Odisha news

ହେଲମେଣ୍ଟ ଓ ମାକ୍ସ ଚେକିଂ ବେଳେ କିନ୍ନର ଓ ପୁଲିସ୍ ମୁହାଁମୁହିଁ , ତାପରେ ..

0

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଅମାନିଆମାନଙ୍କ ପ୍ରାଦୁର୍ଭାବ ବଢିବାରୁ ଏସ୍ପିଙ୍କ ନିଦେ୍ର୍ଦଶରେ ପ୍ରତ୍ୟେକ ପୁଲିସ୍ ଇଲାକାରେ ସ୍ୱତନ୍ତ୍ର କୋବିଦ୍ ୧୯ ସଂକ୍ରମଣ ପ୍ରତିରୋଧ ପାଇଁ ମାକ୍ସ ଚେକିଂ ର ନିଦେ୍ର୍ଦଶ ଦିଆଯାଇଛି । ତେଣୁ ଏହାକୁ ଆଧାର କରି ଜଳେଶ୍ୱର ପୁଲିସ୍୍ ପକ୍ଷରୁ ଥାନା ସମ୍ମୁଖରେ ପ୍ରତିଦିନ ଚେକିଂ ଚାଲିଛି । ଆଜି ମଧ୍ୟ ପୁଲିସ୍ ପକ୍ଷରୁ ହେଲମେଣ୍ଟ ଓ ମାକ୍ସ ଚେକଂ ଆରମ୍ଭ ହୋଇଥିବା ବେଳେ ୨ଜଣ କିନ୍ନର ଏକ ସ୍କୁଟିରେ ଗଲାବେଳେ ମାକ୍ସ ନ ଥିବାରୁ ପୁଲିସ୍ ଧରପଗଡରେ ଅଟକ ରଖା ଯିବ । ସହିତ ୫୦୦ଟଙ୍କା ଜୋରିମାନା କରିଥିଲେ । ଫଳରେ ପୁଲିସ୍ ଓ କିନ୍ନରଙ୍କ ମଧ୍ୟରେ ବଚସା ଓ ମୁହାଁମୁହିଁ ଅବସ୍ଥା ହୋଇଥିଲା ।

ଜଣେ ପୁଲିସ୍ କିନ୍ନର ଉପରକୁ ବାଡି ଉଠାଇବା ଅଭିଯୋଗ ହେବା ପରେ ଜଳେଶ୍ୱରର ପ୍ରାୟ ୨୦/୨୨ ଜଣ କିନ୍ନର ଥାନା ଆଗରେ ସମ୍ମିଳିତ ହୋଇ ନାରାବାଜି କରିଥିଲେ । ଆଇଆଇସି ମାନସ କୁମାର ଦେଓ କିନ୍ନରଙ୍କ ନେତ୍ରୀ ରାଣୀ କୁ ଡାକି ଏ ସଂପର୍କରେ ଆଲୋଚନା କରିଥିଲେ । ଫଳରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ପ୍ରକାଶଯୋଗ୍ୟ ଜଳେଶ୍ୱର ଅଂଚଳରେ କରୋନ ଆଇନ୍କୁ ବେଖାତିରା କରି ବହୁ ଅମାନିଆ ଯାତାୟାତ କରୁଥିବାର ଦେଖିବାକୁ ମିଳୁଛି । ଫଳରେ ଜଳେଶ୍ୱରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ଘଟିବାରେ ଲାଗିଛି । ସରକାର ଏଥିପ୍ରତି କଡା ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Leave A Reply