ଫୁଲବାଣୀ (ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲା ପୋଲିସ ପାଇଁ ଗର୍ବ ଆଣି ଦେଇଛନ୍ତି ଫୁଲବାଣୀ ଆଦର୍ଶ ଟାଉନ ଥାନା ଏସଆଇ ବିଦ୍ୟା ଭାରତୀ ଓ କନେଷ୍ଟବଳ ଜୟନ୍ତ ଭଦ୍ର । ଏ ଦୁଇ କରୋନା ଯୋଦ୍ଧା କରୋନା ସଂକ୍ରମତ ହୋଇ କିଛି ଦିନ ପୂର୍ବ ସୁସ୍ଥ ହୋଇ ଦାୟିତ୍ୱରେ ଯୋଗଦେଇଥିଲେ । ତେବେ ସେମାନେ ଆଜି କଟକ ଏସସିବି ମେଡିକାଲ କଲେଜକୁ ଯାଇ ସେମାନଙ୍କର ପ୍ଲାଜମା ଦାନ କରିଛନ୍ତି ।
ରାଜ୍ୟ ପ୍ରଥମ ମହିଳା ପୁଲିସ୍ ଅଧିକାରିଣୀ ଭାବେ ବିଦ୍ୟ ଭାରତୀ ପ୍ଲାଜମା ଦାନ କରି ପୁଲିସ୍ ବିଭାଗକୁ ଗୌରବାନ୍ୱିତ କରିଥିବାରୁ ଆଜି ଓଡିଶା ପୁଲିସ୍ ନିଜ ଠୁଇଟର ଯୋଗେ ବଧାଇ ଜଣାଇଛନ୍ତି । ଏଥି ସହ ତାଙ୍କର ଏଭଳି କାର୍ଯ୍ୟ ପାଇଁ ଜିଲ୍ଲାପାଳ ଡା ବୃନ୍ଦା ଡି ଓ ଏସପି ଭିନୀତ୍ ଅଗ୍ରୱାଲଙ୍କ ସମେକ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତା ମାନ ପାଇଛନ୍ତି ।