ଖୋର୍ଦ୍ଧା,୨୬ା୯ : ବେଦି ଉପରେ ଅଗ୍ନିକୁ ସାଖି ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ମାତ୍ର ପାରିବାରିକ କଳହ ଯୋଗୁ ଶେଷରେ ପଶୁ ପାଲଟିଲା ସ୍ୱାମୀ । ନୃସଂସ ଭାବେ ରାତି ସମୟରେ ଏକ ରଡ ରେ ସ୍ତ୍ରୀ ମୁଣ୍ଡକୁ ପିଟି ହତ୍ୟା କଲା । ଏ ହେଉଛି ଖୋର୍ଦ୍ଧା ଆଦର୍ଶଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ପି.ଏନ୍. କଲେଜ ରୋଡ ଅଂଚଳରେ ଘଟିଥିବା ଘଟଣା । ମୃତା ହେଲେ ସସ୍ମିତା ବେହେରା(୨୮) ।
ସୂଚନା ଅନୁସାରେ, ୍େଖାର୍ଦ୍ଧାର ସସ୍ମିତା ଦୀର୍ଘ ବର୍ଷ ତଳେ କେନ୍ଦ୍ରାପଡା ପଟାମୁଣ୍ଡାଇ ଅଂଚଳର ହରେକୃଷ୍ଣ ବେହେରାଙ୍କୁ ବିବାହ କରିଥିଲେ । ବିବାହ ର କିଛିଦିନ ଭଳରେ ଯାଇଥିଲେ ହେଁ, ପରେ ପାରିବାରିକ ଅଶାନ୍ତି ଲାଗିଥିଲା । ଯାହାଫଳରେ ସସ୍ମିତା ବାପଘର ମୁକୁନ୍ଦପ୍ରସାଦ ଅଂଚଳକୁ ତାଙ୍କର ଏକ ଶିଶୁ ପୁତ୍ରକୁ ଧରି ଚାଲିଆସିଥିଲେ । ସେବେଠାରୁ ସେ ବାପଘରେ ରହୁଥିବାବେଳେ ମଝିରେ ମଝିରେ ସ୍ୱାମୀ ହରେକୃଷ୍ଣ ମଧ୍ୟ ଏଠାକୁ ଆସି ତାଙ୍କୁ ମାରଧର କରି ସେ ସଂଚୟ କରି ରଖୁଥିବା ଟଙ୍କାତକ ନେଇ ଚାଲିଯାଆନ୍ତି ।
ମାତ୍ର ଗତକାଲି କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ହରେକୃଷ୍ଣ ଏକ ଲୁହାରଡ ରେ ସସ୍ମିତାର ମୁଣ୍ଡକୁ ପିଟିଦେଇଥିଲେ । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିବା ପୁଲିସ ସୂତ୍ରରୁ ଜଣାଯାଇଛି । ମୃତାଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁକରିଛି । ପୁଲିସ ସାଇଁଟିଫିକ୍ ଟିମ୍ ସହ ପହଁଚି ତଦନ୍ତ ଆରମ୍ଭ କରିଥିବାବେଳେ ହତ୍ୟାରେ ବ୍ୟବହୃତ ଲୁହାରଡ କୁ ଜବତ କରିଥିବା ପ୍ରକାଶ କରିଛି