Odisha news

ରାମାୟଣର କିଛି ରୋଚକ କଥା

0

ବନବାସ ସମୟରେ ଭଗବାନ ରାମ ମାତାସୀତା ଓ ଭାଇ ଲକ୍ଷ୍ମଣଙ୍କ ସହିତ ଗୋଟିଏ କୁଡ଼ିଆରେ ରହୁଥିଲେ l କିନ୍ତୁ ଗୋଟିଏ ଦିନ ଲଙ୍କାପତି ରାବଣ ଜଣେ ସାଧୁଙ୍କ ବେଶ ଧାରଣା କରି ମାତାସୀତାଙ୍କୁ ଅପହରଣ କରି ନେଇ ନିଜର ପୁଷ୍ପକ ବିମାନରେ ସୀତାଙ୍କୁ ଲଙ୍କା ନେଇଗଲା l ଲଙ୍କା ଯିବା ସମୟରେ ରାବଣର ରାସ୍ତାରେ ଗୋଟିଏ ପକ୍ଷୀ ସହିତ ଦେଖା ହୋଇଥିଲା ,ସେହି ପକ୍ଷୀଟି ରାବଣକୁ ଅଟକାଇବାକୁ ଚେଷ୍ଟା କରିଥିଲା ସେ ଆଉ କେହିନୁହେଁ ସେ ଜଟାୟୁ ଥିଲା l ଜଟାୟୁ ଗୋଟିଏ ଗରୁଡ ପକ୍ଷୀ ଥିଲା l

ଯେତେବେଳେ ରାବଣ ସୀତାଙ୍କୁ ନେଇ ଯାଉଥିଲା ,ସେତେବେଳେ ମାତାସୀତା ରାବଣ କବଳରୁ ମୁକ୍ତ ହେବ ପାଇଁ ସଂଘର୍ଷ କରୁଥିଲେ l ଜଟାୟୁ ଯେତେବେଳେ ଦେଖିଥିଲା ରାଵଣଙ୍କୁ ଅଟକାଇବା ପାଇଁ ଯୁଦ୍ଧ କରିଥିଲା ମାତାସୀତାଙ୍କୁ ବଞ୍ଚାଇବା ପାଇଁ ଜଟାୟୁ ଶକ୍ତିଶାଳୀ ରାବଣ ଉପରେ ଆକ୍ରମଣ କରିଥିଲା ,କିନ୍ତୁ ରାବଣ ଜଟାୟୁର ଡେଣାକୁ କାଟି ଦେଇଥିଲା l ଯାହା ଫଳରେ ଜଟାୟୁ ମାଟି ଉପରେ ଖସି ପଡି ପ୍ରାଣ ତ୍ୟାଗ କରିଥିଲା l

ପ୍ରାଣ ତ୍ୟାଗ କରିବା ପୂର୍ବରୁ ମାତାସୀତାଙ୍କ ବିଷୟରେ ଜଟାୟୁ ରାମ ଚନ୍ଦ୍ରଙ୍କୁ କହିଥିଲା l ପୌରାଣିକ କଥା ଅନୁସାରେ ଜଟାୟୁଙ୍କର ଗୋଟିଏ ଭାଇ ଥିଲା ଯାହାଙ୍କ ନାମ ସମ୍ପାତି ଅଟେ l ଏହି ଦୁଇଜଣ ଅରୁଣ ନାମକ ଦେବ ପକ୍ଷୀର ସନ୍ତାନ ଥିଲେ l ଅରୁଣ ପ୍ରଜାପତି କାଶ୍ୟପଙ୍କର ସନ୍ତାନ ଥିଲେ l ଅରୁଣଙ୍କର ଗୋଟିଏ ଭାଇଥିଲା ଯାହାଙ୍କୁ ଗରୁଡ କୁହାଯାଏ l ଗରୁଡ ଭଗବାନ ବିଷ୍ଣୁଙ୍କର ବାହନ ଅଟନ୍ତି ଓ ଅରୁଣ ସୂର୍ଯ୍ୟ ଦେବଙ୍କ ସାରଥୀ ଅଟନ୍ତି l

ଜଟାୟୁଙ୍କ ମୃତ୍ୟୁ ପରେ ଭଗବାନ ରାମଙ୍କର ସମସ୍ତ ସହଯୋଗୀ ମାତାସୀତାଙ୍କୁ ଖୋଜିବାରେ ଲାଗିଗଲେ l ହନୁମାନ ,ଜ୍ୟାମ୍ବବତଃ ,ଅଙ୍ଗଦ ,ସୁଗ୍ରୀବ ଇତ୍ୟାଦି ଦକ୍ଷିଣ ଦିଗରେ ମାତାସୀତାଙ୍କୁ ଖୋଜୁଥିଲେ l ଯେଉଁଠାରେ ତାଙ୍କର ସାକ୍ଷାତ ଜଟାୟୁର ଭାଇ ସମ୍ପାତି ସହିତ ହୋଇଥିଲା l ହନୁମାନ ସମ୍ପାତିଙ୍କୁ ସମସ୍ତ ଘଟଣା ବିଷୟରେ କହିଲେ l  ସମ୍ପାତି ହନୁମାନଙ୍କ ପାଖରୁ ରାବଣ କିପରି ଜଟାୟୁକୁ ମାରିଲା ସେ ବିଷୟରେ ଶୁଣିଥିଲେ l ଏହି ଖବର ଶୁଣି ସମ୍ପାତି ଦୁଃଖିତ ହେଲା ,ତାପରେ ନିଜର ଦୃଷ୍ଟିକୁ ଚାରିଅଡକୁ ବୁଲିବାକୁ ଲାଗିଲା l ସମ୍ପାତିର ଦୃଷ୍ଟିଶକ୍ତି ବହୁତ ଦୃଢ ଥିଲା ଓ ସେ ଅଧିକ ଦୂର ପର୍ଯ୍ୟନ୍ତ ମଧ୍ୟ ଦେଖି ପାରୁଥିଲା l ସମ୍ପାତି ହନୁମାନ ଓ ଜ୍ୟାମ୍ବବତଃଙ୍କୁ କହିଥିଲା କି ରାବଣ ମାତାସୀତାଙ୍କୁ ଲଙ୍କା ନେଇଯାଇଛି l ହନୁମାନ ଏହି ସମ୍ବାଦ ତୁରନ୍ତ ଭଗବାନ ରାମଙ୍କୁ ଦେଇଥିଲେ l ଏହା ପରେ ଲଙ୍କା ଉପରେ ଆକ୍ରମଣ କରାଯାଇ ରାଵଣଙ୍କୁ ମରାଗଲା l

Leave A Reply