କୋଚୀ (କେରଳ)ର ରହୁଥିବା ୪୪ ବର୍ଷୀୟା ଗରିବ ମହିଳା ଶାନ୍ତି ତା’ ପିଲାମାନଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଇବା ପାଇଁ ନିଜ ଶରୀରର ସମସ୍ତ ଅଙ୍ଗ ବିକ୍ରି କରିବାକୁ ଯାଉଛନ୍ତି । ସେ ରହୁଥିବା ଘର ଆଗରେ ଏକ ସାଇନବୋର୍ଡ ଲଗାଇ ଏକଥା ସମସ୍ତଙ୍କୁ ଜଣାଇଛନ୍ତି । ଗତବର୍ଷ ଦୁର୍ଘଟଣାରେ ଆହତ ବଡ଼ପୁଅର ବ୍ରେନ୍ ସର୍ଜରୀ ହୋଇଥିଲା । ଦ୍ୱିତୀୟ ପୁଅ ଜନ୍ମରୁ ମାନସିକ ରୋଗରେ ପୀଡ଼ିତ । ଦୁର୍ଘଟଣା ଯୋଗୁ ଝିଅ
ମଧ୍ୟ ସ୍ନାୟୁ ରୋଗରେ ପୀଡ଼ିତ । ଆଉ ଜଣେ ପୁଅ କରୋନାରେ ଚାକିରି ହରାଇଥିବା ବେଳେ ଜଣେ ସ୍କୁଲରେ ପଢ଼ୁଛି । ଶାନ୍ତି କହିଛନ୍ତି, ‘ଆମେ ଅନେକ ଦିନ ଧରି ଭଡ଼ା ଘରେ ରହିଆସୁଛୁ । ଏଭଳି ପରିସ୍ଥିତିରେ ଘରଭଡ଼ା ଦେବାକୁ ଅକ୍ଷମ । ପ୍ରାୟ ୨୦ ଲକ୍ଷ ଟଙ୍କାର କରଜ ଶୁଝିବା ପାଇଁଲୋକଙ୍କୁ ସାହାଯ୍ୟ ମାଗିଛୁ ।’ ସାନ ପୁଅ ଜନ୍ମ ହେବା ସମୟରେ ତାଙ୍କୁ ତାଙ୍କ ସ୍ୱାମୀ ଛାଡ଼ିଦେଇଥିଲେ । ଶାନ୍ତି ଜଣେ ଡ୍ରାଇଭିଂ
ଶିକ୍ଷକ ଭାବେ କାମ କରୁଥିଲେ । ଝିଅ ଦେହ ଖରାପ ହେବାରୁ ବାଧ୍ୟ ହୋଇ କାମ ଛାଡ଼ିବାକୁ ପଡ଼ିଲା ।