Odisha news

ବିଜେଡ଼ି ପକ୍ଷରୁ ସଦର ଉପନିର୍ବାଚନ ପାଇଁ ପରିଚାଳନା କମିଟି ଗଠିତ

0

ବାଲେଶ୍ୱର  : ଗୋଟିଏ ପଟେ କରୋନା ମହାମାରୀ ର କରାଳ ରୂପ ଏବଂ ଅନ୍ୟ ପଟେ ଆଗାମୀ ଉପନିର୍ବାଚନର ରାଜନୈତିକ ଉଷ୍ମତା ଏବେ ସ୍ପଷ୍ଟ ବାରିହୋଇପଡୁଛି । ଉପନିର୍ବାଚନର ବିଗୁଲ ବାଜିବକୁ ଆଉ କିଛି ଦିନ ବାକି ତତ୍ସହିତ ଦଳୀୟ ରଣନୀତିକୁ ପ୍ରତ୍ୟେକ ଦଳ ଜୋରଦାର କରିବା ମଧ୍ୟ ପରିଲକ୍ଷିତ ହେଲାଣି । ଏହି କ୍ରମରେ ବିଜେଡ଼ି ଦଳର ପର୍ଯ୍ୟବେକ୍ଷକ ଭାବରେ ମନ୍ତ୍ରୀ ପ୍ରତାପ ଜେନା ବର୍ତ୍ତମାନ ବାଲେଶ୍ୱର ଗସ୍ତରେ ଅଛନ୍ତି । ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ଦଳୀୟ ବିଧାୟକ ଏବଂ ପୂର୍ବତନ ବିଧାୟକ ମାନଙ୍କୁ ନିର୍ବାଚନ ସୁପରିଚାଳନା ନିମନ୍ତେ ଦାୟିତ୍ୱ ଅର୍ପଣ କରିଛନ୍ତି ।

ଭୋଗରାଇର ବିଧାୟକ ଅନନ୍ତ ଦାସଙ୍କୁ ସଦର ଉପନିର୍ବାଚନ ପାଇଁ ପରିଚାଳନାର ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏଥିସହ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ନିର୍ବାଚନ ମଣ୍ଡଳୀ ର ନେତା ଭାବେ ଘୋଷଣା କରିବା ସହ ଚାରିଟି ଜିଲ୍ଲା ପରିଷଦ ଜୋନ ଦାୟିତ୍ୱ ତିନିଜଣ ବିଧାୟକ ଓ ଜଣେ ମନ୍ତ୍ରୀଙ୍କୁ ଦିଆଯାଇଛି । ୨୫ ନଂ ଜୋନ୍ ପାଇଁ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ୨୬ନଂ ଜୋନ୍ ପାଇଁ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ୨୮ନଂ ଜୋନ ପାଇଁ ବିଧାୟକ ଅଶ୍ୱନୀ ପାତ୍ର, ୨୯ନଂ ଜୋନ ପାଇଁ ବିଧାୟକ ନିତ୍ୟାନନ୍ଦ ସାହୁ ଓ ସେହିପରି ବାଲେଶ୍ୱର ସହର ପାଇଁ ବିଧାୟକ ପର୍ଶୁରାମ ଧଡ଼ା ଏବଂ ନୀଳଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥି ସନ୍ତୋଷ ଖଟୁଆଙ୍କ ନାମ ମନ୍ତ୍ରୀ ପ୍ରତାପ ଜେନା ଘୋଷଣା କରିଛନ୍ତି ।

Leave A Reply