ଇଂ ଶୁଭାଶିଷ ସୈାଭାଗ୍ୟ ଶେଖର ସ୍ୱାଇଁ : ଆଦିମ କାଳରୁ ଯାହାକୁ ଯେଉଁଠି ସୁହାଇଲା ସେଠି ବାସସ୍ଥାନ କରି ରହିଲେ । ପରିବେଶ ଅନୁଯାୟୀ ଖାଦ୍ୟ, ପୋଷାକ ଓ ବାସଗୃହ ଆପଣାଇବା ଦେଖାଯାଏ । ପ୍ରକୃତି ସହିତ ଅହରହ ସଂଘର୍ଷ ଭିତରେ କିଏ ତିଷ୍ଠି ରୁହେ ଓ କିଏ ଡାଇନୋସର ପରି ପୃଥିବୀରୁ ଲୋପ ପାଇ ଯାଆନ୍ତି । ଦିନକୁ ଦିନ ମନୁଷ୍ୟର ଆଧିପତ୍ୟ ବଢିବା ସହ ବିଜ୍ଞାନର ଅଗ୍ରଗତି ଅନ୍ୟ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ପ୍ରକୃତି ସମସ୍ତଙ୍କ ଆବଶ୍ୟକତା ମେଣ୍ଟାଇବାରେ ଅବହେଳା କରି ନାହିଁ । ଉପଭୋଗ କରିବାର ନିଶାରେ ମନୁଷ୍ୟ ବ୍ୟତିରେକ ସମସ୍ତେ ବିପଦରେ ସମ୍ମୁଖୀନ ହେଉଛନ୍ତି । ଆମେ ଜାଣନ୍ତି ପ୍ରକୃତି ଏକ ଚକ୍ର ।
ସମସ୍ତେ ସମସ୍ତଙ୍କ ସହିତ ଜଡିତ । ପରସ୍ପର ମଧ୍ୟରେ ତାଳମେଳ ରହିବା ନିତାନ୍ତ ଆବଶ୍ୟକ । ଈଶାବାସ୍ୟମ୍ ଇଦମ୍ ସର୍ବମ୍ । ଅର୍ଥାତ ପ୍ରତ୍ୟେକ ପ୍ରକୃତିର ଅଂଶବିଶେଷ । ପ୍ରକୃତିର ସୁରକ୍ଷା ସହିତ ପଶୁ, ପକ୍ଷୀ, ପରିବେଶକୁ ଆଗାମୀ ପିଢି ପାଇଁ ସୁରକ୍ଷିତ ରଖିବା ଆମର କର୍ତ୍ତବ୍ୟ । ତେଣୁ ଉତ୍ତର ପିଢି ଜୀବଜନ୍ତୁଙ୍କ ଫଟୋ ନ ଦେଖି ଜୀବନ୍ତ ଦେଖିବା ପ୍ରୟାସ କରିଛନ୍ତି । ଗୋଟିଏ ସ୍ଥାନରେ ସମସ୍ତ ପଶୁ, ପକ୍ଷୀ ଓ ସରୀସୃପଙ୍କୁ ସହଜରେ ଦେଖିବାର ସୁଯୋଗରେ ସୃଷ୍ଟି ହେଲା ପ୍ରାଣୀ ଉଦ୍ୟାନ ବା ଚିଡିଆଖାନା । ଆଜି ଦେଶରେ ଥିବା ପ୍ରମୁଖ ଚିଡିଆଖାନା ମଧ୍ୟରୁ ଓଡିଶାର ନନ୍ଦନକାନନ ଅନ୍ୟତମ ।
ଏହି ବର୍ଷ ନୂଆବର୍ଷ ଦିନ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ନନ୍ଦନକାନନ ଆସିଥିଲେ । ନନ୍ଦନକାନନର ବିଶେଷତ୍ୱ ଓ ମୁଖ୍ୟ ଆକର୍ଷଣ ଭିତରେ ଧଳାବାଘ ରହିଥାଏ । ୧୯୯୧ ମସିହାରେ ୧୨ ହେକ୍ଟର ପରିମିତ ଜାଗାରେ ନିର୍ମିତ ଧଳାବାଘ ସଫାରୀ ଦେଶବିଦେଶର ପର୍ଯ୍ୟଟକଙ୍କୁ ଟାଣି ଆଣେ । ଏହା ଯୁବପିଢିଙ୍କୁ ଆକର୍ଷିତ କରେ ।
ଏହାର ଆନନ୍ଦ ନେବା ଓ ପରିକ୍ରମା କରିବା ଦେଖାଯାଏ । ତେଣୁ ଏହାକୁ ଆହୁରି ଆଧୁନିକୀକରଣ କରାଯିବାର ଆବଶ୍ୟକତା ରହିଛି । ଖୁସିର କଥା ଯେ ଦେଶର ୧୦ଟି ଚିଡିଆଖାନାକୁ ଆଧୁନିକୀକରଣ ଯୋଜନାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସ୍ଥାନ ପାଇଛି । ଏଥିରେ ୧୦୭୪ହେକ୍ଟର ପରିମିତ ସ୍ଥାନରେ ଜୈବଉଦ୍ୟାନ କରାଯିବା ଯୋଜନା ରହିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୪୩୭ ହେକ୍ଟର ସହିତ ଚୁଡଙ୍ଗଗଡର ସଂରକ୍ଷିତ ଜଙ୍ଗଳ ତଥା କୃଷ୍ଣନଗର ଅଞ୍ଚଳର ୬୧୦ ଏକର ପରିମିତ ଅଞ୍ଚଳକୁ ନେଇ ଯୋଜନା ପ୍ରଣୟନ ହେବ । ଯାହାକି ଚନ୍ଦକା-ଡମପଡା ଅଭୟାରଣ୍ୟର ସଂରକ୍ଷିତ ଜଙ୍ଗଲ ଅଧୀନସ୍ଥ ଅଞ୍ଚଳକୁ ନେଇ ଗଠିତ । ଦେଶ ବିଦେଶରୁ ଆସୁଥବା ପର୍ଯ୍ୟଟକମାନେ ଖୁଆଡ ବିହୀନ ପଶୁପକ୍ଷୀଙ୍କୁ ଦେଖିବା, ପଶୁପକ୍ଷୀମାନେ ପ୍ରାକୃତିକ ପରିବେଶରେ ରହି ଖାଦ୍ୟ ସଂଗ୍ରହ କରିବାର ଯୋଜନା ରହିଛି । ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ମାଛ ଘରର ଆଧୁନିକୀକରଣ ସହିତ ସାମୁଦ୍ରିକ ମାଛଘର ନିର୍ମାଣ ପରିକଳ୍ପନା ହୋଇଛି ।
ଏହା ସହିତ ରାତି୍ରକାଳୀନ ସଫାରୀ ନିର୍ମାଣ ଓ ଏଥିରେ କାଞ୍ଜିଆ ହ୍ରଦକୁ ନଦୀ ସଫାରୀ ବ୍ୟବସ୍ଥାରେ ସାମିଲ ହୋଇଛି । ଏହା ବ୍ୟତୀତ ଆଧୁନିକ ବ୍ୟାଖ୍ୟାନ କେନ୍ଦ୍ର, ଆମ୍ପିଥିଏଟର, ପ୍ରାକୃତିକ ଚଲାପଥ, ବୃକ୍ଷଛତ୍ର ଚଲାପଥ, ବନ୍ୟପ୍ରାଣୀ ଚିକିସôାଳୟର ଆଧୁନିକୀକରଣ ଓ ସ୍ୱୟଂଚାଳିତ କଂସେଇ ଖାନା ନିର୍ମାଣ ପ୍ରସ୍ତାବ ରହିଛି । ପରିବେଶ ଅନୁକୂଳ ସବୁଜ ବଳୟ, ସୈାରଶକ୍ତିର ବ୍ୟବହାର ଓ ଦୂଷିତ ଜଳର ଉପଚାର ବ୍ୟବସ୍ଥା ପ୍ରଣୟନ ହେବ । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ବିଶ୍ୱରେ ଏହା ଏକ ପରିଚୟ ସୃଷ୍ଟି କରିବାରେ ସଫଳତା ଲାଭ କରିବ । ପ୍ରାକୃତିକ ପରିବେଶ ଓ ଘଞ୍ଚ ଅରଣ୍ୟାନୀର ବଳୟ ଭିତରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆଧୁନିକୀକରଣ ସଫଳ ରୂପାୟନ ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରିବ ଏଥିରେ ସନେ୍ଦହ ନାହିଁ ।
ଆମେ ଏଠାରେ ଲକ୍ଷ୍ୟ କଲୁ ଯେ ଆଧୁନିକୀକରଣ ଓ ବିଶ୍ୱସ୍ତରୀୟ ଚିଡିଆଖାନା କରି ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ବିଭିନ୍ନ ଯୋଜନା ମୂଳ ଲକ୍ଷ୍ୟ । ସେଥିପାଇଁ ନିକଟରୁ ନିକଟତମ ଭାବେ ଜୀବଜନ୍ତୁଙ୍କୁ ଦେଖି ଉପଭୋଗ କରିବା ଓ ସେଥିଯୋଗୁ ରାଜସ୍ୱ ବୃଦ୍ଧି ହେବ ପୂର୍ବାପେକ୍ଷା । ସ୍ଥାନୀୟ ଯୁବକଙ୍କୁ ବି ରୋଜଗାର ଯୋଗାଇବ । ଏହା ଭିତରେ ଭୁଲି ଯାଇଛନ୍ତି, କଥା କହିପାରୁ ନଥିବା ସେହି ଜୀବଜନ୍ତୁଙ୍କ ମନକଥାକୁ । ସେମାନେ କଣ ଚାହାନ୍ତି । ସେମାନଙ୍କର କଣ ଆବଶ୍ୟକତା ଓ କିପରି ଅନୁକୂଳ ପରିବେଶ ଚାହାନ୍ତି ।
ତାଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ, ବାସସ୍ଥାନ ମଧ୍ୟ ଆଧୁନିକୀକରଣରେ ମୁଖ୍ୟ ସ୍ଥାନ ପାଇବା ଉଚିତ । ବନ୍ଦୀ ଜୀବନ ଓ ଅସ୍ୱାସ୍ଥ୍ୟକର ପ୍ରତିକୂଳ ବାତାବରଣ ଭିତରେ ମନୁଷ୍ୟ ଓ ପଶୁ, ପକ୍ଷୀଙ୍କ ଭିତରେ ସମ୍ପର୍କ ପର୍ଯ୍ୟାବରଣ ଅନୁକୂଳ ହୋଇ ନପାରେ । ତେଣୁ ଆଧୁନିକୀକରଣ ଭିତରେ ନନ୍ଦନକାନନରେ ସ୍ୱତନ୍ତ୍ର ଗବେଷଣା ଓ ଅନୁସନ୍ଧାନ କେନ୍ଦ୍ର, ପଶୁ-ପକ୍ଷୀଙ୍କ ପାଇଁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ, ୨୪ ଘଣ୍ଟିଆ ସ୍ôାସ୍ଥ୍ୟ ତଦାରଖ, ନୂତନ ଅତିଥି ଜୀବଜନ୍ତୁଙ୍କ ପାଇଁ ଅନୁକୂଳ ବାତାବରଣ, ପ୍ରକୃତିବିତ୍ ଓ ପଶୁ ପ୍ରେମୀଙ୍କ ପରାମର୍ଶ, କାଗଜପତ୍ରରେ ନୁହେଁ ପଶୁପକ୍ଷୀଙ୍କ ସହ ସିଧାସଳଖ ଭାବର ଆଦାନ ପ୍ରଦାନ ଉପରେ ଗୁରୁତ୍ୱ ଦେବା । କୋଳାହଳ ଭିତରେ ତାଙ୍କୁ ଚିଡଚିଡା ଓ ବିରକ୍ତି କରିବାରୁ ବିରତ ରହିବା । ଆମେ ଜାଣନ୍ତି ଜୀବଜନ୍ତୁଙ୍କ ଜୀବନକୁ ବିପଦରେ ପକାଇ ପର୍ଯ୍ୟଟକ ଓ ଦର୍ଶକଙ୍କୁ ଆକୃଷ୍ଟ କରାଯିବା ଦୀର୍ଘସ୍ଥାୟୀ ନୁହେଁ ।
ସର୍ବପ୍ରଥମ ପ୍ରାଥମିକତା ଜୀବଜନ୍ତୁ ଓ ପରିମଳ ବ୍ୟବସ୍ଥା ସହିତ ସୁସ୍ଥ ପରିବେଶ । ଏହାପରେ ଅନଲାଇନ ୱେବସାଇଟ ମାଧ୍ୟମରେ ଟିକଟ ବ୍ୟବସ୍ଥାକୁ ସରଳ କରିବା ସହିତ, ପଶୁପକ୍ଷୀଙ୍କ ସଠିକ ସୂଚୀ ଓ ବିବରଣୀ ଏବଂ ଏକ ସମ୍ପୂର୍ଣ୍ଣ ଡକୁ୍ୟମେଣ୍ଟେରି କରି ୱେବସାଇଟର ପ୍ରଥମ ସ୍ତମ୍ବରେ ରହିବା ଉଚିତ । ଦୁଃଖର ବିଷୟ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଯେପରି ଶନିଦଶା ପଡିଛି । ଆଉ ଏହାକୁ ଭୋଗୁଛନ୍ତି ନିରୀହ ସେହି ପ୍ରାଣୀ ।
କିଛିଦିନ ହେବ ଧାରାବାହିକ ଭାବେ ନନ୍ଦନକାନନରେ ପଶୁ, ପକ୍ଷୀ ଓ ଜୀବଜନ୍ତୁ ଅସୁସ୍ଥ ହେବା ଏବଂ ମୃତୁ୍ୟମୁଖରେ ପଡୁଥିବା ଚିନ୍ତାଜନକ । ଏବେ ଭାଲୁ ସଫାରିରେ ରହୁଥିବା ୨୪ ବର୍ଷର ଦେଶୀ ଭାଲୁ ଆରତୀ ଅସୁସ୍ଥ ହୋଇ ଖିଆପିଆ କରିପାରୁ ନାହିିଁ । ପୁଣି କେବଳ ଅଗଷ୍ଟ ମାସରେ ୭ ପଶୁପକ୍ଷୀଙ୍କ ମୃତୁ୍ୟ ହୋଇଥିବା ବେଳେ ୨୦ରୁ ଉଦ୍ଧ୍ୱର୍ ଜନ୍ତୁ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥଙ୍କ ମଧ୍ୟରେ ସାପ, ଭାଲୁ, କୁଜି ହରିଣ, ଚିତ୍ରା ହରିଣ, କୃ୍ଷ୍ଣସାର ମୃଗ, ମାଣ୍ଡାରିନ ବତକ, ମାର୍ମସେଟ ମାଙ୍କଡ, କୁମ୍ଭୀର ଓ ସାପ ଆଦି ଅନ୍ତର୍ଭୁକ୍ତ । ସେଥିମଧ୍ୟରେ ପ୍ରାଣୀ ଉଦ୍ୟାନର ୪୫ନଂ ଖୁଆଡରେ ରହୁଥିବା୧୬ ବର୍ଷର ୧୦ଫୁଟ ୪ଇଞ୍ଚ ଲମ୍ବର ମାଈ ଅହିରାଜ ସାପ, ୩ବର୍ଷର ହଳଦିଆ ମାଈ ଆନାକୋଣ୍ଡାର ମୃତୁ୍ୟ ହୋଇଛି । ସେହିପରି ମାର୍ଚ୍ଚ ମାସରେ ୧୫ ଜୀବଜନ୍ତୁଙ୍କ ମୃତୁ୍ୟ ମୁଣ୍ଡବ୍ୟଥାର କାରଣ ହୋଇଛି ।
ସେଥିମଧ୍ୟରେ ୬୮ନଂ ଖୁଆଡରେ ରହୁଥିବା ୭ମାଈ ଚିତ୍ରାହରିଣ, ୬୭ ନମ୍ବର ଖୁଆଡରେ ଦୁଇଟି ମାଈ କୁଜି ହରିଣ, ଦୁଇଟି ଚିତ୍ରାହରିଣ, ୬୬ ନମ୍ବର ଖୁଆଡରେ ଦୁଇଟି କୃଷ୍ଣସାର ମୃଗ, ୪୪ନମ୍ବର ଖୁଆଡରେ ଏକ ମାଈ ନାଲିରଙ୍ଗର ଆମେରିକାନ୍ ଏଣ୍ଡୁଅ ଓ ୧୬ ବର୍ଷର ଅଣ୍ଡିରା କଲରା ପତରିଆ ବାଘ ସୂରଜର ମୃତୁ୍ୟ ହୋଇଛି । ଏହାର କାରଣ ଜାଣିବାକୁ ବରିଷ୍ଠ ଡାକ୍ତର ଓ ଭୁବନେଶ୍ୱର କଲେଜ ବନ୍ୟଜନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରୟାସ କରୁଥିବା ବେଳେ ସଫଳତା ମିଳିପାରୁ ନାହିଁ । ସର୍ବଦା ଠିକା କର୍ମଚାରୀଙ୍କ ଉପରେ ଭରସା ଓ ଦୋଷ ଲଦାଲଦି ଭିତରେ ଯେପରି ପଶୁପକ୍ଷୀ ବଳି ନ ପଡନ୍ତୁ । ତେଣୁ ଜୀବଜନ୍ତୁ ସୁରକ୍ଷା ଓ ପରିଚାଳନାଗତ ସମସ୍ୟାକୁ ସୁଧାରିବାକୁ ହେବ ।
ତତ୍ସହିତ ଜନ୍ତୁ ବିଭାଗ ଓ ବନ୍ୟପ୍ରାଣୀ ଚିକିସôକଙ୍କ ମଧ୍ୟରେ ସମନ୍ୱୟ ରହିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଯାହାଦ୍ୱାରା ପାଟି ଫିଟୁନଥିବା ନିରୀହ ପଶୁପକ୍ଷୀଙ୍କ ଚିକିସାô, ରକ୍ଷଣାବେକ୍ଷଣ ଓ ବଂଶବିସ୍ତାର ହୋଇପାରିବ । ଜୀବଜନ୍ତୁକୁ ସୁହାଇଲା ପରି ଉପଯୁକ୍ତ ବାତାବରଣ ଯଥା ମାଟି, ପାଣି, ତାପମାତ୍ରା ନିୟନ୍ତ୍ରଣ ପ୍ରତି ଗୁରୁତ୍ୱ ଦେବା । କାରଣ ନନ୍ଦନକାନନକୁ ବିଭିନ୍ନ ଅଞ୍ଚଳ ଓ ପରିବେଶରୁ ଜୀବଜନ୍ତୁ ଆଣି ରଖାଯାଇଥାଏ । ତେଣୁ ନନ୍ଦନକାନନର କଥା ବ୍ୟଥାଠାରୁ ବଳି ନଯାଉ ।