Odisha news

ଫେସବୁକ ପ୍ରେମିକାକୁ ପାଇବା ପାଇଁ ୧୫ ମାସର ନାତିକୁ ଅପହରଣ କଲା ଅଜା

0

ନୂଆଦିଲ୍ଲୀ :ୟୁପିର ପ୍ରୟାଗରାଜ ପୋଲିସ ଛୁଆ ଅପହରଣ ମାମଲାର ଖୋଳତାଡ଼ କରିଛି l ତା ସାହିଠା ଏମିତି ଗୋଟିଏ ତଥ୍ୟ ଲୋକ ଲୋଚନାକୁ ଆଣିଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ l କରେଲି ଥାନା ଅଂଚଳରେ ଦୁଇଦିନ ପୂର୍ବରୁ ଗୋଟିଏ ଛୋଟ ପିଲାର ଅପହରଣ କରାଯାଇଥିଲେ l ଅପହରଣ କରିବାର ଆରୋପ ଛୋଟ ପିଲାଟିର ଅଜା ଉପରେ ଲଗାଯାଇଥିଲା l ଆରୋପରେ ଲେଖା ଯାଇଥିଲା ଯେ ଅଜା ନିଜର ଫେସବୁକ ପ୍ରେମିକାକୁ ପାଇବା ପାଇଁ ୧୫ ମାସର ନାତିକୁ ଅପହରଣ କରିଥିଲେ l ଦୁଇଦିନ ପୂର୍ବରୁ ୧୫ ମାସର ଏହି ଶିଶୁଟିର ଅପହରଣ କରେଲି ଅଞ୍ଚଳରୁ ହୋଇଥିଲା l ପୋଲିସ ଓ କ୍ରାଇମ୍ ବ୍ରାଞ୍ଚ କୁଶଳ ଭାବରେ ଶିଶୁଟିକୁ ଉଦ୍ଧାର କରି ଅଜା ଓ ତାଙ୍କ ସାଥୀକୁ ଗିରଫ କରିଛନ୍ତି l

ଅଜା ନିଜର ଫେସବୁକ ପ୍ରେମିକାକୁ ପାଇବା ପାଇଁ ନାତିକୁତ ଅପହରଣ କଲେ ତା ସହିତ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଲେ l ଆରୋପି ଅଜା ସାଉଦି ଆରବରେ ରହୁଥିଲେ ଓ କରେଲିର ଗୋଟିଏ ଝିଅ ସହିତ ତାଙ୍କର ଫେସବୁକରେ ବନ୍ଧୁତା ହୋଇଗଲା l ଆରୋପି ଜଣଙ୍କ ପୂର୍ବରୁ ବିବାହିତ ମଧ୍ୟ ଝିଅଟିକୁ ବିବାହ କାରିବ ପାଇଁ ରାଜି କରିନେଲେ l ଏହାପରେ ସେ ସାଉଦି ଆରବରୁ ଭାରତ ଫେରିଥିଲେ ଓ ନିଜ ଭଣଜା ସଲମାନକୁ ଝିଅଟି ନିକଟକୁ ବିବାହ ପ୍ରସ୍ତାବ ଦେଇ ପାଠାଇଲେ l କିନ୍ତୁ ସଲମାନ ସହିତ ଫେସବୁକର ଝିଅ ସହିତ ବନ୍ଧୁତା ହୋଇଗଲା l ଏହାପରେ ଅଜାଙ୍କ ପାଖରୁ ଫେସବୁକ ମହିଳା ଜଣଙ୍କ ଦୂରତା ବାଢ଼ିବ ଆରମ୍ଭ କରିଦେଲେ l

ଏହି କଥାକୁ ନେଇ ଅଜା ଅସନ୍ତୁଷ୍ଠ ହୋଇ ସଲମାନ ଉପରେ ପ୍ରତିଷୋଧ ନେବାକୁ ଚାହିଁଲେ l ତା ପାରେ ଅଜା ସେପ୍ଟେମ୍ବର ୨୨ ତାରିଖ ଦିନ ନିଜ ଭଣଜା ସଲମାନର ୧୫ ମାସର ଭଣଜା ଜୀୟାନକୁ ଅପହରଣ କରିନେଲେ ଏବଂ ସଲମାନଙ୍କୁ ଫୋନରେ ଧମକ ଦେଇଥିଲେ ଯେ ତାଙ୍କର ଫେସବୁକ ବାନ୍ଧବୀକୁ ଫେରାଇ ଦେବାପାଇଁ l ଏହା ପାରେ ଜୀୟାନର ପରିବାର ଲୋକେ ପୋଲିସ ଷ୍ଟେସନରେ ରିପୋର୍ଟ ଲେଖାଇଥିଲେ l କ୍ରାଇମ୍ ବ୍ରାଞ୍ଚ ଓ ପୋଲିସ ମିଶି ୪୮ ଘଣ୍ଟା ମଧ୍ୟରେ ଶିଶୁଟିକୁ ଉଦ୍ଧାର କରିଥିଲେ l ଅଜାଙ୍କ ସହିତ ଏହି ଅପହରଣ କାର୍ଯ୍ୟରେ ସାଙ୍ଗ ଦେଇଥିବା ଦୀଲଦାର ମାଧ୍ୟରେ ଗିରଫ ହୋଇଛି l ବର୍ତ୍ତମାନ ଉଭୟ ଆରୋପି ପୋଲିସକୁ କ୍ଷମାମାଗି ଛାଡି ଦେବାପାଇଁ କହୁଛନ୍ତି l

 

 

 

Leave A Reply