Odisha news

ହିନ୍ଦୁ ଧର୍ମରେ ଯଜ୍ଞର ମହତ୍ୱ

0

ହିନ୍ଦୁ ଧର୍ମରେ ଯଜ୍ଞର ସ୍ଥାନ ଖୁବ ମହତ୍ୱ ପୂର୍ଣ୍ଣ ଅଟେ l ଯଜ୍ଞ ଏକ ବିଶେଷ ଧାର୍ମିକ ପ୍ରକ୍ରିୟା ଯାହା ଜରିଆରେ ମନୁଷ୍ୟ ନlକେବଳ ଭୌତିକ ସୁଖ ଲାଭ କରିଥାଏ ତା ସହିତ ଆଧ୍ୟତ୍ମିକା ସମ୍ପଦ ମଧ୍ୟ ଲାଭ କରେ l ହିନ୍ଦୁ ଧର୍ମ ଗ୍ରନ୍ଥ ,ସଂସ୍କୃତ ମହା କାବ୍ୟରେ ଯଜ୍ଞର ବର୍ଣନା ବାରମ୍ବାର କରାଯାଇଛି l ଯଜ୍ଞର ଅର୍ଥ ଶୁଭ କର୍ମ ,ଶ୍ରେଷ୍ଠ କର୍ମ ,ସତ କର୍ମ,ବେଦ ସମତ କର୍ମ ଅଟେ l

ସକାରତ୍ମକ ଭାବରେ ଈଶ୍ୱର ପ୍ରକୃତି ତତ୍ତ୍ୱରେ କର ଯାଇଥିବା ଅବାହନରେ ଜୀବନର ପ୍ରତ୍ୟକ ଇଛା ପୂର୍ଣ୍ଣ ହୋଇଥାଏ l ଯଜ୍ଞକୁ ଶାସ୍ତ୍ରରେ ସର୍ବଶ୍ରେଷ୍ଠ କର୍ମ କୁହ ଯାଇଛି l ଯଜ୍ଞର ମାଧ୍ୟମରେ ଅନେକ ରିଦ୍ଧିସିଦ୍ଧି ପ୍ରାପ୍ତ କରାଯାଇଥାଏ l

ଯଜ୍ଞ ସହିତ ହବନର ମଧ୍ୟ ହିନ୍ଦୁ ଧର୍ମରେ ଅନେକ ମହତ୍ୱ ରହିଛି l ଅଧିକାଂଶ ଲୋକ ହବନ ଓ ଯଜ୍ଞ ମଧ୍ୟରେ ଅନ୍ତର ଜାଣି ନଥାନ୍ତି –

* ହବନ ଯଜ୍ଞର ଛୋଟ ରୂପ ଅଟେ l ପୂଜା ପରେ ଓ ମନ୍ତ୍ରଜପ ପରେ ଅଗ୍ନିରେ ଦିଆଯାଉଥିବା ଆହୂତିକୁ ଯଜ୍ଞ କୁହାଯାଏ l

* କୌଣସି ବିଶେଷ ଉଦେଶ୍ୟ ପାଇଁ ଯଜ୍ଞ କରାଯାଇଥାଏ l ଯଜ୍ଞରେ ଦେବତା ,ଆହୂତି ,ବେଦମନ୍ତ୍ର ,ୠତ୍ଵିକ,ଦକ୍ଷିଣା ,ଅନିରବର୍ଜ୍ୟ ଅଟେ l

* କିନ୍ତୁ ହବନ କୁଣ୍ଡରେ ଅଗ୍ନିଙ୍କ ମାଧ୍ୟମରେ ଦେବତାଙ୍କ ନିକଟରେ ମଣିଷର ଇଛା ପହଞ୍ଚାଇବାର ପ୍ରକ୍ରିୟା ହୋଇଥାଏ l ହବିଷ୍ୟ ପଦାର୍ଥ ମାନଙ୍କର ଆହୁତି ଅଗ୍ନିରେ ଦିଆଯାଇଥାଏ l

* ହବନ ହିନ୍ଦୁ ଧର୍ମରେ ଶୁଦ୍ଧି କରଣର ଏକ କର୍ମକାଣ୍ଡ ଅଟେ l ଶୁଭ କାମନା ,ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଇତ୍ୟାଦି ପାଇଁ ହବନ କରାଯାଇଥାଏ l

Leave A Reply