ନୂଆଦିଲ୍ଲୀ : ୨୦୨୦ ରେ ଅନେକ କଷ୍ଟପ୍ରଦ ଘଟଣା ଘଟୁଛି l କେହି ଚିନ୍ତା ମଧ୍ୟ କରିନଥିଲେ ଯେ ଏମିତି ଗୋଟିଏ ସମୟ ଆସିବ ଯେତେବେଳେ ଲୋକ ମାନଙ୍କୁ ନିଜର ଜୀବନ ବଞ୍ଚାଇବା ପାଇଁ ଘରେ ରହିବାକୁ ପଡିବ l କିନ୍ତୁ ଏହି ବର୍ଷ ଆମେ ଏହି କଷ୍ଟ ମଧ୍ୟରେ ଅକ୍ଟୋବର ୩୧ ତାରିଖ ଦିନ “ବ୍ଲୁ ମୁନ” ଅର୍ଥ ନୀଳରଙ୍ଗର ଚନ୍ଦ୍ର ଦେଖିବାକୁ ପାଇବା l
ଏହି ଦୂର୍ଷ୍ୟ ଅନେକ ବର୍ଷ ପରେ ଦେଖାଯିବ l ସେହିଦିନ ରାତିରେ ଆକାଶର ଦୂର୍ଷ୍ୟ କିଛି ଅଲଗା ପ୍ରକାରର ଦେଖାଯିବ l ବିଶ୍ୱର ସମସ୍ତ ଦେଶରେ ଅକ୍ଟୋବର ୩୧ ତାରିଖ ଦିନ ଏହି ଜାଗତିକ ଦୂର୍ଷ୍ୟ ବିଶ୍ୱବାସୀ ଦେଖିବେ l ଅନ୍ତରୀକ୍ଷ ସହିତ ଯୋଡି ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖାଯାଇଛି ,ଯେଉଁଥିରେ ଲୀ ର ଜତିଷମାନେ ମଧ୍ୟ ସମ୍ପୃକ୍ତ ଅଛନ୍ତି l
ଏହି ଦୂର୍ଷ୍ୟ ଅନେକ ବର୍ଷ ପରେ ପୃଥିବୀ ବାସୀଙ୍କୁ ଦେଖିବାକୁ ମିଳିବ l କୁହାଯାଉଛି ଯେ ୩୦ ବର୍ଷ ପରେ ପ୍ରଥମଥର ବ୍ଲୁ ମୁନ ବିଶ୍ୱର ସମସ୍ତ ଦେଶକୁ ଦେଖାଯିବ l ୩୧ ଅକ୍ଟୋବର ୨୦୨୦ ପରେ ଆସୁଥିବା ୧୯ ବର୍ଷ ମଧ୍ୟରେ ବ୍ଲୁ ମୁନ ଦେଖାଯିବ ନାହିଁ l ଏହି ଚନ୍ଦ୍ରମାର ନାମ ବ୍ଲୁ ମୁନ ଅଟେ ,କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏହା ନୀଳ ଦେଖାଯିବ l
ଯେବେବି ପୁର୍ଣିମା ଗୋଟିଏ ମାସରେ ଦୁଇଥର ପଡିଥାଏ ତାହାକୁଯ ବ୍ଲୁ ମୁନ କୁହାଯାଏ l ୨୦୨୦ ଅକ୍ଟୋବର ମାସରେ ଲୋକମାନେ ଦୁଇଥର ପୁର୍ଣିମା ଦେଖିବେ ତାହା ହେବୁଛି ଅକ୍ଟୋବର ୧ ତାରିଖ ଓ ଅକ୍ଟୋବର ୩୧ ତାରିଖ l ସାଧାରଣତଃ ଗୋଟିଏ ବର୍ଷରେ ୧୨ ଟି ପୂର୍ଣମୀ ରହିଥାଏ କିନ୍ତୁ ଚଳିତ ବର୍ଷ ୧୩ ଟି ପୂର୍ଣ୍ଣମୀ ରହିଛି l