ଧର୍ମଶାଳା୨୪ ।୯ : ବିଜେଡି ସୁପ୍ରିମୋ ନବୀନ ପଟ୍ଟାନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କର୍ମକର୍ତା ଚୟନ କରାଯାଇଛି । ଏହି କମିଟିରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ତାରିଣି ପ୍ରସାଦ ନାୟକଙ୍କୁ ଯୁବ ବିଜେଡି ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କୁ ଏହି ଦାୟିତ୍ୱ ମିଳିବା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଧର୍ମଶାଳାର ଯୁବ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାରିଣୀଙ୍କୁ ନୂତନ ଦାୟିତ୍ୱ ମିଳିବା ପରେ ବିପିୟୁଟି ଓ ଡିପ୍ଲୋମା ଛାତ୍ର ସଙ୍ଗଠନ ସହ ବିଭିନ୍ନ ମହଲରୁ ତାଙ୍କୁ ଶୁବେଛାର ସୁଅ ଛୁଟିଛି ।
ସେ ଜଣେ ଶୁସଙ୍ଗଠକ ଭାବେ ରାଜ୍ୟ ସ୍ତରରେ ବେଶ ସୁନାମ ଅର୍ଜନ କରିପାରିଛନ୍ତି । ତାଙ୍କୁ ଏଭଳି ଗୁରୁଦାୟିତ୍ୱ ମିଳିବା ପରେ ଯୁବ ସଙ୍ଗଠନ ଶକ୍ତିଶାଳି ହେବ ବୋଲି ଯୁବ ବିଜେଡି ପକ୍ଷରୁ କୁହାଯାଇଛି । ପୁର୍ବରୁ ଶ୍ରୀ ନାୟକ ବିଜେଡିର ରାଜ୍ୟ ସମ୍ପାଦକ ଓ ଯୁବ ବିଜେଡି ଆଇଟିସେଲର ସଂଯୋଜକ ଭାବେ କାର୍ଯ୍ୟ କରିଥିଲେ । ତାଙ୍କୁ ଏହି ଦାୟିତ୍ୱ ମିଳିବା ପରେ ଧର୍ମଶାଳା ବିଜୁ ଜନତା ଦଳପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।