Odisha news

ଚୀନ୍ ସୀମାରେ ୨୦ ଦିନ ମଧ୍ୟରେ ୬ ଟି ପାହାଡ ଉପରେ କବ୍ଜା କଲା ଭାରତୀୟ ସେନା

0

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଗତ କିଛି ଦିନ ହେଲା ଉତେଜନାର ସ୍ଥିତି ଜାରି ରହିଛି l ଏହି ସମୟ ମଧ୍ୟରେ ପୂର୍ବ ଲଦାଖରେ ଚୀନ ସୀମା ନିକଟରେ ଭାରତୀୟ ସେନା ଗତ ୨୦ ଦିନ ହେଲାଣି ଗୋଟିଏ ବଡ ସଫଳତା ହାସଲ କରିଛି l ଭାରତୀୟ ସେନା ଗତ ୨୦ ଦିନ ମଧ୍ୟରେ ଚୀନ ସୀମାରେ ଲାଗି ରହିଥିବା ୬ ଟି ପାହାଡ ଉପରେ କବ୍ଜା କରିଛି l ଯେବେକି ଚୀନ ସେନାର ନଜର ପୂର୍ବରୁ ଏହି ପାହାଡ ଉପରେ ରହିଥିଲା l ଭାରତୀୟ ଯବାନ ୬ ଟି ନୂଆ ପାହାଡ ଉପରେ କବ୍ଜା କଲା ସେହି ପାହାଡ ଗୁଡିକ ହେଲା ମାଗର ହିଲ ,ଗୁରୁଙ୍ଗ ହିଲ ,ରେଞ୍ଜlଗ ଲା ରାଚାନା ଲା ,ମୋଖପାରି ଓ ଫିଙ୍ଗର ୪ ଉପରେ ରହିଥିବା ସବୁଠୁ ବଡ ଶୃଙ୍ଗ ସାମିଲ ଅଛନ୍ତି l

ମିଳିଥିବା ସୂଚନା ଅନୁସାରେ ଏହି ପାହାଡ ଗୁଡିକ ଦକ୍ଷିଣରୁ ନେଇ ଉତର କୁଳ ପର୍ଯ୍ୟନ୍ତ ରହିଛି l ଏହି ସଫଳତା ଭାରତର ଚୀନ ଉପରେ ଭାରି ପଡିଛି l ଭାରତ ଓ ଚୀନ ସେନା ମଧ୍ୟରେ LAC ସହିତ ଉଚତମ ଶୃଙ୍ଗକୁ କବ୍ଜା କରିବା ପାଇଁ ସଂଘର୍ଷ ଅଗଷ୍ଟ ୨୯ ପରେ ଆରମ୍ଭ ହେଲା l ଯେତେବେଳେ ଚୀନ ପେଂଗଙ୍ଗ ହ୍ରଦର ଦକ୍ଷିଣ ତଟରେ ଉଚ ଶୃଙ୍ଗକୁ କବ୍ଜା କରିବାକୁ ଚେଷ୍ଟା କରିଥିଲା l ସେହି ସମୟରେ ଚୀନ ସେନା ଏହି ପାହାଡ ଗୁଡିକ ଉପରେ କବ୍ଜା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହାକୁ ଫାଇରିଙ୍ଗ କରିବାକୁ ପଡିଥିଲା l ବ୍ଲାକ ଟପ ଓ ହେଲ୍ମେଟ ଟପ ଶୃଙ୍ଗ ଗୁଡିକ LAC ରେ ଚୀନର ଅଂଶ ଅଟେ ,ଯେବେକି ଭାରତୀୟ  ଯବାନଙ୍କ ଦ୍ୱାରା କବ୍ଜା କରାଯାଇଥିବା ଶୃଙ୍ଗ ଗୁଡିକ ଭାରତୀୟ କ୍ଷେତ୍ରରେ LAC ରେ ରହିଛି l

ଭାରତୀୟ ସେନା ଦ୍ୱାରା ଶୃଙ୍ଗ ଗୁଡିକ ଉପରେ କବ୍ଜା ହେଲା ପରେ ଚୀନ ସେନା ନିଜର ସଂଯୁକ୍ତ ବ୍ରିଗେଡର ପାଖାପାଖି ୩୦୦୦ ସୈନ୍ୟଙ୍କୁ ମୁତୟନ କରିଛି l ଚୀନର ଆକ୍ରମଣାତ୍ମକ କାର୍ଯ୍ୟକଳାପ ପରେ ଭାରତୀୟ ସୁରକ୍ଷା ବଳ ସମନ୍ୱୟ ସହିତ କାମ କରୁଛନ୍ତି l ରାଷ୍ଟ୍ରୀୟ ସୁରକ୍ଷା ବିଶେଷଜ୍ଞ ଅଜିତ ଡୋଭାଲ ,CDS ଜେନେରାଲ ବିପିନ ରାବତ ଓ ସେନା ପ୍ରମୁଖ ଜେନେରାଲ ମୁକୁନ୍ଦ ନରବଣେଙ୍କ ତତ୍ୱ ଅବଧାନରେ ସୈନ୍ୟ ପରିଚାଳନା କରାଯାଉଛି l LAC ରେ ୨ଦେଶର ସୈନ୍ୟଙ୍କ ମଧ୍ୟରେ ଅନେକ ଥର ଉତେଜନା ଦେଖା ଦେଇ ସାରିଲାଣି ତଥାପି ବର୍ତ୍ତମାନର ପରିସ୍ଥିତି ଗମ୍ଭୀର ଅଛି l

Leave A Reply