Odisha news

ଆହାର କେନ୍ଦ୍ରର କାର୍ଯ୍ୟରତ କର୍ମଚାରୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

0

ଛତ୍ରପୁର  : ଗଂଜାମ  ଜିଲ୍ଲାରେ ପରିଚାଳିତ ହେଉଥିବା ଆହାର କେନ୍ଦ୍ର ଗୁଡିକରେ କାର୍ଯ୍ୟରତ କରୁଥିବା କର୍ମଚାରୀମାନେ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆହାର କେନ୍ଦ୍ର ପରିଚାଳନା କେତେକ କାର୍ଯ୍ୟରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ଦାୟିତ୍ୱ ନ୍ୟସ୍ତ କରିବା ପାଇଁ ସରକାର ଯେଉଁ ଯୋଜନା କରୁଥିବା ଶୁଣିବାକୁ ମିଳିଛି । ଦୀର୍ଘ ୪ ବର୍ଷ ଧରି ସରକାର ତଥା ଜିଲ୍ଲା ପ୍ରଶାସନର ନିଦେ୍ର୍ଦଶ କ୍ରମେ ଆହାର କେନ୍ଦ୍ର ଗୁଡିକ ଆମ୍ଭେ ସୂଚାରୁରୂପେ ପରିଚାଳନା କରି ଆସୁଅଛୁ ।

ଆମ୍ଭେ ଆହାର କେନ୍ଦ୍ର କର୍ମଚାରୀମାନେ କୌଣସି କାଳେ କାର୍ଯ୍ୟରେ ଅବହେଳା କରିନାହିଁ କିମ୍ବା ଗଂଜାମ ଜିଲ୍ଲାର କୌଣସି ବ୍ୟକ୍ତି ଆହାର ନପାଇ ହଇରାଣ ହୋଇନାହାନ୍ତି କି ଭବିଷ୍ୟତରେ ହେବେ ନାହିଁ । ଏପରି ସ୍ଥଳେ ଯଦି ଆମ୍ଭମାନଙ୍କୁ କାର୍ଯ୍ୟରୁ ବାହାର କରି ଦିଆଯାଏ ତେବେ କର୍ମଚାରୀମାନଙ୍କ ପରିବାର ବର୍ଗ ବହୁ ଅସୁବିଧାର ସମ୍ମୁଖୀନ ହେବ ସହ ଭୋକ ଉପାସରେ ଦିନ କାଟିବାକୁ ପଡିବ ।

ଏଣୁ ଆମ୍ଭମାନଙ୍କୁ କାର୍ଯ୍ୟରୁ ଅନ୍ତର ନ କରାଇ ଏବଂ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀଙ୍କୁ ଆହାର କେନ୍ଦ୍ର ପରିଚାଳନା କାର୍ଯ୍ୟ ନ ଦିଆଯାଇ ଆମ୍ଭର ଉପରୋକ୍ତ ବିଷୟକୁ ବିଚାରକୁ ନେଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଆହାର କେନ୍ଦ୍ରର କର୍ମଚାରୀମାନେ ଦାବି କରିଛନ୍ତି । ଏନେଇ ଆଜି ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ କର୍ମଚାରୀଙ୍କ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ବଟକୃଷ୍ଣ ପଣ୍ଡା, ବାବୁଲା ସାସମଲ, ଶମ୍ଭୁ ପ୍ରସାଦ ପାଢୀ, ରଞ୍ଜିତା କୁମାରୀ ପଟ୍ଟନାୟକ, ଜ୍ଞାନରଞ୍ଜନ ପଟ୍ଟନାୟକ, ସୂର୍ଯ୍ୟରଞ୍ଜନ ନାୟକ, ଗୌତମ ପ୍ରଧାନଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

 

Leave A Reply