ହିନ୍ଦୁ ଧର୍ମରେ “ଓଁ “ର ସ୍ଥାନ ସବୁଠୁ ଉର୍ଦ୍ଧରେ ଅଟେ l ହିନ୍ଦୁ ଧର୍ମରେ ଯେକୌଣସି ମନ୍ତ୍ର ଆମେ ଉଚାରଣ କଲା ବେଳେ ଓଁ ରୁ ହିଁ ଆରମ୍ଭ କରିଥାଉ l ପୌରାଣିକ ମାନ୍ୟତା ରେ କୁହାଯାଇଛି ଯେ ଓଁ ରେ ଏତେ ଶକ୍ତି ରହିଛି ଯେ କେବଳ ଏହାର ଜପରେ ଈଶ୍ୱରଙ୍କୁ ପାଇ ହେବ l କୁହାଯାଇଛି ଓଁ ରେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଜ୍ଞାନ ଲୁଚିରହିଛି l
ଓଁ ଶବ୍ଦ ତିନିଟି ଧ୍ୱନିକୁ ନେଇ ହେଇଛି -ଅ ,ଉ ,ମ ଏହି ତିନି ଧ୍ୱନିର ଅର୍ଥ ଉପନିଶଦରେ ମଧ୍ୟ ରହିଛି l ଏହା ବ୍ରହ୍ମା ,ବିଷ୍ଣୁ ଓ ମହେଶ୍ୱରଙ୍କର ପ୍ରତୀକ ଅଟେ ଓ ଏହା ଭୂଲୋକ ଭୁବ ଲୋକ ଓ ସ୍ୱର୍ଗ ଲୋକର ପ୍ରତୀକ ଅଟେ l ଏହାର ଉଚ୍ଚାରଣ ଦ୍ୱାରା ସକାରତ୍ମକ ଶକ୍ତି ଜାଗ୍ରତ ହୋଇଥାଏ l ଓଁ ଉଚ୍ଚାରଣ କରିବା ସମୟରେ କିଛି ବିଶେଷ ଧ୍ୟାନ ରଖିବାକୁ ପଡେ l ଆମେ ଆପଣଙ୍କୁ କହି ରଖୁଛୁ ଓଁ ଉଚ୍ଚାରଣ କଲା ବେଳେ କେଉଁ ସବୁ କଥାର ଧ୍ୟାନ ରଖିବେ l
* ଓଁ ର ଉଚ୍ଚାରଣ ପ୍ରାତଃ ସମୟରେ ନିଜର ନିତ୍ୟକର୍ମ ସାରି ପବିତ୍ର ହୋଇ ମନକୁ ଶାନ୍ତ ରଖି ଉଚ୍ଚାରଣ କରି ପାରିବେ l
* ଓଁ ର ଉଚ୍ଚାରଣ ସର୍ବଦା ସ୍ୱଚ୍ଛ ଓ ଖୋଲା ବାତାବରଣରେ କରିବା ଆବଶ୍ୟକ l
* ଓଁ ର ଉଚ୍ଚାରଣ ପଦ୍ମାସନ,ଅର୍ଦ୍ଧ ପଦ୍ମାସନ,ସୁଖାସନ ଓ ଵଜ୍ରlସନରେ ବସି କରିବା ଆବଶ୍ୟକ l
* ଓଁ ର ଉଚ୍ଚାରଣ ଜୋରରେ କରିପାରିବେ ଓ ଧୀରେଧୀରେ ମଧ୍ୟ କରି ପାରିବେ l
* ଓଁ ର ଉଚ୍ଚାରଣ ୫ ,୭ ,୧୧ କିମ୍ବା ୨୧ ଥର କରିବା ଉଚିତ l