ଘର କୁ ଘର ଚାଲି ଚାଲି ବୁଲି ଲୋକଙ୍କୁ ସଚେତନତା ସହ ମାସ୍କ ବଣ୍ଟନ କଲେ ଛତ୍ରପୁର ଉପଜିଲାପାଳ , ବ୍ଲକରେ ବୁଲିଲା ସଚେତନତା ରଥ
ଛତ୍ରପୁର ୨୬/୯; ସେପ୍ଟେମ୍ବର ୨୪ତାରିଖ ଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ ସପ୍ତାହ । ଏହା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଗଂଜାମ ଜିଲ୍ଲାପାଳଙ୍କ ଆହ୍ୱାନକ୍ରମେ ଛତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଉଛି । ବ୍ଲକ ର ସମସ୍ତ ଅଂଚଳରେ ସଚେତନତା କରାଯାଉଛି ।
ଏହିପରିପ୍ରେକ୍ଷୀରେ ଶନିବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ର ଚମାଖଣ୍ଡି ଛକ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ସେଠାରୁ ଚାଲି ଚାଲି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି , ବିଡିଓ ଅମ୍ବିକା ପ୍ରସାଦ ଦାଶ ଏବଂ ତହସିଲଦାର ନୀଳମାଧବ ଭୋଇଙ୍କ ଅଙ୍ଗନବାଡି ଓ ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା , କୋଭିଡ ମନିଟର, କୋଭିଡ ସଖୀ ଏବଂ ପଞ୍ଚାୟତ ପ୍ରତିନିଧୀ ମାନେ ହାତରେ ପ୍ଲାଗ କାର୍ଡ ଧରି ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନତା କରିବା ସହ ସୁରକ୍ଷିତ ରହିବା ନିମନ୍ତେ ସଚେତନତା କରିଛନ୍ତି ।
ଘର କୁ ଘର ଉପଜିଲ୍ଲାପାଳଙ୍କ ସହ ଏହି ଟିମ୍ ବୁଲି ଲୋକଙ୍କୁ କରୋନା ଉପରେ ସଚେତନତା କରିବା ସହ ଯେଉଁମାନେ ମାସ୍କ ବ୍ୟବହାର କରୁନାହାନ୍ତି ସେମାନଙ୍କୁ ନିଜେ ଉପଜିଲ୍ଲାପାଳ ମାସ୍କ ବଟଂନ କରିଥିଲେ । କୁନି କୁନି ପିଲା ଏବଂ କିଛି ମହିଳା ମାନଙ୍କୁ ମଧ୍ୟ ମାସ୍କ ବଣ୍ଟନ କରିଥିଲେ ଉପଜିଲ୍ଲପାଳ ଶ୍ରୀ ପୃଷ୍ଟି ।
ଘର ବାହାରିଲେ ମାସ୍କ ବ୍ୟବହାର, ସାନିଟାଇଜର ବ୍ୟବହାର ଆଦି ଉପରେ ଲୋକଙ୍କୁ ବୁଝାଇଥିଲେ । ପ୍ରତ୍ୟେକ ଲୋକ କରୋନକୁ ନେଇ ସଚେତନତା ହେଲେ ଯାଇ ଆମେ କରୋନାକୁ ହରାଇପାରିବା ବୋଲି କହିଥିଲେ । ଜିଲାରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ବି କରୋନା ସଂପୂର୍ଣ୍ଣ ହଟିନି ତେଣୁ ଚଳିତ ମାସ ମଧ୍ୟ ଆମପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଯେତେ ଦିନ ପର୍ଯ୍ୟନ୍ତ କରୋନା ଟିକା ବାହାରିନାହିଁ ସେତେଦିନ ପର୍ଯ୍ୟନ୍ତ ଆମକୁ ସଜାଗ ହୋଇ ରହିବା ସହ ସମସ୍ତ ଗାଇଡଲାଇନ ମାନିଲେ ଆମେ କରୋନାକୁ ହରାଇ ପାରିବା ବୋଲି ଉପଜିଲ୍ଲାପାଳ ଲୋକମାନଙ୍କୁ କହିଥିଲେ । ଏଥିରେ ଚମାଖଣ୍ଡି ସରପଞ୍ଚ ସୁସ୍ମିତା ପ୍ରଧାନ , ପିଇଓ ସନ୍ତୋଷ ବେହେରାଙ୍କ ସମେତ କୋଭିଡ ମନିଟର , କୋଭିଡ ସଖୀ, ଅଙ୍ଗନବାଡି ଓ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ । ଏହାସହ ସଚେତନତା ରଥ ପରିଭ୍ରମଣ କରିଥିଲା ।