Odisha news

ମହିଳା ଜଣଙ୍କ ଘରର କବାଟ ଖୋଲିଲା ବେଳକୁ ଉପରେ ଖସିଲା ସାପ ତାପରେ….

0

ନୂଆଦିଲ୍ଲୀ : ଗୋଟିଏ ବହୁତ ବିଚିତ୍ର ଘଟଣା ସାମ୍ନାକୁ ଆସିଛି l ଯେଉଁଠାରେ ଦେଖାଯାଇଛି ଯେ ଜଣେ ମହିଳା ନିଜ ଘରକୁ ଫେରିଲା ପରେ ଘର କବାଟ ଖୋଲିବା କ୍ଷଣି ଗୋଟିଏ ସାପ ତାଙ୍କ ଉପରକୁ ଅଚାନକ ଡେଇଁ ପଡିଲା l ଏହି ମହିଳା ଜଣଙ୍କ ନିଜ କର୍ମ ସଂସ୍ଥାନରୁ ଘରକୁ ଫେରିବା ପରେ ଏପରି ଘଟିଥିଲା l ଘଟଣାଟି ଘଟିଛି ଆମେରିକାର ମିସିସିପିରେ ,ସେଠାକାର ଗଣମାଧ୍ୟମ ରିପୋର୍ଟ ଅନୁସାରେ ମିଶେଲ ନାମଙ୍କ ମହିଳା ଗତ ସପ୍ତାହରେ କାମ ସାରି ଘରକୁ ଫେରିଥିଲେ ଓ ଛବି ସାହାଯ୍ୟରେ ଘର କବାଟ ଖୋଲିଥିଲେ l ସେ ଜାଣିନଥିଲେ ଯେ କବାଟର ଦୁଆରବନ୍ଧ ଉପରେ ଗୋଟିଏ ସାପ ବସିଛି l

ମହିଳା ଜଣଙ୍କ ଯେତେବେଳେ କବାଟଟିକୁ ଖୋଲି ଦେଇଥିଲେ ସାପଟି ତାଙ୍କ ଉପରେ ପଡିଯାଇଥିଲା l ମିଶେଲ କହିଛନ୍ତି ଯେ ମୁଁ ଏହା ଅନୁଭବ କଲିକି ମୋ ମୁଣ୍ଡ ଉପରେ କିଛି ଗୋଟିଏ ଖସି ପଡିଲା l ତୁରନ୍ତ ମୁଁ ତଳକୁ ଅନାଇଲି ଯେ ଗୋଟିଏ ସାପ ମୋ ମୁଣ୍ଡରୁ ଖସି ପଦପାଖରେ ପଡିଛି l ଏହି ସାପଟି ପାଖାପାଖି ୧୫ ଇଂଚ ଲମ୍ବା ଥିଲା ,ତଳକୁ ପଡିବ କ୍ଷଣି ମୋ ରୋଷେଇ ଘରଆଡକୁ  ପଳାଇଗଲା l ତାପରେ ଏହି ଘଟଣା ମୁଁ ମୋ ସ୍ୱାମୀଙ୍କୁ ଫୋନରେ କହିଥିଲି l

ଏହାପରେ ମିଶେଲ ନିଜେ ଝାଡୁ ଧରି ସାପଟିକୁ ଘରଭିତରୁ ବାହାର କରିଥିଲେ l ଯେତେବେଳେ ସେ ଝାଡୁଟିକୁ ଜୋରରେ ଝାଡ଼ି ସାପଟିକୁ କାଢ଼ିବାକୁ ଚେଷ୍ଟା କରିଥିଲେ ସାପଟି ଝାଡ଼ୁକୁ ଜୋରରେ କାମୁଡି ଧରିଥିଲା l ମହିଳା ଜଣଙ୍କ କହିଛନ୍ତି ଯେ ମତେ ସାପ ଭଲ ଲାଗେ କିନ୍ତୁ ହଟାତ କି ଦେଖି ମୁଁ ଭୟଭୀତ ହୋଇ ଗଲି l ସାପଟି ଲମ୍ବା ଥିଲେ ମଧ୍ୟ ବିଷାକ୍ତ ନ ଥିଲା l ଏହାପରେ ସେ ସତର୍କତା ର ସହିତ କବାଟ ଖୋଲିବେ ବୋଲି କହିଛନ୍ତି l

Leave A Reply