ଆଜିଠୁ ଆରମ୍ଭ ହେଲା କୋଭିଡ ସପ୍ତାହ , ଘର କୁ ଘର ଚାଲି ଚାଲି ବୁଲି ଲୋକଙ୍କୁ ସଚେତନତା ସହ ମାସ୍କ ବଣ୍ଟନ କଲେ ଗଂଜାମ ଜିଲାପାଳ : ଗାଁରେ ମାସ୍କ ପରିଧ୍ୟାନ କରିଥିବା କୁନି କୁନି ପିଲାଙ୍କ ନିଜ ମୋବାଇଲେ ଫୋଟ ଉଠାଇଲେ ଜିଲ୍ଲାପାଳ
ଛତ୍ରପୁର ; ଆଜି ଠାରୁ ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ ସପ୍ତାହ । ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକର କଣମଣା ଗ୍ରାମ ପଞ୍ଚାୟତରୁ ନିଜେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଛନ୍ତି । ବାଟଛତ୍ରପୁର ଗ୍ରାମର ପ୍ରବେଶ ପ୍ରଥରୁ ଖରା ରେ ଚାଲି ଚାଲି ବୁଲି ଜିଲ୍ଲାପାଳଙ୍କ ସହ ପ୍ରଶାସନ ଅଧିକାରୀ , ଅଙ୍ଗନବାଡି ଓ ଆଶା କର୍ମୀ, ଶିକ୍ଷକ , ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା , କୋଭିଡ ମନିଟର ଏବଂ ପଞ୍ଚାୟତ ପ୍ରତିନିଧୀ ମାନେ ହାତରେ ପ୍ଲାଗ କାର୍ଡ ଧରି ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନତା କରିବା ସହ ସୁରକ୍ଷିତ ରହିବା ନିମନ୍ତେ ସଚେତନତା କରିଛନ୍ତି । ଗାଁ ର ପ୍ରତ୍ୟେକ ସାହି ର ଘର କୁ ଘର ଜିଲ୍ଲାପାଳଙ୍କ ସହ ଏହି ଟିମ୍ ବୁଲି ଲୋକଙ୍କୁ କରୋନା ଉପରେ ସଚେତନତା କରିବା ସହ ଯେଉଁମାନେ ମାସ୍କ ବ୍ୟବହାର କରୁନାହାନ୍ତି ସେମାନଙ୍କୁ ନିଜେ ଜିଲ୍ଲାପାଳ ମାସ୍କ ବଟଂନ କରିଥିଲେ ।
ଏହାସହ ଯାତାୟତ ରାସ୍ତାରେ ପଥଚାରୀ ମାନଙ୍କୁ ମଧ୍ୟ ଜିଲ୍ଲାପାଳ ମାସ୍କ ବ୍ୟବହାର କରିବା ସହ ଯେଉଁ ମାନେ ମାସ୍କ ପିନ୍ଧି ନାହାଁନ୍ତି ସେମାନଙ୍କୁ ପ୍ରଦାନ କରିଥିଲେ । ଖାସ୍ କରି ଜିଲ୍ଲାପାଳ ଗାଁର କୁନି କୁନି ପିଲା ଏବଂ କିଛି ମହିଳା ମାନଙ୍କୁ ମାସ୍କ କାହିଁକି ବ୍ୟବହାର କରାଯାଉଛି ବୋଲି ପ୍ରଶ୍ନ ପ୍ରଚାରି ଥିଲେ । ସେମାନେ କୋଭିଡ ର ସୁରକ୍ଷା ନିମନ୍ତେ ବ୍ୟବହାର କରାଯାଉଛି ବୋଲି ଜିଲ୍ଲାପାଳଙ୍କୁ କହିଥିଲେ । ଏହାପରେ ଜିଲ୍ଲପାଳ ଖୁସି ଜାହିର କରିଥିଲେ ଖୋଦ୍ ନିଜ ମୋବାଇଲରେ କୁନି କୁନି ପିଲା ମାନଙ୍କ ମାସ୍କ ପିନ୍ଧିଥିବା ଫୋଟ ମଧ୍ୟ ଉଠାଇଥିଲୋ
ଘର ବାହାରିଲେ ମାସ୍କ ବ୍ୟବହାର, ସାନିଟାଇଜର ବ୍ୟବହାର ଆଦି ଉପରେ ଲୋକଙ୍କୁ ବୁଝାଇଥିଲେ । ପ୍ରତ୍ୟେକ ଲୋକ କରୋନକୁ ନେଇ ସଚେତନତା ହେଲେ ଯାଇ ଆମେ କରୋନାକୁ ହରାଇପାରିବା ବୋଲି କହିଥିଲେ । ଜିଲାରେ ବର୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ବି କରୋନା ସଂପୂର୍ଣ୍ଣ ହଟିନି ତେଣୁ ଚଳିତ ମାସ ମଧ୍ୟ ଆମପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।
ଯେତେ ଦିନ ପର୍ଯ୍ୟନ୍ତ କରୋନା ଟିକା ବାହାରିନାହିଁ ସେତେଦିନ ପର୍ଯ୍ୟନ୍ତ ଆମକୁ ସଜାଗ ହୋଇ ରହିବା ସହ ସମସ୍ତ ଗାଇଡଲାଇନ ମାନିଲେ ଆମେ କରୋନାକୁ ହରାଇ ପାରିବା ବୋଲି ଜିଲ୍ଲାପାଳ ଲୋକମାନଙ୍କୁ କହିଥିଲେ । ଏଥିରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ , କଣମଣା ସରପଞ୍ଚ ଏସ. ଚକ୍ରପାଣି ରେଡ୍ଡୀ, ସମିତି ସଭ୍ୟା ରଶ୍ମିତା ବେହେରା, ନାଏବ ସରପଞ୍ଚ ଉଷାରାଣୀ ବେହେରା, ଓଡିଶା ଜିବୀକା ମିସନ ର ବ୍ଲକ ସଂଯୋଜିକା ମାନିନୀ ଜେନା, ପିଇଓ ସନ୍ତୋଷ ବେହେରା, କଣମଣା ସ୍କୁଲ ର ପ୍ରଧାନ ଶିକ୍ଷକ ଅଜିତ୍ କୁମାର ସେଠୀ , ସହକାରୀ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, ଅଙ୍ଗନବାଡୀ କର୍ମୀ ବାସନ୍ତି ସାହୁ , କଳ୍ପନା ବେହେରାଙ୍କ ସମେତ କୋଭିଡ ମନିଟର ଏବଂ ଏସଏଚଜି ଗୃଫର ମହିଳା ମାନେ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉକି ଯେ- ଜିଲ୍ଲାରେ ଆଜିଠୁ କୋଭିଡ ସପ୍ତାହ ପାଳନ ଆରମ୍ଭ ହୋଇଛି । ଏହା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଏହି ସପ୍ତାହର ପାଳନ ଆଭିମୁଖ୍ୟ ହେଲା କୋଭିଡ ସଚେତନତା କାର୍ଯ୍ୟାକୁ ବ୍ୟାପକ କରିବା ଓ ସମସ୍ତେ ଯେପରି ସତର୍କତା ଅବଲମ୍ବନ କରିବେ ସେନେଇ ପ୍ରତି ଗ୍ରାମରେ ଏକ ରାଲି ବାହାରି ଲୋକମାନଙ୍କୁ କରୋନା ଉପରେ ସଚେତନତା କରାଯିବା ସହ ଯେଉଁମାନେ ମାସ୍କ ବ୍ୟବାହର କରୁନାହାନ୍ତି ସେମାନଙ୍କୁ ମାସ୍କ ବଟଂନ କରାଯାଇଥିଲା । ସପ୍ତାହବ୍ୟାପୀ ସମସ୍ତ ଅଚଂଳରେ କୋଭିଡ ସଚେତନତା ରଥ ପରିଭ୍ରମଣ କରି ସଚେତନତା ବାର୍ତା ପ୍ରଚାର ଓ ପ୍ରସାର କରାଯିବ ।