ଭୁବନେଶ୍ୱର,(ନି.ପ୍ର): ବୁଧବାର ବରିଷ୍ଠ ଆଇପିଏସ୍ଙ୍କ ମଧ୍ୟରେ ଅଦଳ ବଦଳ ହୋଇଥିବା ବେଳେ ରେଖା ଲୋହାନୀଙ୍କୁ ଦ୍ୱୈତନଗରୀ କଟକ-ଭୁବନେଶ୍ୱରର ଅତିରିକ୍ତ ପୋଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ଏ ନେଇ ରାଜ୍ୟ ସରକାର ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।
ବୁଧବାର ୯ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି । ୧୯୮୮ ବ୍ୟାଚର ଆଇପିଏଏସ୍ ଅରୁଣ କୁମାର ରାୟ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଏଡିଜି କମ୍ୟୁନିକେସନ ଭାବରେ ନିଯୁକ୍ତି ମିଳିଛି । ଏଡିଜି କମ୍ୟୁନିକେସନରେ ପୂର୍ବରୁ ଥିବା ଲଲିତା ଦାସଙ୍କୁ ଏଡିଜି ଭାବେ ହେଡ୍କ୍ୱାର୍ଟରକୁ ବଦଳି ହୋଇଛି । ସେହିପରି ୧୯୯୪ ବ୍ୟାଚର ଆଇପିଏସ ଅଧିକାରୀ ଯଶୋବନ୍ତ ଜେଠୱା କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଏଡିଜି ଆଇନଶୃଙ୍ଖଳା ଭାବେ ନିଯୁକ୍ତି ମିଳିଛି ।
ଏଡିଜି ହେଡକ୍ୱାର୍ଟରରେ ଥିବା ୧୯୯୩ ବ୍ୟାଚର ବିନୟତୋଷ ମିଶ୍ରଙ୍କୁ ଏସଆରସିବି ନିଦେ୍ର୍ଦଶକ ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି । ୧୯୯୬ ବ୍ୟାଚର ଏସିପି ସଂଜୟ କୁମାର ସିଂଙ୍କୁ ଆଇଜି ଆଧୁନିକୀକରଣ ଏବଂ ଆଇଜି ଆଧୁନିକୀକରଣରେ ଥିବା ୧୯୯୭ ବ୍ୟାଚର ରେଖା ଲୋହାନୀଙ୍କୁ ଟୁଇନ୍ ସିଟି ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି ।
ସେହିଭଳି କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ୧୯୯୫ ବ୍ୟାଚର ରିତୁ ଅରୋରାଙ୍କୁ ଗୃହ ବିଭାଗରେ ଓଏସଡି ଭାବେ, ଏସସିଆରବି ନିଦେ୍ର୍ଦଶକ ରାଜେଶ କୁମାରଙ୍କୁ ଆଇଜି ଏଫଏସଏଲ ଭାବେ ନିଯୁକ୍ତି ମିଳିଥିବା ବେଳେ ଢେଙ୍କାନାଳ ଏସ୍ପି ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସ ଏସ୍ପି ଭାବେ ନୂଆ ଦାୟିତ୍ୱ ମିଳିଛି ।