ଏରସମା-୨୭/୦୯ : ସ୍ୱାଧିନତାର ୭୪ ତମ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗାଁ କୁ ଭଲ ରାସ୍ତା ଟିଏ ନାହିଁ । ଗାଁ କୁ ଯିବାପାଇଁ ହେଲେ ଆଣ୍ଠୁଏ ପରିମାଣର କାଦୁଅରେ ପସି ଯିବାକୁ ପଡିଥାଏ । ସେଥିରେ ପୁଣି ଗୋଟେ ଜୋର ରେ ପଶି ଯିବାକୁ ପଡିଥାଏ । ରୋଗିମାନଙ୍କୁ ଭାରରେ ଗଣେଶ୍ୱରପୁର ଗାଁ ଯାଏ ଆଣିବାକୁ ପଡେ । ଏଭଳି ଗାଂ ଅଛି ନାରଦିଆ ପ ଂଚାୟତ ଗଣେଶ୍ୱର ପୁର ଗାଁ ର ପଡାଗ୍ରାମ ମଠପଡା ଗାଁ ରେ ଦଶ ବାର ଘର ବୈଷ୍ନବ ଲୋକ ବସବାସ କରନ୍ତି ।
ଗାଁ କୁ ସବୁଦିନିଆ ଭଲ ରାସ୍ତା ଟିଏ ପାଇଁ ଗ୍ରାମ ବାସି ମାନେ ଦାବିକରିଅଛନ୍ତି । ଗୁରୁବାରି ଗାଦି ଙ୍କ ଠାରୁ ଗାଁ ଯାଏ ପଡିଛି କାଦୁଅ ରାସ୍ତା ଟିଏ ଏସମ୍ବଧରେ ନାରଦିଆ ପ ଂଚାୟତ ନ୍ୟାୟବସରପ ଂଚ ପ୍ରକାଶ ସ୍ୱାଇଁ ଙ୍କୁ ପଚାରିବାରୁ ଗାଁ କୁ ପକ୍କା ରାସ୍ତା ନିର୍ମାଣ ପାଇଁ ଏନ ଆର ଜି ଏସ ଯୋଜନାରେ ୧୦ ଲକ୍ଷ ଟଙ୍କା ଆକ୍ସନପ୍ଲାନ ରେ ରହିଅଛି । ମାତ୍ର ସ୍ ଯୋଗ ଅଭାବରୁ ନିର୍ମାଣ ହୋଇପାରୁନାହିଁ । ଗୋପବନ୍ଧୁ ଯୋଜନା ରେ ପକ୍କା ରାସ୍ତା ପାଇଁ ଟଙ୍କା ପ୍ରଦାନ କରାଯାଇଛି ବୋଲି କହିଛନ୍ତି । ବାଟ ଲମ୍ବାଥିବାରୁ ଅଳ୍ପ ଅଳ୍ପ କରାଯାଉଛି । ତୁରନ୍ତ ଗାଁ କୁ ଭଲ ରାସ୍ତା ଟିଏ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଦାବିକରିଅଛନ୍ତି ।
