Odisha news

ନିଖୋଜ ନାବାଳିକାର ଗଳିତ ଶବ ଉଦ୍ଧାର

0

ଭଞ୍ଜନଗର,୨୩/୯-ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ପଥରଗଣ୍ଡ ଗ୍ରାମର ଭଞ୍ଜ ନାୟକଙ୍କ ଝିଅ ସାଗରିକା ନାୟକ(୧୭)ଙ୍କ ଗଳିତ ଶବ ଗାୟଗଣ୍ଡା ନିକଟ ଖଇରବଣି ଜଙ୍ଗଲରୁ ଉଦ୍ଧାର କରିଛି ପୁଲିସ । ରିପୋର୍ଟ ପ୍ରକାରେ ଗତ ୧୭ ତାରିଖରୁ ସାଗରିକା ନିଖୋଜ ଥିଲେ । ୨୨ ତାରିଖ ସଂଧ୍ୟାରେ ସାଗରିକାଙ୍କ ଗଳିତ ଶବକୁ ପୁଲିସ ଉଦ୍ଧାର କରିବାପରେ ତାକୁ ଏଫଏମଟି ଟେଷ୍ଟ ପାଇଁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଦେଇଛି ।

ଆଉ ଏଫଏମଟି ଟେଷ୍ଟ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବବୋଲି ତାରାସିଂ ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୁଚନା ଦେଇଛନ୍ତି । ଗତକାଲି ସାଗରିକାଙ୍କ ଭୋଉଣୀ ଜ୍ୱାଇଁ ଚିତ ନାୟକ ଗାଇ ଚରାଇବାକୁ ଉକ୍ତ ଜଙ୍ଗଲରେ ବୁଲୁଥିବାବେଳେ ଦୁର୍ଗନ୍ଧ ହେବା କାରଣରୁ ଶବ ସଂପର୍କରେ ଜାଣିବାକୁ ପାଇ ତୁରନ୍ତ ନିଜ ଶଶୁର ଭଞ୍ଜ ନାୟକଙ୍କୁ ସୁଚନା ଦେଇଥିଲେବୋଲି ଥାନା ଅଧିକାରୀ ସୁଚନା ଦେଇଛନ୍ତି ।

Leave A Reply