Odisha news

ଭାରତ ପାଇଁ ବିପଦର ଘଣ୍ଟି ୭ ମାସରେ ହଲିଲା ୪୧୩ ମାଟି

0

ନୂଆଦିଲ୍ଲୀ : ୨୦୨୦ ଭାରତର ଲୋକମାନେ ଛୋଟ ବଡ ଭୂମିକମ୍ପର ଝଟକା ଅନୁଭବ କରିଛନ୍ତି l ଅନେକ ଥର ଘର ,ଫ୍ଲାଟ ଓ ଅଫିସରୁ ବାହାରି ସୁରକ୍ଷିତ ସ୍ଥାନରେ ପହଂଚିଛନ୍ତି l କଣ ଆପଣ ଜାଣିଛନ୍ତି କି ଚଳିତ ବର୍ଷ ଗତ ୭ ମାସ ହେଲାଣି ଆମ ଦେଶର ମାଟି କେତେଥର ଦୋହଲିଛି ଓ କେତେଥର ଭୂମିକମ୍ପର ଝଟକା ଦ୍ୱାରା ଦେଶ କମ୍ପଇଛି l ଦେଶର ବିଜ୍ଞାନ ,ଯାନ୍ତ୍ରିକ ଓ ପୃଥିବୀ ବିଜ୍ଞାନ ମନ୍ତ୍ରୀ ଡ଼.ହର୍ଷବର୍ଦ୍ଧନ ନିକଟରେ ଏବିଷୟରେ ତଥ୍ୟ ଦେଇଛନ୍ତି l ଗତ ୭ ମାସ ଧରି ମାର୍ଚ୍ଚ ମାସରୁ ନେଇ ସେପ୍ଟମ୍ବର ମାସ ପର୍ଯ୍ୟନ୍ତ ସମୁଦାୟ ଭାରତରେ ୪୧୩ ଥର ଭୂମିକମ୍ପ ହୋଇଛି l ଭୂମିକମ୍ପ ବିଷୟରେ ଏହି ତଥ୍ୟ NSN ତରଫରୁ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟକୁ ଦିଆଯାଇଛି l

ଏହି  ୪୧୩ ରୁ ୧୩୫ ଟି ଭୂମିକମ୍ପ ଏପରି ରହିଛି ଯାହା ସାଧାରଣ ମନୁଷ୍ୟ ଜାଣି ପାରିନାହିଁ ,କାରଣ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩ ଥିଲା l ଦୁନିଆର ଭୂଗର୍ଭ ଶାସ୍ତ୍ରୀ ଓ ଭୂମିକମ୍ପ ଏକ୍ସପଟ ମାନଙ୍କର କହିବାର ହେଲା ଏହି ସମୟରେ ପୃଥିବୀର ଟ୍ୱେକ୍ଟୋନିକ ପ୍ଲେଟ ଖସୁଛି ,ଯାହା ଫଳରେ ଅଧିକ ଭୂମିକମ୍ପ ଆସୁଛି l ଦେଶରେ ରିକ୍ଟର ସ୍କେଲରେ ୪.୦ ରୁ ନେଇ ୪.୯ ତୀବ୍ରତାର ୧୧୪ ଟି ଭୂମିକମ୍ପ ଆସିଛି l ସଏ ପରି କିଛି ବଡ ଦୁର୍ଘଟଣା ଘଟି ନଥିଲେ ମଧ୍ୟ ଅଳ୍ପଅଳ୍ପ ଜନଜୀବନ କ୍ଷତି ଗ୍ରସ୍ଥ ହୋଇଛି l ଅଧିକାଂଶ ସମୟରେ ଟ୍ୱେକ୍ଟୋନିକ ପ୍ଲେଟର ମଧ୍ୟରେ ଗ୍ୟାସ କିମ୍ବା ପ୍ରେସର ରିଲିଜ ହେଲେ ଭୂମିକମ୍ପ ଅନୁଭବ ହୋଇଥଏ l ଏହିପରି ଘଟଣା ଗରମ ଦିନରେ ଦେଖିବାକୁ ମିଳିଥାଏ l

ଯେତେବେଳେ ଭୂମିକମ୍ପର ତୀବ୍ରତା ୫.୦ରୁ ୫ .୯ ରହିଥାଏ ସେତେବେଳେ ଲୋକମାନେ ଘର ବାହାରକୁ ଚାଲିଯାଇ ଥାନ୍ତି l କାରଣ ଏହି ସମୟରେ ଦୁର୍ବଳ ଥିବା ଘର କାନ୍ଥ ଗୁଡିକ ଖସି ପଡିଥାଏ l ନିକଟରେ ଏକ ରିପୋର୍ଟ ଆସିଥିଲା ଯେ ଭାରତୀୟ ଟ୍ୱେକ୍ଟୋନିକ ପ୍ଲେଟ ହିମାଳୟର ଟ୍ୱେକ୍ଟୋନିକ ପ୍ଲେଟ ଆଡକୁ ଖସିଖସି ଯାଉଛି l ଏହି କାରଣ ରୁ ଗରମ ଦିନରେ ଅଧିକ ମାତ୍ରାରେ ଭୂମିକମ୍ପର ଝଟକା ଆମେ ଅନୁଭବ କରୁଛୁ l ଏହି ସମସ୍ତ ତଥ୍ୟ ହର୍ଷବର୍ଦ୍ଧନ ରାଜ୍ୟ ସଭାରେ NSN ତରଫରୁ ପ୍ରାପ୍ତ ସୂଚନା ଅନୁସାରେ ଦେଇଥିଲେ l ଇତି ମଧ୍ୟରେ ସବୁଠାରୁ ଭୟଙ୍କର ଭୂମିକମ୍ପ ଆଣ୍ଡାମାନ ନିକୋବର ଦୀପରେ ଜୁଲାଇ ୧୭ ତାରିଖରେ ଅନୁଭୂତ ହୋଇଥିଲା ,ଏହାର ତୀବ୍ରତା ୬.୧ ଥିଲା l

Nalco
Leave A Reply