Odisha news

ଫୁଲବାଣୀ ପୌରାଂଚଳର ଦୁରାବସ୍ଥା ୨ଟି ୱର୍ଡରେ ନିର୍ମାଣ ହୋଇ ପାରୁନାହିଁ ପୋଲ

0

ଫୁଲବାଣୀ (ସନ୍ତୋଷ ମିଶ୍ର ) : ପ୍ରଶାସନର ବିଚିତ୍ର ବ୍ୟବସ୍ଥା । ସହରଠୁ ପାଖ ହେଳେ ବିକାଶଠୁ ବହୁ ଦୂରରେ । ଏଭଳି ଏକ ଦୃଶ୍ୟ ଦେଖାଯାଇଛି ଫୁଲବାଣୀ ପୌରପରିଷଦ ଅନ୍ତର୍ଗତ ୨ ନମ୍ବର ଓ ୧୦ ନମ୍ବର ୱାର୍ଡ଼ରେ । ପୂର୍ବରୁ ଏନ୍ଏସିରେ ଥିବା ବେଳେ ଗତ ୧୦ ବର୍ଷରୁ ଉର୍ଦ୍ଦ ହେବା ଫୁଲବାଣୀ ପୌରପରିଷରେ ପରିଣତ ହୋଇଥିଲେ ମଧ୍ୟ ଏାହି ୨ଟି ୱାର୍ଡ଼ର ବିକାଶ ଆଜି ପର୍ଯ୍ରନ୍ତ ପହଁଚିନାହିଁ ବୋଲି ୱାର୍ଡ଼ବାସୀ ମାନେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ପ୍ରକାରେ ,୧୦ ନମ୍ବର ୱାର୍ଡ଼ ପୌର ପରିଷଦ କାର୍ଯ୍ୟାଳୟ ଠାରୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ । ତେବେ ଗତ ୨ ବର୍ଷ ତଳେ ଉକ୍ତ ୱାର୍ଡ଼କୁ ଯିବାର ମୁଖ୍ୟ ରାସ୍ତାରେ ଥିବା ଏକ ଛୋଟ ପୋଲ ଭାଙ୍ଗିଯାଇଛି ।

ମରାମତି ପାଇଁ ୨ ବର୍ଷ ହେଲା ଗ୍ରାମବାସୀ ମାନେ ପୌର ପରିଷଦ ଠାରୁ ଆରମ୍ଭ କରି ଜିଲାପାଳ । ସମସ୍ତଙ୍କ ନିକଟରେ ଭଅିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ହୋଇପାରିନାହିଁ ବୋଲି ପୂର୍ବତନ କାଉନସିଲର ଶ୍ରୀବତ୍ସ ବେହେରା । ଉକ୍ତ ରାସ୍ତା ଉପରେ ୧୦ ନମ୍ବର ୱାର୍ଡ଼ର କୁମ୍ଭାରପଡ଼ା , ସାଇନପଡ଼ା , ବାଇଖୋଲ , ବୋଇକୁମ୍ପା ଓ ବିଡ଼ାଙ୍ଗିସାହି ସମେତ ଏକାଧିକ ଛୋଟ ଛୋଟ ଗ୍ରାମବାସୀ ନିର୍ଭର କରିଥାନ୍ତି । ସାମାନ୍ୟ ବର୍ଷା ହୋଇଗଲେ ଉକ୍ତ ପୋଲ ଉପରେ ଆଣ୍ଠୁଏ ପାଣି ଯାଉଥିବା ଯୋଗୁଁ ଯାତାୟତ ବନ୍ଦ ହୋଇପଡ଼ିଥାଏ ବୋଲି ପ୍ରକାଶ କରିଛନ୍ତି ଗ୍ରାମର ରାଘବ ବେହେରା । କେବଳ ଏହି ସମସ୍ୟା ନୁହେଁ , ଏହି ୱାର୍ଡ଼ରେ ରହିଛି ଅନେକ ସମସ୍ୟା ତଥାପି ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ପାରୁନଥିବା ଯୋଗୁଁ ପାଣି ଟୋପାଏ ପାଇଁ ମଧ୍ୟ ୱାର୍ଡ଼ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି ଗ୍ରାମର କୃଷ୍ଣ ଚନ୍ଦ୍ର କହଁର ।

ସେହିପରି ପୌରାଂଚଳର ୨ ନମ୍ବର ୱାର୍ଡ଼ ରେ ମଧ୍ୟ ଅନୁରୁପ ଅବସ୍ଥା । ସେଠାରେ ମଧ୍ୟ ଦିର୍ଘ ଦିନ ହେଲା ସେଠାକାର ଲୋକଙ୍କର ଦାବୀ ହୋଇ ଆସୁଛି ଗୋଟିଏ ହାଇ ଲେବେଲ ବି୍ରଜ ପାଇଁ ସେଠାରେ ମଧ୍ୟ କେତେ ନେତା ଆସି ସେମାନଙ୍କର କାର୍ଯ୍ୟକାଳ ଶେଷ କଲେଣି ହେଲେ ସେଠାରେ ମଧ୍ୟ ଲୋକଙ୍କର ଏହି ଦାବୀ ଓ ଆବଶ୍ୟକତାକୁ ପୁରଣ କରି ପାରିନାହାନ୍ତି ସେମାନେ । କିମ୍ବା ଜିଲ୍ଲା ପ୍ରଶାସନ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବାର କହିଛନ୍ତି ସେଠାରେ ବସବାସ କରୁଥିବା ପୁରୁଣା ବରିଷ୍ଠ ନାଗରିକ ବ୍ରହ୍ମା ବେହେରା ଓ ଅନ୍ୟମାନେ । ତେବେ ବର୍ତ୍ତମାନ କୋଭିଡ ଆଳ ଦେଖାଇ ପୋଲ ନିର୍ମାଣ କରାଯାଉନାହିଁ । ଫଳରେ ଦିନକୁ ଦିନ ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡ଼ିଲାଣି ବୋଲି କହିଛନ୍ତି ବହୁ ଗ୍ରାମବାସୀ । ବର୍ଷା ହୋଇଗଲେ ଏହି ୱାର୍ଡ଼ ବାସୀ ଫୁଲବାଣୀ ଆସିବା ମଧ୍ୟ ବନ୍ଦ ହୋଇଯାଉଛି । ନାଳର ପାଣି ନକମିବା ପର୍ଯ୍ୟନ୍ତ ଗୁରୁତ୍ୱର ରୋଗି ମଧ୍ୟ ଡ଼ାକ୍ତରଖନାା ଯାଇପାରେନାହିଁ ।

Leave A Reply