Odisha news

ଅଲ ଓଡିଶା ଅଂଗନୱାଡି କର୍ମୀ ଓ ସହାୟିକା ସାମୁଖ୍ୟର ବାଲେଶ୍ୱର ଶାଖା ବୈଠକ

0

ଜଳେଶ୍ୱର : ସାମ୍ପ୍ରତିକ ସ୍ଥିତିରେ ଅଂଗନୱାଡି କର୍ମୀମାନଙ୍କ ଗୁରୁତ୍ୱ ଅଧିକ ଏବଂ ଆସନ୍ତା ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ ବେଳେ ଅଂଗନୱାଡି କର୍ମୀଙ୍କୁ ଯୋଗ୍ୟତା ଭିତ୍ତିରେ ଶିକ୍ଷକଙ୍କ ମାନ୍ୟତା ମିଳିବ ବୋଲି ଆଜି ଅଲ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକ ସାମ୍ମୁଖ୍ୟ ବୈଠକରେ ରାଜ୍ୟ ସଭାନେତ୍ରୀ ପ୍ରକାଶ ପରିଛନ୍ତି । ସାମାଜିକ ଦୂରତା ରକ୍ଷା କରି ଜଳେଶ୍ୱରର ଭଂଜ ଭବନ ପରିସରରେ ଆୟୋଜିତ ଜିଲ୍ଲା ବୈଠକରେ ସବିତା ପରିଡା ସଭାପତିତ୍ୱ କରିଥିଲେ ।

ମୁଖ୍ୟ ଅତିଥିଭାବେ ସଂଗଠନର ରାଜ୍ୟ ସଭାପତି ନନ୍ଦିନୀ ପଣ୍ଡା ଯୋଗ ଦେଇ ବିଭିନ୍ନ ଟ୍ରେଡ ୟୁନିୟନ ଭଳି ଅଲ ଓଡିଶା ଅଂଗନୱାଡ଼ି କର୍ମୀ ଓ ସହାୟିକା ସାମୁଖ୍ୟ ସଂପର୍କରେ ବିଷଦ ଭାବରେ ବର୍ଣ୍ଣନା କରିଥିଲେ । ଆସନ୍ତା ଦିନରେ ଅଂଗନୱାଡି କର୍ମୀମାନେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ ହେଲେ ଶିକ୍ଷକର ମାନ୍ୟତା ପାଇବେ ଓ ଏଥି ନିମନ୍ତେ ରାଜ୍ୟ ସରକାର ବିଭାଗୀୟ ମନ୍ତ୍ରୀ ମଧ୍ୟ ସହମତି ପ୍ରଦାନ କରିଥିବା କହିଥିଲେ ।

ଗ୍ରାମ୍ୟ କଲ୍ୟାଣ ସମିତିରୁ ଅଂଗନୱାଡି କର୍ମୀଙ୍କୁ ବାଦ ଦେବା ରାଜ୍ୟ ସରକାର ଆଇନ୍ ପ୍ରଣୟଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ସମ୍ମାନୀତ ଅତିଥିଭାବେ ସାପ୍ତାହିକ ଖବର କାଗଜ ଅଭିନନ୍ଦନର ସଂପାଦକ ତଥା ସଂଘର ଉପଦେଷ୍ଟା ଜଗଦୀଶ ମିଶ୍ର, ସମ୍ମାନୀତ ଅତିଥିଭାବେ, ବସ୍ତ ବ୍ଲକ ସଭାପତି ସବିତା ସାହୁ, ସଂପାଦିକା ପୁଷ୍ପମଂଜରୀ ଦାସ, କାଂଚନବାଳା ପରିଡା, କାଜଲ ପରିଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାସିନୀ ପାଳ, ମାହେଶ୍ୱରୀ ଦେ, ମାମିନା ଜେନା, ସାଗରିକା ଦାସମହାପାତ୍ର, ମମତା ପାଳ, ତଅପଇ ମହାଳିକ, କାଜଲ ପରିଡା, ଅନିତା ଦାସ, ସୁବାସିନି ଗିରି, ରୁନୁ ଟୁଡୁ, ମମତା ରାଉତ, ସରସ୍ୱତୀ ଧଳ, ଯମୁନା ମହାନ୍ତି, ସବିତା ମହାନ୍ତି, ସଂଚିତା ମହାପାତ୍ର,କାଂଚନବାଳା ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଉପଦେଷ୍ଟା ଭୂପତି ପରିଡା ମଂଚ ଆହ୍ୱାନ କରିଥିବା ବେଳେ ବେବୀରାଣି କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ

Leave A Reply