ଫୁଲବାଣୀ (ସନ୍ତୋଷ ମିଶ୍ର ) : କରୋନାରେ ମୃତ ବ୍ୟକ୍ତିଙ୍କର ଶବକୁ ସ୍ମଶାନକୁ ନେବାପରେ ସଂସ୍କାରରେ ବିଳମ୍ବକୁ ନେଇ ମୃତକଙ୍କ ଆତ୍ମୀୟ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ସୃଷ୍ଟି ହୋଇଛି । ସେଥିପାଇଁ ଉତ୍ୟକ୍ତ ଲୋକମାନେ ରାସ୍ତାରେ ବସି କିଛି ସମୟ ପାଇଁ ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଥିଲା ।
ଆଜି ଫୁଲବାଣୀ କୋଭିଡ କ୍ତରଖାନାରେ କରୋନାରେ ଆକ୍ରାନ୍ତ ଜଣେ ୫୫ ବର୍ଷର ବ୍ୟକ୍ତିଙ୍କ ଦେହାନ୍ତ ହୋଇଥିଲା । ତାଙ୍କର ମୃତ ଦେହକୁ କୋଭିଡ ରୋଗରେ ମୃତକଙ୍କ ପାଇଁ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ସ୍ଥନୀୟ ଏଫସିଆଇ ଛକ ନିକଟସ୍ଥ ସ୍ମଶାନରେ ସଂସ୍କାର କରିବାକୁ କୋଭିଡ ଆମ୍ବୁଲାନ୍ସରେ ନିଆଯାଇଥିଲା ।
ହେଲେ ସେଠାରେ କୋଭିଡ ନିୟମ ଅନୁସାରେ ପ୍ରଶାସନ ଦ୍ୱାରା ଶବ ସଂସ୍କାର କରାଯିବା ଅପେକ୍ଷାରେ ମୃତକଙ୍କ ଏକମାତ୍ର ପୁଅ ଏବଂ ଗ୍ରାମାବାସୀ ମାନେ ସେଠାରେ ଅପେକ୍ଷା କରିଥିଲେ । ହେଲେ ଅପେକ୍ଷା କରିଥିବା ଲୋକେ ପ୍ରଶାସନ ସେଠାରେ କେବଳ ଶବକୁ ଏବଂ ସଂସ୍କାର ନିମନ୍ତେ କାଠ ଓ ଆବଶ୍ୟକୀୟ ଜିନିଷ ସବୁ ସେମାନଙ୍କୁ ଦେଇ ମୃତକଙ୍କ ପରିବାର ଲୋକେ ଶବ ସଂସ୍କାର କରିବାକୁ କହିଥିଲେ କୁଆଡେ ।
ତେବେ ମୃତକଙ୍କ ପରିବାରରେ କେବଳ ଜଣେ ମାତ୍ର ୧୮ ବର୍ଷର ପୁଅ ଥିବାରୁ ଏବଂ ତାଙ୍କର ଶବ ସଂସ୍କାର ପାଇଁ ଆଉ କେହି ଆସିନଥିବାରୁ ଗ୍ରାମବାସୀ ମାନେ ପ୍ରଶାସନ ତରଫରୁ ଶବ ସଂସ୍କାର କରାଯିବା ଦାବୀରେ ଗ୍ରାମବାସୀ ମାନେ ସେଠାରେ ରାସ୍ତାରୋକ କରିବା ସହିତ ଅଡିବସି ରାସ୍ତାରୋକ କରିଥିଲେ । ପରେ ପୌର କାର୍ଯ୍ୟାଳୟ ପକ୍ଷରୁ ସେଠାରେ ପହଂଚି କର୍ମଚାରୀ ମାନେ ସେଠାରେ ପହଂଚି କୋଭିଡ ନିୟମ ଅନୁସାରେ ପିପିଇ କିଟ ପରିଧାନ କରି ଶବ ସଂସ୍କାର କରିଥିଲେ ।