishra) : ଆଜି କନ୍ଧମାଳ ଜିଲ୍ଲାରେ ଦୁଇଜଣ ପୋଲିସ କର୍ମଚାରୀଙ୍କ ସମେତ ୩ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ଜିଲ୍ଲାରେ ଆଜି ମୋଟ ୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୦୫ ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୩୬୨୧ ଜଣ ସଂକ୍ରମିତ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି । ଆଜି ବାଲିଗୁଡା ଅଂଚଳର ଜଣେ ୬୩ ବର୍ଷିୟ ପୁରୁଷଙ୍କୁ ମିଶାଇ ଜିଲ୍ଲାରେ ମୋଟ ୨୨ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି ।

ଆଉ ୬୬୨ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି । ଆଜିର ସଂକ୍ରମିତଙ୍କ ମଧ୍ୟରୁ ଜିଲ୍ଲାର ଫୁଲବାଣୀରେ ୧୬ ଜଣ ସଂକ୍ରମିତ ରହିଥିବାବେଳେ ବାଲିଗୁଡା ସହରାଂଚଳରେ ୩ ଜଣ ଓ ଗ୍ରାମାଂଚଳରେ ୩ ଜଣ ରହିଛନ୍ତି,ଚକାପାଦ ଅଂଚଳରେ ୩ ଜଣ,ଦାରିଙ୍ଗବାଡିର ୩ ଜଣ,ଘୁ.ଉଦୟଗିରିର ୫ ଜଣ,କ.ନୁଆଗାଁର ଜଣେ,ଖଜୁରିପଡାର ୭ ଜଣ,କୋଟଗଡର ଜଣେ,ଫିରିଙ୍ଗିଆର ୧୦ ଜଣ,ରାଇକିଆର ୪ ଜଣ,ଟିକାବାଲିର ୨ ଜଣ,ତୁମୁଡିବନ୍ଧର ୩ ଜଣ ଏବଂ ଅନ୍ୟାନ୍ୟ ଅଂଚଳର ଜଣେ ସଂକ୍ରମିତ ଥିବନା ନେଇ ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି ।

ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଲୋକଙ୍କୁ ଘରୁ ଅନାବଶ୍ୟକ ଭାବରେ ବାହାରବାକୁ ବାହାରିବାକୁ ବାରଣ କରାଯାଇଛି । ଅତି ଆବଶ୍ୟକ ସ୍ଥଳେ ଘରୁ ବାହାରିବାବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଏବଂ କୋଭିଡ ନିୟକୁ ମାନିବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି ।

Leave A Reply