ନିଯୁକ୍ତି ଦାବି ନେଇ , ଷ୍ଟାପନର୍ସ, ଏନ୍ଏମ, ଫାର୍ମାସିଷ୍ଟ ଓ ପାରା ମେଡିକାଲ କର୍ମଚାରୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ
ଛତ୍ରପୁର : ଗଂଜାମ ଜିଲ୍ଲାରେ କରୋନା ମହାମାରୀ ଭୟାବହ ସମୟରେ ସେବା କାର୍ଯ୍ୟରେ ସରକାର ଚୁକ୍ତି ଅନୁସାରେ ନିଯୁକ୍ତି କରାଯାଇଥିବା ଷ୍ଟାପନର୍ସ, ଏନ୍ଏମ୍, ଫାର୍ମାସିଷ୍ଟ ଏବଂ ପାରା ମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରିବା ଦାବି ସଂକ୍ରାନ୍ତରେ ସୋମବାର ପ୍ରାୟ ୫ ଶହ କର୍ମଚାରୀ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ଗଞ୍ଜାମ ଜିଲ୍ଲାରେ କୋଭିଡ୍-୧୯ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଷ୍ଟାପନର୍ସ, ଏନ୍ଏମ୍,ଫାର୍ମାସିଷ୍ଟ ଏବଂ ପାରା ମେଡିକାଲ କର୍ମଚାରୀମାନଙ୍କୁ ଦୈନିକ ମଜୁରୀ ଅନୁସାରେ ତିନିମାସ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଏଥିଲାଗି ମଧ୍ୟ ଚୁକ୍ତିନାମା ହୋଇଥିଲା ।
କୋଭିଡ୍-୧୯ କାର୍ଯ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାରେ ନିଯୁକ୍ତି କରାଯାଇଥିବା କର୍ମଚାରୀମାନଙ୍କୁ କାର୍ଯ୍ୟରୁ ବାହାର ନ କରି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ନିଯୁକ୍ତି କରାଯାଇଥିବା ଷ୍ଟାଫନର୍ସ, ଏନ୍ଏମ୍,ଫାର୍ମାସିଷ୍ଟ ଏବଂ ପାରା ମେଡିକାଲ କର୍ମଚାରୀମାନଙ୍କୁ ତିନିମାସ ନ ପୁରଣ ହୋଇନାହିଁ ବାହାର କରାଯାଇଛି । ଯାହାଫଳରେ ଆମ୍ଭେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଏଣୁ ବାଧ୍ୟ ହୋଇ ଆମ୍ଭେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ନିଯୁକ୍ତ ପାଇଥିବା ଷ୍ଟାପନର୍ସ, ଏନସ୍ମ, ଫାର୍ମାସିଷ୍ଟ ଏବଂ ପାରା ମେଡିକାଲ କର୍ମଚାରୀମାନେ ଆନେ୍ଦାଳନକୁ ଓହ୍ଲାଇଛୁ ବୋଲି ଆନେ୍ଦାଳନକାରୀ କର୍ମଚାରୀମାନେ ସ୍ୱର ଉତ୍ତୋଳନ କରିଛନ୍ତି ।
କରୋନା ମୁକାବିଲା ଲାଗି ଜିଲ୍ଲାର ସମସ୍ତ ବର୍ଗର କର୍ମଚାରୀମାନେ ଏପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଛନ୍ତି । ଫଳରେ ଜିଲ୍ଲାରେ ଏବେ ସ୍ଥିତି ସୁଧାର ଆସିବା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ହ୍ରାସ ପାଇଛି । ଏହି କରୋନା ମୁକାବିଲା ସମୟରେ ଜୀବନକୁ ବାଜି ଲଗାଇ କରୋନା ଆକ୍ରାନ୍ତଙ୍କ ସିଧାସଳଖ ସଂସ୍ପର୍ଶରେ ଆସିବା ସହ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇ କାର୍ଯ୍ୟ କରିଛୁ । ସରକାରଙ୍କ ଚୁକ୍ତିନାମା ଅନୁଯାୟୀ ସେମାନଙ୍କୁ ତିନିମାସ ନିମନ୍ତେ କାର୍ଯ୍ୟରେ ନିଯୁକ୍ତି ବଦଳରେ ଏକମାସ ପରେ ହଠାତ୍ ବାହାର କରାଯାଇଛି ।
ଏଣୁ ସରକାର ଆମ୍ଭକୁ ଛଟେଇ କରିଥିବା ପଦକ୍ଷେପକୁ ତୁରନ୍ତ ପ୍ରତ୍ୟାବର୍ତ୍ତନ କରି ଚୁକ୍ତିନାମ ଅନୁଯାୟୀ ତିନିମାସ ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ କରନ୍ତୁ । ଏହାପରେ ଆମ୍ଭକୁ କାର୍ଯ୍ୟରୁ ବାହାର କରାଗଲା କୌଣସି ଆପତ୍ତି ନାହିଁ ବୋଲି ବହୁ ସଂଖ୍ୟକ କର୍ମଚାରୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାଳୟକୁ ପ୍ରବେଶ ପଥରେ ତଳେ ବସି ଆନେ୍ଦାଳନ କରିଥିଲେ । ସୂଚନା ପାଇ ଘଟଣାସ୍ଥଳେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ପହଞ୍ଚି ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରିବା ସହ ସେମାନଙ୍କ ଲିଖିତ ଦାବି ପତ୍ରକୁ ଗ୍ରହଣ କରିଥିଲେ ।
ଏହି ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଇବି ବୋଲି ଆନେ୍ଦାଳନକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ମଧ୍ୟ ଖବର ଲେଖିବା ପର୍ଯ୍ୟନ୍ତ ଆନେ୍ଦାଳନକାରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜମା ହୋଇଥିବାର ଦେଖିବାକୁ ମିଳିଥିଲା । ଏହି ଆନେ୍ଦାଳନରେ ରଶ୍ମିତା ବେହେରା, ଏ. ମନୋଜ କୁମାର ପାତ୍ର, ରେବତୀ ମୋହନ ଜେନା, ଅବନୀକାନ୍ତ ପରିଡା, ପ୍ରବୀର କୁମାର ଚୈାଧୂରୀ, କେଶବ ବେହେରା, ଏ.ମହେଶ, ସରସ୍ୱତୀ ମହାଙ୍କୁଡ, ଦୀପକ କୁମାର , ସୁନୀତା ସାହୁ, ଡଲି ଗୈାଡ, ରତିକାନ୍ତ ତ୍ରିପାଠୀ , କେ.ଅଶ୍ୱିନୀ ଦୋରା, ସବିତା ବେହେରା ,ଅନୁରାଧା ଦୋରା, ଶୁଭଲକ୍ଷ୍ମୀ ସେଠୀ, ଲିଜା ପ୍ରଧାନ, ପ୍ରସାଦିନୀ ଦେବୀ, ପ୍ରିୟଙ୍କା ବେହେରା, ଗଗନ ମହାନ୍ତି , ଜଗନ୍ନାଥ ରାଉତ , ଅନୁସାୟା ନାୟକ, କିରଣ ବାଳା ସ୍ୱାଇଁ, ଭାରତୀ ପ୍ରଧାନ ଙ୍କ ସମେତ ଶତାଧିକ ଆନେ୍ଦାଳନରତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।