Odisha news

ବେଧଡକ ବାରାହା ଶିକାର : ତିନି ଶିକାରୀ ଗିରଫ, କୋର୍ଟ ଚାଲାଣ।

0
ତେଲକୋଇ-୨୬/୯-ତେଲକୋଇ ବନାଞ୍ଚଳ ଅଧିନସ୍ଥ ଦେଉଳଡିହା ପଂଚାୟତ ଉଦୟଗିରି ଢିଙ୍କେଶ୍ବରୀ ଜଙ୍ଗଲରେ ଚାଲିଛି ଅବାଧ ବାରାହା ଶିକାର ।ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଓ ହାତରେ ବନାଯାଇଥିବା  ବମ ତଥା ଫାଶ ବସାଇ ବାରାହା ଶିକାର କରାଯାଉଥିବା ଦେଖିବାକୁ ମିଳିଛି ।ଗତକାଲି ଶୁକ୍ରବାର ବିଳମ୍ବିତ ରାତିରେ ଖବର ପାଇ ବନ ବିଭାଗ ଉକ୍ତ ଜଙ୍ଗଲ ରେ ଚଢାଉ କରି ତିନି ଜଣଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ବାରାହା ମାସଂ ଓ ଶିକାରରେ ବ୍ୟବହୃତ ହାତ ବୋମା ଓ  ବିଦ୍ୟୁତ ତାର ଜବତ କରିଛନ୍ତି ।
ତିନି ଶିକାରୀ ଉଦୟଗିରି ଗ୍ରାମ ର ଇନ୍ଦ୍ରମଣି ପାତ୍ର(୪୯),ବିଷ୍ଣୁ ମହାକୁଡ଼(୪୮) ଓ ବିଜୟ ମହାରଣା (୫୨)ବୋଲି ଜଣା ପଡିଛି । ବନବିଭାଗ ଆଜି ସକାଳୁ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି  ।ସେହିପରି ତେଲକୋଇ ବନ ବିଭାଗ କାର୍ଯ୍ୟାଳୟ ଠାରୁ ଅନତି ଦୂରରେ ଥିବା ସମାକୋଇ ସଂରକ୍ଷିତ ଜଙ୍ଗଲ ତଥା ରାମଚନ୍ଦ୍ରପୁର ନିକଟସ୍ଥ ସୁନାଖଣି ଜଙ୍ଗଲ ରେ ବାରମ୍ବାର ବନ୍ୟଜନ୍ତୁ ଶିକାର କରାଯାଉଥିବା ସୂଚନା ରହିଛି । ଏଠାରେ ପ୍ରକାଶ ଯେ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସରକାର ବହୁ ଅର୍ଥ ବ୍ୟୟ କରି ଯୋଜନା ମାନ କାର୍ଯ୍ୟକାରୀ କରୁଥିଲେ ମଧ୍ୟ ବିଭାଗୀୟ ଅବହେଳା ଯୋଗୁଁ ଶିକାରୀ ଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଥିବା ପରିଲକ୍ଷିତ ହୋଇଛି।
Leave A Reply