Odisha news

ନଦୀ ଗଣ୍ଡରେ ବୁଡି ପ୍ରାଣ ହରାଇଲେ ଶତାୟୁ ଚାଷୀ

0

ବୁଗୁଡ଼ା :-୨୬/୯ ବୁଗୁଡ଼ା ଥାନା ଅନ୍ତର୍ଗତ ଭାମଶ୍ୟାଳୀ ଗ୍ରାମର ଜଣେ ଶତାୟୁ ପୁରୁଷ ଆଜି ବଢି ଭୋରରୁ ବାଘୁଆ ନଦୀ ଗଣ୍ଡରେ ବୁଡି ପ୍ରାଣ ହରାଇଥିବା ଜଣାଯାଇଛି। ଭାମଶ୍ୟାଳୀ ଗ୍ରାମର ଚାଷୀ କୀର୍ତ୍ତିନ ପ୍ରଧାନଙ୍କ ବୟସ ଥିଲା ୧୦୬ ବର୍ଷ। ସେ ପ୍ରତିଦିନ ଭୋର୍ ରୁଉଠି ସ୍ନାନ ଶୌଚ ପାଇଁ ନିକଟସ୍ଥ ବାଘୁଆ ନଦୀକୁ ଯାଉଥିଲେ। ଆଜି ମଧ୍ଯ ସେ ମୁହଁ ଅନ୍ଧାରରୁ ଉଠି ନିଜ ବଙ୍କୁଲି ବାଡ଼ି ଧରି ବାଘୁଆ ନଦୀକୁ ସ୍ନାନ ଶୌଚ ପାଇଁ ଯାଇଥିଲେ। ହେଲେ ଗତ କାଲି ବର୍ଷା ହୋଇଥିବା ବେଳେ ନଦୀର ଅଧିକ ପାଣି ଆସୁଥିଲା ଓ ଅନ୍ଧାରିଆ ସମୟ ଥିବାରୁ ସେ ନଦୀର ପାଣି ଧାରକୁ ଓହ୍ଲାଇବା ବେଳେ ଗୋଡ ଖସିଯିବାରୁ ନଦୀର ଗଣ୍ଡ ଭିତରକୁ ଖସି ଯାଇ ବୁଡି ଯାଇଥିଲେ।

ଦୀର୍ଘ ସମୟ ଯାଏଁ ସେ ଘରକୁ ନ ଆସିବାରୁ ଘର ଲୋକ ତାଙ୍କୁ ଖୋଜି ଖୋଜି ନଇ ଆଡକୁ ଯାଇ ନଇ ହିଡରେ କୀର୍ତ୍ତିନ ଙ୍କ ବଙ୍କୁଲି ବାଡ଼ି ଥିବା ଦେଖିଥିଲେ। ଏଣୁ କୀର୍ତ୍ତିନ ଗଣ୍ଡ ଭିତରେ ବୁଡ଼ି ଯାଇ ଥିବା ସନ୍ଦେହ କରି ବାଉଁଶ ନଳ ସାହାର୍ଯ୍ୟରେ ଗଣ୍ଡ ଭିତରେ ଖୋଜି କୀର୍ତ୍ତିନ ଙ୍କ ମୃତ ଦେହ ପାଇଥିଲେ। ବୁଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିବା ପରେ ଡାକ୍ତର କୀର୍ତ୍ତିନଙ୍କ ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ। ଜଣେ ଶତାୟୁ ଚାଷୀ ଙ୍କ ମୃତ୍ୟୁ ରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା। କୀର୍ତ୍ତନ ଙ୍କ ପୁଅ ଖଦାଳ (୬୭) ଙ୍କ ଆଉ ତିନି ଝିଅ ବୋହୁ ଓ ନାତି ନାତୁଣୀ ଅଛନ୍ତି। ଜଣେ ଚାଷୀ ୧୦୬ ବର୍ଷ ବଞ୍ଚି ଅପମୃତ୍ୟୁ ର ଶିକାର ହୋଇଥିବା ବୁଗୁଡ଼ା ଅଞ୍ଚଳ ପାଇଁ ପ୍ରଥମ ବୋଲି ଜଣାଯାଇଛି।

Leave A Reply