Odisha news

ଫୁଲବାଣୀରେ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୋଧରେ ଆନେ୍ଦାଳନ

0

ଫୁଲବାଣୀ (ସନ୍ତୋଷ ମିଶ୍ର ): କେନ୍ଦ୍ର ସରକାରଙ୍କର ଦ୍ୱାରା ନୁତନ ଭାବରେ ଆରମ୍ଭ କରାଯାଇଥିବା କୃଷକ ମାନଙ୍କ ଯୋଜନାକୁ ବିରୋଧ କରି ଆଜି ଫୁଲବାଣୀରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ଏଥିରେ ଜିଲ୍ଲା କଂଗ୍ରେସର ଏଆଇସିସିର କାର୍ଯ୍ୟକାରୀଣି ସଦସ୍ୟ ଘନକୁମାର ଶବରଙ୍କ ନେତୃତ୍ୱରେ ରାଷ୍ଟି୍ରୟ କୃଷକ ବଜାରକୁ ଘରୋଇକରଣ ନୀତିକୁ ବିରୋଧ କରି ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ବିକ୍ଷୋଭ କରାଯାଇଛି । ଏଥିରେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରାଯାଇଛି । ଏଥିରେ ଜିଲ୍ଲା ଯୁବ କଂଗ୍ରେସର ସଭାପତି ବସନ୍ତ କୁମାର ପାଢୀଙ୍କ ସମେତ ବଳଦେବ ବେହେରା,ଶିବଶଙ୍କର ବେହେରା,ମନୋଜ ସାହାଣୀ,ଜିଲ୍ଲା ମଜଦୁର କଂଗ୍ରେସର ସଂଯୋଜକ ଇସଲାମ ଖାନ,ବରିଷ୍ଠ ନେତା ହେମନ୍ତ କର,ପ୍ରଫୁଲ୍ଲ ବେହେରାଙ୍କ ସମେତ ଦଳର ଅନ୍ୟ ମାନେ ଯୋଗ ଦେଇ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । କେନ୍ଦ୍ର ସରକାରଙ୍କର ଏହି କୃଷକ ମାରଣ ନୀତିକୁ ଆଗାମୀ ଦିନରେ ଆହୁରି ତୀବ୍ର ବିରୋଧ କରାଯିବ ବୋଲି କହିଥିଲେ ଘନକୁମାର ଶବର ।

Leave A Reply