Odisha news

ଆମେରିକାରେ ଷଡଯନ୍ତ୍ର ରଚୁଥିଲା ପାକିସ୍ତାନୀ , ତାପରେ …

0

ନୂଆଦିଲ୍ଲୀ : ଆମେରିକାର ସୁରକ୍ଷା ଏଜେନ୍ସି ଗୋଟିଏ ୬୫ ବର୍ଷୀୟ ପାକିସ୍ତାନୀ ଆମେରିକୀୟ ନାଗରିକଙ୍କୁ ଦେଶ ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ବାବଦରେ ଗିରଫ କରିଛି l ସେହି ପାକିସ୍ତାନୀ ନାଗରିକ ଉପରେ ଲୁଚିଛପି ଉଚ ଯାନ୍ତ୍ରିକ କମ୍ପୁଟର ଉପକରଣ ଓ ସ୍ପଟୱେର ଆପ୍ଲିକେସନ ସଲ୍ୟୁସନ ପାକିସ୍ତାନ ପରମାଣୁ ଉର୍ଜା ଆୟୋଗକୁ ପଠାଇବାର ଆରୋପ ଲଗାଯାଇଛି l ଆମେରିକା ଯାଞ୍ଚ ଏଜେନ୍ସି ଅନୁସାରେ ପାକିସ୍ତାନସ୍ଥିତ ବିଜିନେସ ସିଷ୍ଟମ ଇଣ୍ଟରନେଶନାଲ ପ୍ରାଇଭେଟ ଲିମିଟେଡ଼ ଓ ଚିକାଗୋ ସ୍ଥିତ BSI USA ର ମାଲିକ ଅବଦୁଲ ସୟଦକୁ ସେପ୍ଟେମ୍ବର ୧୬ ତାରିଖ ଦିନ ଗିରଫ କରାଯାଇଛି l ଯଦି ଆମେରିକା କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା ତେବେ ଅଧିକ ତମ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ l

ଯାଞ୍ଚ ଏଜେନ୍ସିଙ୍କ ଅନୁସାରେ ସୟଦ ଯେଉଁ କମ୍ପାନୀର ମାଲିକ ଥିଲେ ସେହି କମ୍ପାନୀର ଉଚଯାନ୍ତ୍ରିକ ଯୁକ୍ତ କମ୍ପୁଟରିଂ ପ୍ଲାଟଫର୍ମ ,ସର୍ବର ଓ ସ୍ପଟୱେର ଆପ୍ଲିକେସନକୁ ପାକିସ୍ତାନ ପଠାଇ ଦେଇଛନ୍ତି l ୨୦୦୬ ରୁ ୨୦୧୫ ମଧ୍ୟରେ ସୟଦ ଓ BSI ପାକିସ୍ତାନରେ କମ୍ପାନୀର କର୍ମଚାରୀ ମାନଙ୍କ ସହିତ ଷଡଯନ୍ତ୍ର ରଚନା କରିଥିଲେ ଓ ଆମେରିକାର ବାଣିଜ୍ୟ ବିଭାଗରୁ ଆବଶ୍ୟକ ଅନୁମତି ପ୍ରାପ୍ତ ନକରି ଆମେରିକାରୁ ପାକିସ୍ତାନର ପରମାଣୁ ଉର୍ଜା ଆୟୋଗକୁ କମ୍ପ୍ୟୁଟର ଉପକରଣ ରପ୍ତାନି କରି ଅନ୍ତରାଷ୍ଟ୍ରୀୟ ଅପତା କାଳୀନ ଆର୍ଥିକ ଶକ୍ତି ମାନଙ୍କର ଅଧି ନିୟମକୁ ଉଲଂଘନ କରିଛନ୍ତି l ପାକିସ୍ତାନର ଅବଦୁଲ କାଦିର ଖାନ ଇରାନ ,ଲିବିୟା ଓ ଉତର କୋରିଆକୁ ପରମାଣୁ ଯନ୍ତ୍ରପାତି ହସ୍ତାନ୍ତର କରିଥିଲେ l

୨୦୦୪ ରେ ପାକିସ୍ତାନୀ ପରମାଣୁ ଭୌତିକ ବିଜ୍ଞାନୀ କାଦିର ଖାନ ମାନିଥିଲେ ଯେ ସେ ୧୯୮୯ ଓ ୧୯୯୧ ରେ ଇରାନ ଓ ଉତର କୋରିଆ ସହିତ ଲିବିୟାରେ ପରମାଣୁ ହତିଆରର ଯନ୍ତ୍ରପାତି ସ୍ଥାନାନ୍ତର କରିଥିଲେ l ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ମୁସରଫ କାଦିର ଖାନଙ୍କୁ କ୍ଷମା ଦେଇଥିଲେ l

Leave A Reply