Odisha news

ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ

0

ବାଙ୍ଗିରିପୋଷି,୨୪/୦୯: ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟରେ +୩ ଏନ.ଏସ.ଏସ ସଂଘ ଦ୍ୱାରା “ଜାତୀୟ ସେବା ଯୋଜନା ଦିବସ” ୨୫ ଜଣ ସ୍ୱେଚ୍ଛାସେବୀ ଙ୍କ ଉପସ୍ଥିତିରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ଏକ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ପୁଷ୍ପାରାଣୀ ପାତ୍ର ସ୍ୱାଗତ ବାର୍ତା ଦେବା ପରେ ସ୍ୱେଚ୍ଚାସେବୀମାନେ ମହାବିଦ୍ୟାଳୟର ପରିସରରେ ୬ଷ୍ଠ ସେମିଷ୍ଟାର ପରିକ୍ଷା ଦେବାକୁ ଆସିଥିବା ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ସମ୍ପ୍ରତି ବ୍ୟାପକତା ଲାଭ କରିଥିବା କୋଭିଡ୍-୧୯ ମହାମାରୀ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରଣୀତ ସୁରକ୍ଷା ବାର୍ତା ଓ ନିର୍ଦ୍ଦଶାବଳୀର ପାଳନ କରିବା,ମାସ୍କ ପିନ୍ଦିବା,ସାନିଟାଇଜର ବ୍ୟବହାର କରିବା ତଥା ସାମାଜିକ ଦୂରତା ବଜାୟ ରଖିବା ସମ୍ପର୍କୀୟ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଫିଟ ଇଣ୍ଡିଆ ବାର୍ତା ପ୍ରସାରଣ କରିଥିଲେ ।

ଏହି ଅବସରରେ ସ୍ୱେଚ୍ଛାସେବୀମାନେ ସୁମନ୍ତ,ତପସ,ସରେଜ,ବୈଜୟନ୍ତି ସାମାଜିକ ଦୂରତା ବଜାୟ ରଖିବା ମାସ୍କ ବଣ୍ଟନ କରିଥିଲେ ।କୋଭିଡ୍ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ୱେଚ୍ଚାସେବୀ ମାନେ ସଂକ୍ରମଣ ନିବୃର୍ତର ସମସ୍ତ ନିୟମ ପାଳନ ପୂର୍ବକ ଏହି ଦିବସ ପାଳନ କରିବା ଦିଗରେ କାର୍ଯ୍ୟକାରୀ ଅଧିକାରୀ ସତ୍ୟବ୍ରତ ବେହେରା,ହିରଣ୍ମୟୀ ପ୍ରଧାନ ଯଥେଷ୍ଟ ପ୍ରୟାସ କରିଥିଲେ । ମାସ୍କ ବଣ୍ଟନ ସମୟରେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave A Reply