କୁଆଖିଆ ୨୬/୦୯ : ରସୁଲପୁର ବ୍ଲକ ଅଂଚଳର ମଧୁବନ ସ୍ୱାସ୍ୟ୍ଥକେନ୍ଦ୍ର ପକ୍ଷରୁ ସେଠାରେ ଆଜି ୫୬ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ଏଥିରେ ୩ ଆରଟିପିସିଆର ଓ ଜଣେ ପଜିଟିଭ ଚିହ୍ନଟ ହୋଇଛି ।
ପୂର୍ବରୁ ଆରଟିପସିଆର ମାଧ୍ୟମରେ ୪ ଜଣଙ୍କର ପଜିଟିଭ ବାହାରିଥିଲା ସେମାନଙ୍କ ମଧ୍ୟରୁ ଦୁଇଜଣ ହୋମ ଆଇସୁଲେସନ ଓ ଅନ୍ୟ ଦୁଇଜଣଙ୍କୁ ଅନ୍ୟ ହସପିଟାଲକୁ ପଠାଯାଇଛି ।
ଏଥିରେ ରସୁଲପୁର ତହସିଲଦାର ଜ୍ୟୋତି କାନ୍ତ ଭୁଜବଳ ଓ ଡାକ୍ତର ବିଶ୍ୱରଂଜନ କର, ଡଃ ବସନ୍ତ କୁମାର ପଣ୍ଡା ଓ ସୁପର ଭାଇଜର ଅଶୋକ ବୋଇତାଇ ଓ ଅନ୍ୟାନ୍ୟ ମେଡିକାଲ ଅଧିକାରୀ ବୃନ୍ଦ ଉପସ୍ତିତ ଥିଲେ ।