ସୁସ୍ଥ ରହିବା ପାଇଁ ଓ ରୋଗରୁ ମୁକ୍ତ ରହିବ ପାଇଁ ସୁସ୍ଥ ଆହାର ସେବନ କରିବା ନିହାତି ଆବଶ୍ୟକ l ନିଜ ଖାଦ୍ୟରେ ନିୟମିତ ଭାବରେ ଫଳ ଓ ପାଣି ପାରିବା ସାମିଲ କଲେ ସୁସ୍ଥ ସ୍ୱାସ୍ଥ୍ୟ ମିଳିଥାଏ l କାରଣ ପୁଷ୍ଟିକର ଖାଦ୍ୟରେ ପୋଷାକ ତତ୍ୱ ଅଧିକ ରହିଥାଏ l ତେଣୁ ବିଶେଷଜ୍ଞ ମାନେ କହୁଛନ୍ତି ଯେ ପ୍ରତେକ ଦିନ ପାଚିଲା କଦଳୀ ଖାଇବା ଦ୍ୱାରା ଶରୀରର ଅଧା ରୋଗ ଦୂର ହୋଇଯିବ l ପାଚିଲା କଦଳୀରେ ଭିଟାମିନ-ଏ ,ବି ,ପୋଟାସିୟମ ଓ ମ୍ୟାଗନେସିୟମ ଇତ୍ୟାଦି ଥାଏ l ଯାହା ଆମ ଶରୀରର ଅଧିକାଂଶ ରୋଗକୁ ଦୂର କରେ l
* ଓଜନ କମ କରିବାରେ ସାହାଯ୍ୟ କରେ -ସୁସ୍ଥ ଜୀବନ ବଂଚିବା ପାଇଁ ଓଜନକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ ,ତେଣୁ ପାଚିଲା କଦଳୀ ସେବନ କରିବା ହିତକର l ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଯେଉଁ ଲୋକମାନେ ନିଜର ଓଜନ କମାଇବାକୁ ଚାହୁଁଛନ୍ତି ,ସେମାନେ ସପ୍ତାହକୁ କମସେ କମ ପାଚିଲା କିମ୍ବା କଞ୍ଚା କଦଳୀ ଖାଇବା ଆବଶ୍ୟକ l କଞ୍ଚା କଦଳୀରେ କ୍ୟାଲୋରୀର ମାତ୍ର ଖୁବ କମ ଥାଏ ,ତା ସହିତ ଏହାକୁ ଖାଇବା ଦ୍ୱାରା ଶରୀରକୁ କ୍ୟାଲସିୟମ ମଧ୍ୟ ମିଳିଥାଏ l ପାଚିଲା କଦଳୀରେ ଆଇରନ ଥିବା ହେତୁ ଏହା ରକ୍ତ ହୀନତାକୁ ଦୁରକରେ l
* ୟୁରିକ ଏସିଡ -ଯେତେବେଳେ ଶରୀରରେ ୟୁରିକ ଏସିଡର ପରିମାଣ ବଢ଼ିଯାଏ ସେହି ସମୟରେ ଗଣ୍ଠି ଯନ୍ତ୍ରଣା ସହିତ ଉଥିବାବାସିବାରେ ମଧ୍ୟ ଅସୁବିଧା ହୋଇଥାଏ l କଦଳୀରେ ପୋଟାସିୟମ ପ୍ରଚୁର ପରିମାଣରେ ଥାଏ l ଏଥିରେ ଥିବା ପୋଟାସିୟମ ୟୁରିକ ଏସିଡକୁ ପରିସ୍ରା ମାଧ୍ୟମରେ ବାହାର କରିବାରେ ସାହାଯ୍ୟ କରିଥାଏ l ଏହା ସହିତ କଦଳିରେ ପ୍ରୋଟିନର ମାତ୍ର ଖୁବ କମ ରହିଛି l
* ଉଚ ରକ୍ତଚାପ-ଜୀବନ ଶୈଳୀ ସହିତ ଯୋଡି ହୋଇଥିବା ରୋଗ ଗୁଡିକ ନମଧ୍ୟରୁ ଉଚ ରକ୍ତଚାପ ମୁଖ୍ୟ ଅଟେ l ହୃଦୟ ଓ ମସ୍ତିସ୍କ ସମ୍ବଧିତ ଅଧିକାଂଶ ରୋଗର କାରଣ ଉଚ ରକ୍ତଚାପ l ଏହି ପ୍ରକାରର ରୋଗୀ ମାନଙ୍କୁ ପୋଟାସିୟମ ଖାଇବା ପାଇଁ କୁହl ଯାଇଥାଏ l କଦଳୀରେ ଖଣିଜ ପଦାର୍ଥ ପ୍ରଚୁର ମାତ୍ରାରେ ମହଜୂତ ଅଛି l ତାହାକୁ ଖାଇବା ଦ୍ୱାରା ଶରୀରରେ ସୋଡ଼ିଅମର ମାତ୍ର କମ ହୋଇଥାଏ ,ଯାହା ଦ୍ୱାରା ଉଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ l
* ଫ୍ୟାଟି ଲିଭର -ଏହି ରୋଗର ଆକ୍ରାନ୍ତ ଥିବା ଲୋକ ମାନଙ୍କର ପାଚନ ଶକ୍ତି ଦୁର୍ବଳ ଥାଏ l ତେଣୁ ଏହି ପରି ବ୍ୟକ୍ତି ମାନେ ପାଚିଲା କଦଳୀ ଖାଇବା ଆବଶ୍ୟକ l ପ୍ରତେକ ଦିନ ପାଚିଲା କଦଳୀ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଝବୁତ ହୋଇଥାଏ ଓ ଶରୀରକୁ ଆବଶ୍ୟକ ପୋଷକତତ୍ୱ ମଧ୍ୟ ମିଳିଯାଇଥାଏ l ଏଥିରେ ଥିବା ପୋଟାସିୟମ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ l