ଡ୍ରଗ୍ ମାମଲାରେ ଏକ ବଡ଼ ଖୁଲାସା କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଶର୍ଲିନ୍ ଚୋପଡ଼ା । ସେ କହିଛନ୍ତି, ‘ଖ୍ୟାତନାମା କ୍ରିକେଟ୍ ଷ୍ଟାର୍ଙ୍କ ପନିୀମାନେ ବି ଡ୍ରଗ୍ସ ନେଉଛନ୍ତି । ଏନ୍ସିବି ବହୁତ ଭଲ କାମ କରୁଛି । ଏତେ ବର୍ଷ ଧରି ଆମ ମନରେ ଧାରଣା ଅଛି ସୁପରଷ୍ଟାର୍ ଓ ଦିବା ଆମର ଅଧିଦେବତା । ଏବେ ସେମାନଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି । ଏମାନେ କେତେବେଳେ କେତେ ଥର ଡ୍ରଗ୍ସ ସେବନ କରନ୍ତି ଏନ୍ସିବି ଜେରାରୁ ଧରାପଡ଼ିବ । କେକେଆର୍ର ମ୍ୟାଚ୍ ଦେଖିବା ପାଇଁ ମୁଁ କୋଲକାତା ଯାଇଥିଲି । ମ୍ୟାଚ୍ ପର ପାର୍ଟିରେ ମୁଁ ଜଏନ୍ କରିଥିଲି । ସେଠାରେ ଆମ କ୍ରିକେଟ୍ ଷ୍ଟାର୍ଙ୍କ ପନିୀମାନେ ହ୍ୱାଇଟ୍ ପାଉଡର୍ ଅର୍ଥାତ୍ କୋକିନ୍ ସ୍ନଟ୍ କରୁଥିଲେ । ଏସବୁ ଦେଖି ମୁଁ ଭାବିଲି ଭୁଲ୍ ଜାଗାକୁ ଆସିଛି । ଆଗାମୀ ଦିନରେ ଏନ୍ସିବି ଡ୍ରଗ୍ସ ସିଣ୍ଡିକେଟ୍ର ବଡ଼ ଖେଳାଳିଙ୍କ ପାଖରେ ପହଞ୍ଚିବ । ଯେଉଁ ଷ୍ଟାର୍- ୱାଇଫ୍ଙ୍କ ବିଷୟରେ ଆମେ ପଢ଼ୁଛୁ ତାଙ୍କ ବ୍ୟାଗ୍ର ମୂଲ୍ୟ, ଜୋତାର ମୂଲ୍ୟ ଏବେ ଆମେ ଜାଣିବା ଉଚିତ ଏବଂ ଆମେ ମଧ୍ୟ ଜାଣିବା ଜରୁରୀ ସେମାନେ କି ମାଲ୍ ନେଉଛନ୍ତି ।’