Odisha news

ଅଜଣା ଗାଡି ଧକ୍ମାରେ ଛାତ୍ର ମୃତ : କୃଷ୍ଣଚନ୍ଦ୍ରପୁରରେ ଶୋକର ଲହରୀ

0

ବେତନଟୀ  : ବେତନଟୀ ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନରେ ଥିବା ରାଗଧା ପଡିଆ ନିକଟରେ ଆଜି ସକାଳୁ ଏକ ଅଜଣା ଗାଡି ପ୍ରାତ ଭ୍ରମଣ କରିବାକୁ ଯାଉ ଥିବା କୃଷ୍ଣଚନ୍ଦ୍ରପୁର ଚର୍ଚ୍ଚ ନିକଟର ଫ୍ରାନସିସ ମୁର୍ମୁଙ୍କ ପୁଅ ଲିଟୁ ମୁର୍ମୁଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଛି । ଏହି ଦୁର୍ଘଟଣାରେ ଲିଟୁ ଦୂରକୁ ଛିଟିକି ପଡି ଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇ ଥିଲା । ଲିଟୁ ରାଗଧା ଏସସିବି ଜୁନିଅର କଲେଜର +୨ ଦ୍ୱିତୀୟ ବର୍ଷର ଛାତ୍ର ବୋଲି ଜଣା ପଡିଛି ।

ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଘଟଣା ସ୍ଥଳରେ ରୁଣ୍ଡ ହୋଇ ଯାଇ ଥିଲେ । ଛାତ୍ର ଜଣକ ଦୟନୀୟ ଅବସ୍ଥାରେ ମୃତ୍ୟୁ ବରଣ କରି ଥିବାର ଦେଖି ଲୋକଙ୍କ ମଧ୍ୟରେ ଶୋକର ଲହରୀ ଖେଳି ଯାଇ ଥିଲା । ଘଟଣାର ଖବର ପାଇ ବେତନଟୀ ଥାନା ଏସଆଇ ବିପି ନନ୍ଦ, କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ରଣଜିତ, ବଡଜାମବଣୀ ଫାଣ୍ଡି ଅଧିକାରୀ ପିଏମ ରାଉତ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିଲେ । ଲିଟୁର ପିୟୁସା ଅମିତ କୁମାର ରାୟଙ୍କ ଲିଖିତ ଅଭିଯୋଗ ମୂଳେ ବେତନଟୀ ଥାନାରେ ଦଫା ୨୭୯, ୩୦୪ (କ) ମୂଳେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି

Leave A Reply